ବିପର୍ଯ୍ୟୟ ପ୍ରଶମନ ପାଇଁ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା : ଓମଟିଭି

ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଵସ୍ତି ପାମ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । CARITAS, India ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୁର୍ପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ ।  

ବିପର୍ଯ୍ୟୟ ପ୍ରଶମନ ପାଇଁ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା : ଓମଟିଭି

ବିପର୍ଯ୍ୟୟ ପ୍ରଶମନ ପାଇଁ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା : ଓମଟିଭି
ଛତ୍ରପୁର ,୬.୦୭.୨୨(ଓମ): ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଗୋଷ୍ଠୀ ସହନଶୀଳ ଦକ୍ଷତା ବୃଦ୍ଧି କର୍ମଶାଳା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଵସ୍ତି ପାମ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । CARITAS, India ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୁର୍ପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ ।  ଏହି ଅବସରରେ  ଶ୍ରୀ ପୃଷ୍ଟି ଜଣାଇ ଥିଲେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ବ୍ୟତୀତ ବିଭିନ୍ନ ବେସରକାରୀ ସଂସ୍ଥା, ସ୍ଥାନୀୟ ପ୍ରତିନିଧି, ଅଞ୍ଚଳର ଅଧିବାସୀମାନଙ୍କର ଗୁରୁତ୍ୱୁପୂର୍ଣ ଭୂମିକା ରହିଛି । ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତି ସମୟରେ ଉଧାର ଓ ରିଲିଫ କାର୍ଯ୍ୟ ପାଇଁ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ରହିଛି । ଏହା ଦ୍ଵାରା ବ୍ୟାପକ ଧନ ଜୀବନ ରକ୍ଷା କରାଯାଇପାରିବ । ବିପର୍ଯ୍ୟୟ ପରିଚାଳନା ପାଇଁ ଅଂଶିଦାର ମାନଙ୍କ ସହନଶୀଳ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ ଏଥି ସକାଶେ ବିଭିନ୍ନ ସମୟରେ ସମ୍ପୃକ୍ତ ଅଂଶୀଦାରମାନଙ୍କୁ ତାଲିମ ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ପ୍ରତି ବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବାରୁ ଏହାର ସଫଳ ମୁକାବିଲା ପାଇଁ ଗୋଷ୍ଠୀ ସହନଶୀଳର ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । 
 ଏହି କର୍ମଶାଳାରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ବିଭାଗ ଦ୍ଵାରା ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ବୁଝାଇ ଦିଆଯାଇଥିଲା । 
ଏହି କର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା  ଅଞ୍ଜଳି ସ୍ଵାଇଁ , ଗଞ୍ଜାମ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର , ପଞ୍ଚାୟତ ସମିତି ଅଧ୍ୟକ୍ଷା ଗଞ୍ଜାମ ସର୍ମିଷ୍ଠା ପ୍ରଧାନ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଖଲିକୋଟ   ଦୈତାରୀ ବେହେରା, ପଞ୍ଚାୟତ ସମିତି ଖଲିକୋଟ ଉନ୍ନୟନ ଅଧିକାରୀ ମିତାଲି ପାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉମାକାନ୍ତ ଦାସ, ଜଗନ୍ନାଥପ୍ରସାଦ ରେଞ୍ଜ ଅଧିକାରୀ , ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ. ହରମୋହନ ପଣ୍ଡା, ବ୍ରହ୍ମପୁର ବିଭାଗୀୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ,  ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ, , ଜିଲ୍ଲା ପାଞ୍ଚାୟତ ଅଧିକାରୀ ଗୁରୁଭା ସିଂହ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ , ଜିଲ୍ଲା ସଂଯୋଜକ, OSDMA ଜୀବନ୍ତ କୁମାର ଛିଞ୍ଚାଣି , ଜିଲ୍ଲା ପ୍ରକଳ୍ପ ଅଧିକାରୀ OSDMA ଅବନୀକାନ୍ତ ଭୂୟାଁ, SWAD ସଂସ୍ଥାର ନିର୍ଦ୍ଧେଶକ ବିମଲ ନାୟକ, CARITAS, India ର ପ୍ରକଳ୍ପ ସଂଯୋଜକ ଯୁଗଳ କିଶୋର ଓ ପ୍ରକଳ୍ପ ସହକାରୀ ନୂତନ କୁମାର ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଏବଂ ବିଭିନ୍ନ ସ୍ଵଛେସେବୀ ସଂଗଠନର କର୍ମକତାମାନେ ଅଂଶଗ୍ରହଣ କରିଥିଲେ । 
 ଏହି କର୍ମଶାଳାଟିକୁ CARITAS, India ସଂସ୍ଥାର ରାଜ୍ୟ ସଂଯୋଜକ ନୂତନ କୁମାର ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ OSDMA ଅବନୀକାନ୍ତ ଭୂୟାଁ ପରିଚାଳନା କରିଥିଲେ । ଏବଂ ପରିଶେଷରେ SWAD ସଂସ୍ଥାର ଜିଲ୍ଲା ସଂଯୋଜକ ଇସ୍ରାଏଲ ଶବର ଧନ୍ୟବାଦ କରିଥିଲେ ।(ରିପୋର୍ଟ: ସୁଦୀପକୁମାର ସାହୁ)