ନୂତନ ନିଯୁକ୍ତ ଶିକ୍ଷୟିତ୍ରୀମାନଙ୍କୁ ସ୍ବାଗତ ସମ୍ମର୍ଦ୍ଧନା : ଓମଟିଭି

କରଂଜିଆ ବ୍ଲକ ଅଧିନସ୍ଥ ଘୋଷଦା ପଂଚାୟତର ଚଢେଇଭୋଳ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ୩ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସ୍ବାଗତ ସମ୍ମର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ

ନୂତନ ନିଯୁକ୍ତ ଶିକ୍ଷୟିତ୍ରୀମାନଙ୍କୁ ସ୍ବାଗତ ସମ୍ମର୍ଦ୍ଧନା : ଓମଟିଭି

ନୂତନ ନିଯୁକ୍ତ ଶିକ୍ଷୟିତ୍ରୀମାନଙ୍କୁ ସ୍ବାଗତ ସମ୍ମର୍ଦ୍ଧନା : ଓମଟିଭି

କରଂଜିଆ ବ୍ଲକ ଅଧିନସ୍ଥ ଘୋଷଦା ପଂଚାୟତର ଚଢେଇଭୋଳ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ୩ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସ୍ବାଗତ ସମ୍ମର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଲଳିତ କୁମାର ମହାନ୍ତଙ୍କ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ରନାଥ ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୂରାତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହମ୍ମଦ ଜାହିର ଆବାସ୍‌ ଏବଂ ଘୋଷଦା ସର୍କଲର ସିଆର୍‌ସିସି ନିର୍ମଳ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତି ଲାଗି ସମସ୍ତଙ୍କର ସହଯୋଗ ଦରକାର ବୋଲି ମତବ୍ୟକ୍ତ ରଖିଥିଲେ। ନୂତନ ଭାବେ ନିଯୁକ୍ତି ପାଇଥିବା ହିନ୍ଦୀ ଶିକ୍ଷୟିତ୍ରୀ ଅଂଜନା ମହାନ୍ତ,ସଂସ୍କୃତ ଶିକ୍ଷୟିତ୍ରୀ କବିତା ନାଏକ ଏବଂ କ୍ରୀଡା ଶିକ୍ଷୟିତ୍ରୀ ଶ୍ବେତପର୍ଣ୍ଣା ନାଏକ ଶିକ୍ଷାଦାନ କ୍ଷେତ୍ରରେ ନିଜ ନିଜର ମତ ପ୍ରଦାନ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଇଂରାଜୀ ଶିକ୍ଷକ ସୁଶାନ୍ତ କୁମାର ମହାନ୍ତ ଅତିଥି ପରିଚୟ କରାଇଥିଲେ।ଉପସ୍ଥିତ ଥିବା ଅନ୍ୟ  ଶିକ୍ଷୟିତ୍ରୀ ସଂଘମିତ୍ରା ଦେହୁରୀ,ସୁପ୍ରଭା ମଣ୍ଡଳ,ନଳିନୀପ୍ରଭା ପାଠୀ,ଶିକ୍ଷକ ଅରବିନ୍ଦ ଶର୍ମା ଏବଂ ଭୀଷ୍ମ ନାରାୟଣ ଗିରି ପ୍ରମୁଖ ନବାଗତମାନଙ୍କୁ ସହଯୋଗ କରିବେ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଓଡିଆ ଶିକ୍ଷକ ରଘୁନାଥ ବାସ୍କେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଯଶିପୁର ରୁ ନୀହାର ମହାନ୍ତ