ପୁନେ ମାରାଥନରେ ଓଡ଼ିଶାର ପ୍ରଣବ ଦାସ ଦ୍ଵିତୀୟ : ଓମଟିଭି 

ପୁନେ ସହରରେ ଆୟୋଜିତ ହୋଇଥିବା 'ମାଇଁ ସମୟ ହାଲ୍ଫ ମାରାଥନ୍' ରେ ଓଡ଼ିଶା ଯାଜପୁର ଜିଲ୍ଲା ପଖର ଗାଁରୁ ପ୍ରଣବ ଦାସ ଦ୍ୱିତୀୟରେ ରହିଛନ୍ତି। ସେ

ପୁନେ ମାରାଥନରେ ଓଡ଼ିଶାର ପ୍ରଣବ ଦାସ ଦ୍ଵିତୀୟ : ଓମଟିଭି 

ପୁନେ ମାରାଥନରେ ଓଡ଼ିଶାର ପ୍ରଣବ ଦାସ ଦ୍ଵିତୀୟ : ଓମଟିଭି 

ଭୁବନେଶ୍ୱର(ଓମ ): ପୁନେ ସହରରେ ଆୟୋଜିତ ହୋଇଥିବା 'ମାଇଁ ସମୟ ହାଲ୍ଫ ମାରାଥନ୍' ରେ ଓଡ଼ିଶା ଯାଜପୁର ଜିଲ୍ଲା ପଖର ଗାଁରୁ ପ୍ରଣବ ଦାସ ଦ୍ୱିତୀୟରେ ରହିଛନ୍ତି। ସେ ଶତାଧିକ ଦୌଡ଼ାଳୀଙ୍କୁ ପଛରେ ପକାଇ ଏକ ଘଣ୍ଟା ୧୭ମିନିଟ୍ ୨୦ ସେକେଣ୍ଡରେ ୨୧ କିମି ଦୌଡ ଶେଷ କରି ଦ୍ୱିତୀୟ ବିଜେତା ଭାବରେ ପୁରସ୍କାର ସ୍ୱରୂପ ପାଞ୍ଚ ହଜାର ଅର୍ଥ ରାଶି ଗ୍ରହଣ କରିଛନ୍ତି। 

ପ୍ରଣବ ନିକଟରେ ଇଣ୍ଡିଆନ ଟ୍ରାଇଥ୍ଲୋନ ଫେଡେରେସନ ପକ୍ଷରୁ ଘୋଷଣା କରାଯାଇଥିବା ଅଲ୍ ଇଣ୍ଡିଆ ଟ୍ରାଇଥ୍ଲୋନ ରେସ୍ ରେକର୍ଡରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଗାମୀ ଦିନରେ ସେ  ଭାରତ ପାଇଁ ଖେଳିବାକୁ ଇଚ୍ଛା ରଖିଥିବା ସହିତ ଓଡ଼ିଶା ସରକାରଙ୍କଠୁ ଆର୍ଥିକ ପ୍ରୋତ୍ସାହନର ଆଶା ରଖିଛନ୍ତି। ଯାହା ଫଳରେ ତାଙ୍କୁ ଅଧିକ ସ୍ବତନ୍ତ୍ର ଟ୍ରେନିଂ ନେବାରେ ସହଜ ହେବ। ଏବଂ ଟ୍ରାଇଆଥ୍ଲେଟ ଖେଳରେ ଭାରତ ଟିମ୍ ସହ ଖେଳି ସୁନାମ ଆଣିପାରିବେ ବୋଲି ଦୃଢ଼ ବିଶ୍ବାସ ରଖିଛନ୍ତି। 

ବର୍ତ୍ତମାନ ପୁନେରେ ସେ ମିନିଅରେଞ୍ଜ ସ୍ପୋର୍ଟସ ଏକାଡେମୀରେ ପ୍ରଶିକ୍ଷଣ ନେବା ସହ ଆଗାମୀ ଟ୍ରାଇଥ୍ଲୋନ ନ୍ୟାସନାଲ ଚାମ୍ପିଅନସିପ୍ ଏବଂ ଅନ୍ୟ ଜାତୀୟ ସ୍ତରର ଖେଳ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ଏହି ସଫଳତା ପାଇଁ କଟକରେ ରହି ଏସବୁ ଖେଳ ପାଇଁ ଅଭ୍ୟାସ ଆରମ୍ଭ କରିଥିବାରୁ କଟକ ସାଇକ୍ଲିଷ୍ଟ ଏବଂ ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ ଆଡ଼ଭେଞ୍ଚର୍ସ କ୍ଲବ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।