KIIT NanhiPari 2023 On Dec 26-27 : Ommtv
KIIT NanhiPari 2023 On Dec 26-27
KIIT NanhiPari 2023 On Dec 26-27 : Ommtv
Bollywood actresses Poonam Dhillon and Deepshikha will be the attraction
Bhubaneswar, Dec 25: The much-awaited 23rd edition of the KIIT NanhiPari Little Miss India will be played out at the KIIT campus on December 26 and 27. This spectacular event will showcase 27 finalists from diverse states, competing in an electrifying showdown. Bollywood actresses Poonam Dhillon and Deepshikha will be the attraction of the event.The semi-finals kick off on December 26, paving the way for the grand finale the next day. The top 10 contenders will battle for the coveted top three spots in a thrilling display of talent and glamour. These bright stars were cherry-picked from regional rounds held nationwide since August, ensuring a lineup of exceptional talent.A whopping prize pool of Rs 41.50 lakh awaits the winners. The crowned champion secures a handsome cash prize of Rs 3 lakh along with a full fee waiver (up to Rs 18 lakh) for pursuing higher studies at KIIT. The first and second runners-up will claim cash rewards of Rs 2 lakh and Rs 50,000 respectively, coupled with substantial fee waivers for their studies at the university.The competition will also decide the winners of titles such as Miss Rapunzel, Miss Photogenic, Miss Selfie (Maximum likes on Facebook), Miss Fashion Girl, Miss Wizkid, Miss Cinderella, Miss Urvashi, Miss Catwalk, Miss Monalisa and Miss Active. They will also receive impressive prizes.The competition began on a modest note in 2001 but has gained recognition and fame over the years, positioning itself as the only one of its kind in the country. The credit goes to noted academician, social activist and Founder of KIIT and KISS Dr Achyuta Samanta who has always championed the cause of women’s rights. Today, KIIT NanhiPari is a preferred platform for all the girls who wish to make it big in the world of fashion, entertainment and diverse sectors. Moreover, the competition helps the participants develop their confidence to excel in their chosen career.
JOIN NEW BHUBANESWAR PRESS CLUB : 9439177630
୨୭ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ
ମୁଖ୍ୟ ଆକର୍ଷଣ ପୁନମ୍ ଧୀଲନ ଓ ଦୀପଶିଖା
ଭୁବନେଶ୍ୱର, ୨୫ ।୧୨: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣର ସେମିଫାଇନାଲ୍ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରାଣ୍ଡ ଫିନାଲେ ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଆଞ୍ଚଳିକ ଅଡିସନ୍ରୁ ମନୋନୀତ ହୋଇଥିବା ୨୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ବିଭାଗରୁ ୧୦ଜଣଙ୍କୁ ମନୋନୀତ କରାଯିବା ସହ ଶ୍ରେଷ୍ଠ ୩ଜଣଙ୍କୁ କିଟ୍ ନହ୍ନିପରୀ ଟାଇଟଲ୍, ପ୍ରଥମ ରନର୍ସଅପ୍ ଓ ଦ୍ୱିତୀୟ ରନର୍ସ ଅପ୍ ଟାଇଟଲ୍ ପ୍ରଦାନ କରାଯିବ । ଚଳିତବର୍ଷ ଅଗଷ୍ଟ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରେ ଏଥିପାଇଁ ଆଞ୍ଚଳିକ ଅଡିସନ୍ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷର ମୁଖ୍ୟ ଆକର୍ଷଣ ଅଛନ୍ତି ବଲିଉଡ ଅଭିନେତ୍ରୀ ପୁନମ୍ ଧୀଲନ୍ ଓ ଦୀପଶିଖା । ଗ୍ରାଣ୍ଡ ଫିନାଲେରେ ସେମାନେ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ । ଅନ୍ୟ ଅତିଥିଙ୍କ ମଧ୍ୟରେ ନବଭାରତ ଟାଇମ୍ସର ସମ୍ପାଦିକା ରେଖା ଖାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।
ଏହି ପ୍ରତିଯୋଗିତାରେ ମୋଟ ୪୧ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ନହ୍ନିପରୀ ଟାଇଟଲ୍ ବିଜେତାଙ୍କୁ ନଗଦ ୩ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଆକାରରେ ପ୍ରଦାନ କରାଯିବାକୁ ଥିବା ବେଳେ ସେ କିଟ୍ରେ ପାଠ ପଢ଼ିଲେ ତାଙ୍କର ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ହେବ । ପ୍ରଥମ ରନର୍ସ ଅପ୍ଙ୍କୁ ନଗଦ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଏବଂ ସେ କିଟ୍ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ । ଦ୍ୱିତୀୟ ରନର୍ସ ଅପ୍ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ସହ ସେ କିଟ୍ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ।
ସେହିପରି ପ୍ରତିଯୋଗିତାର ମିସ୍ ରାପୁଞ୍ଜେଲ୍, ମିସ୍ ଫଟୋଜେନିକ୍, ମିସ୍ ସେଲ୍ଫି (ଫେସ୍ବୁକ୍ରେ ସର୍ବାଧିକ ଲାଇକ୍), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍କିଡ଼୍, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍ୱାକ୍, ମିସ୍ ମୋନାଲିସା ଏବଂ ମିସ୍ ଆକ୍ଟିଭ୍ ଆଦି ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ପ୍ରତିଯୋଗୀଙ୍କ ପାଇଁ ମଧ୍ୟ ଅର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି । ୨୦୦୧ ମସିହାରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ପ୍ରତିଯୋଗିତା ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଓ ପରାମର୍ଶ କ୍ରମେ ଏବେ ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି ।