ପାର୍ଲେ ବିସ୍କୁଟ ଶ୍ରମିକ ୟୁନିଅନ ପକ୍ଷରୁ ହିରୋସୀମା ଦିବସ ପାଳିତ : ଓମଟିଭି  ଭୁବନେଶ୍ୱର

ଟ୍ରେଡ଼ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ(ଟିୟୁସିଆଇ) କେନ୍ଦ୍ରୀୟ କମିଟି ଆହ୍ବାନରେ ଭୁବନେଶ୍ୱରର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପାର୍ଲେ

ପାର୍ଲେ ବିସ୍କୁଟ ଶ୍ରମିକ ୟୁନିଅନ ପକ୍ଷରୁ ହିରୋସୀମା ଦିବସ ପାଳିତ : ଓମଟିଭି  ଭୁବନେଶ୍ୱର

ପାର୍ଲେ ବିସ୍କୁଟ ଶ୍ରମିକ ୟୁନିଅନ ପକ୍ଷରୁ ହିରୋସୀମା ଦିବସ ପାଳିତ : ଓମଟିଭି 
ଭୁବନେଶ୍ୱର -୭/୨୨(ଓମ ): ଟ୍ରେଡ଼ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ(ଟିୟୁସିଆଇ) କେନ୍ଦ୍ରୀୟ କମିଟି ଆହ୍ବାନରେ ଭୁବନେଶ୍ୱରର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପାର୍ଲେ ବିସ୍କୁଟ କାରଖାନାର ଶ୍ରମିକମାନେ ଅଗଷ୍ଟ ୬ ତାରିଖକୁ ହିରୋସୀମା ଦିବସଭାବେ ପାଳନ କରିଛନ୍ତି। ଯୁଦ୍ଧ ବିରୋଧି, ସାମ୍ରାଜ୍ୟବାଦ ବିରୋଧି ଓ ଫାଶିବାଦ ବିରୋଧି ବିଭିନ୍ନ ପ୍ଲାକାର୍ଡ ଓ ନାରାବାଜୀ ଦେଇ କାରଖାନା ମୂଖ୍ୟ ଫାଟକ ବାହାରେ ସେମାନେ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭକୁ ନେତୃତ୍ବ ଦେଇଥିଲେ ଟିୟୁସିଆଇର କେନ୍ଦ୍ର କମିଟି ସଦସ୍ୟ କମ୍ରେଡ଼ ରାଜେନ୍ଦ୍ର ପ୍ରସାଦ।  ଦିତ୍ବୀୟ ବିଶ୍ବ ଯଦ୍ଧରେ ଜାପାନ ପ୍ରାୟ ଆତ୍ମ ସମର୍ପଣ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଆମେରିକା ଶ୍ରମିକ ଶ୍ରେଣୀର ପ୍ରଥମ ରାଷ୍ଟ୍ର ସୋଭିଏତ ଋଷକୁ ନିଜର ଶକ୍ତି ଦେଖେଇଵ୍ବା ନିମିତ୍ତ ଅଗଷ୍ଟ ୬ରେ ହିରୋସୀମା ସହରରେ ବିଶ୍ବରେ ପ୍ରଥମ ଥର ପାଇଁ ପ୍ରମାଣୁ ବୈମା ନିକ୍ଷେପ କରିଥିଲା। ଏହାର ୩ ଦିନ ପରେ ଜାପାନର ଆଉ ଏକ ସହର ନାଗାସାକିରେ ମଧ୍ୟ ଦ୍ବିତୀୟ ପରମାଣୁ ବୋମା ପକାଇଥିଲା। ଏହି ଦୁଇଟି ପ୍ରମାଣୁ ବୋମା ଦ୍ବାରା ଲକ୍ଷ ଲକ୍ଷ ଲୋକେ ପ୍ରାଣ ସରାଇଥିଲେ। ସହର ଧ୍ବଂସ ହୋଇଥିଲା। ଯୋଉମାନେ ବଞ୍ଚିଯାଇଥିଲେ ବିକିରଣ ଦ୍ବାରା କ୍ୟାନସରରେ ପୀଡ଼ିତ ହୋଇଥିଲେ। ବିକଳାଙ୍ଗ ଶିଶୁ ଜନ୍ମ ହୋଇଥିଲେ। କିନ୍ତୁ ଏହା ଦ୍ବାରା ପୃଥିବୀରେ ଯୁଦ୍ଧ ବନ୍ଦ ହେଲା ନାହିଁ। ବରଂ ଏକ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସମୟରେ ନାଟୋ ସମର୍ଥିତ ୟୁକ୍ରେନ ଓ ଋଷର ଯୁଦ୍ଧ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସେପଟେ ଆମେରିକା ଦ୍ବାରା ତାଇଓ୍ବାନ-ଚୀନ ସଂକଟ ମଧ୍ୟ ଆହୁରୀ ତୀବ୍ର ହୋଇଛି। ତେଣୁ ଅବିଳମ଼ବେ ଏସବୁ ସାମ୍ରାଜ୍ୟବାଦୀ ଯୁଦ୍ଧ ବନ୍ଦ କରିବା ପାଇଁ କମ୍ରେଡ଼ ରାଜେନ୍ଦ୍ର ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ
କରିବା ପାଇଁ ସଂଗଠନର ଅନ୍ୟ ନେତୃତ୍ୱ
କମ୍ରେଡ ଭାବଗ୍ରାହୀ କମ୍ରେଡ ମିହିର
କମ୍ରେଡ ଶୁସାନ୍ତ ମଧ୍ୟ ଉପସ୍ଥିତ ରହି
ଯୁଦ୍ଧ ବିରୁଦ୍ଧରେ ସ୍ଲୋଗାନ ଏବଂ ନିଜସ୍ଵ
ମତ ଜାହିର କରିଥିଲେ।