ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ବିଭାଗୀୟ ଉଚ୍ଚ ସ୍ତରୀୟ ବୈଠକରେ ଓଡିଶା ଅଭିଭାବକ ମହାସଂଘର ସାତ ଦଫା ଦାବୀ  ନେଇ ଆଲୋଚନା : ଓମଟିଭି

ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ 1 ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରାଯାଇଥିଲା l ମନ୍ତ୍ରୀ ସେଦିନ ସବୁ ଦାବୀ ଗୁଡିକ ସମ୍ପର୍କରେ 20 ତାରିଖରେ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା, ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ଦଳ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଥିଲେ ସେଗୁଡିକ ହେଲl 

ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ବିଭାଗୀୟ ଉଚ୍ଚ ସ୍ତରୀୟ ବୈଠକରେ ଓଡିଶା ଅଭିଭାବକ ମହାସଂଘର ସାତ ଦଫା ଦାବୀ  ନେଇ ଆଲୋଚନା : ଓମଟିଭି

ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ବିଭାଗୀୟ ଉଚ୍ଚ ସ୍ତରୀୟ ବୈଠକରେ ଓଡିଶା ଅଭିଭାବକ ମହାସଂଘର ସାତ ଦଫା ଦାବୀ  ନେଇ ଆଲୋଚନା : ଓମଟିଭି


ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ 1 ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରାଯାଇଥିଲା l ମନ୍ତ୍ରୀ ସେଦିନ ସବୁ ଦାବୀ ଗୁଡିକ ସମ୍ପର୍କରେ 20 ତାରିଖରେ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା, ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ଦଳ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଥିଲେ ସେଗୁଡିକ ହେଲl 
1. ଘରୋଇ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ ପାଇଁ  23 ସେପ୍ଟେମ୍ବର 1996 ରେ ବିଭାଗର ରିଜଲୁସାନ ପାସ ହୋଇ ଧାରା 4.1 ଲିଖିତ ରହିଛି, ତେଣୁ ଘରୋଇ ସ୍କୁଲକୁ ସ୍ୱୀକୃତି ପ୍ରଦାନ ବେଳେ ନିର୍ଧାରିତ ଫିସ ମଧ୍ୟ ଉଲ୍ଲେଖ ରହିବା ଉଚିତ ବୋଲି ମହାସଂଘର ଦବୀରେ ଯଦି ବିଭାଗର ରିଜଲୁସାନ ଅଛି, ତେବେ ସେହି ଅନୁଯାଇ କାର୍ଯ୍ୟକାରୀ ପାଇଁ ମାନ୍ୟବର ମନ୍ତ୍ରୀ ସମ୍ମତି ପ୍ରକାଶ କରି ସଚିବ ଙ୍କୁ ତର୍ଜମା କରିବାକୁ ନିଷ୍ପତି ନେବାପାଇଁ କହିଛନ୍ତି l 
2. କରୋନା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ଉପରେ ବିଭାଗର ସ୍କୁଲ ଫିସ ଛାଡ଼ ନିର୍ଦେଶର କାର୍ଯ୍ୟକାରୀ ନେଇ ସ୍କୁଲ ଅନୁଯାଇ ରିପୋର୍ଟ ଦାଖଲ କରିବାକୁ ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଥିଲା l ତେଣୁ ତୁରନ୍ତ ଏ ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେଇଥିଲେ l
3. ଆଇନତଃ ସ୍କୁଲ ବ୍ୟାଗ ଓଜନ  1.5 କେଜିରୁ 5 କେଜି ପଯ୍ୟନ୍ତ ଥିବା ନିୟମ ଓ ସବୁ ସ୍କୁଲ ମାନଙ୍କୁ  NCERT ବହିରେ ପାଠ ପଢାଇ ବାକୁ ସୁପ୍ରିମ କୋର୍ଟ, ହାଇକୋର୍ଟ, ଏନସପିସିଆର, ମାନବାଧିକାର କମିଶନ ତଥା ବିଭାଗର ସବୁ ନିର୍ଦେଶର ଦସ୍ତାବିଜ ପରିବେଷଣ ପରେ ଯଦି 9-10-11-12 ଶ୍ରେଣୀର ବୋର୍ଡ ପରୀକ୍ଷାରେ ଏନସିଇଆରଟି ବହି ପଢା ଯାଉଛି ତେବେ ନିମ୍ନ ଶ୍ରେଣୀରେ କେବଳ ଅଭିଭାବକ ମାନଙ୍କୁ ବାଧ୍ୟ କରି ଆର୍ଥିକ ଶୋଷଣ ସହ ପିଲାମାନଙ୍କୁ ବସ୍ତାନି ବୋଝର ଅଯଥା ଶୋଷଣ ପ୍ରାଇଭେଟ ସ୍କୁଲ ମାନଙ୍କ ଦ୍ୱାରା କରାଯାଉଛି l ତେଣୁ ମାନ୍ୟବର ମନ୍ତ୍ରୀ ଏହି ସମସ୍ୟାକୁ ମିଶନ ମୋଡ଼ରେ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବ ଓ ନିର୍ଦେଶକ ମାନଙ୍କୁ ନିର୍ଦେଶ ଦେଇଥିଲେ l 
4. ନମ୍ବର ଦାବୀରେ ଶିକ୍ଷା ଅଧିକାର ଆଇନ ଅନୁଯାଇ 25% ମାଗଣା ସିଟରେ ଆଡ଼ମିସନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l ପୁଣିଥରେ ପାରଦର୍ଶୀ ପୋର୍ଟାଲ ଖୋଲି ଖାଲି ପଡିଥିବା 21000 ସିଟରେ ଆଡ଼ମିସନ ପାଇଁ ଅପେକ୍ଷା କରିଥିବା ପିଲାଙ୍କୁ ପୁଣିଥରେ ଆଡ଼ମିସନ କରି ବାକୁ ଦାବୀ ଜଣା ଯାଇଥିଲା ତlଛଡା ଏହି ସ୍କିମରେ ଦିଲ୍ଲୀ ଓ ଛତିଶଗଡ ରାଜ୍ୟ ଭଳି ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରିବାକୁ ମହାସଂଘ ଦାବୀ ଜଣାଇଥିଲା l ମାନ୍ୟବର ମନ୍ତ୍ରୀ ଯଦି ପିଲାମାନେ ଏହି ସ୍କିମରେ ଆଡ଼ମିସନ ପାଇଁ ପ୍ରକୃତରେ ଅପେକ୍ଷା କରିଥିବେ ତେବେ ପୋର୍ଟାଲ ଖୋଲିବାକୁ ବ୍ୟବସ୍ଥା କରାଯାଉ ବୋଲି ନିର୍ଦେଶ ଦେଇଥିଲେ l

5. ବିନା ସ୍ୱୀକୃତିରେ ଚାଲୁଥିବା ବେଆଇନ ସ୍କୁଲ ବନ୍ଦ ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ ଉପରେ ଆଲୋଚନା ସମୟରେ ଯେଉଁ ପ୍ରାଇଭେଟ ସ୍କୁଲ ମାନେ ସ୍ୱୀକୃତି ପାଇଁ ଆଦୌ ଆବେଦନ ନ କରି ଓ ବିନା ସ୍ୱୀକୃତିରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ସ୍କୁଲ ଚଲାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଥାନାରେ ଏଫ ଆଇ ଆର ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ୍ୟୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l

6. 2013 ନିର୍ଦେଶ ଅନୁଯାଇ ସର୍ବସାଧାରଣଙ୍କ ପଇସା ନେଇ ଶହ ଶହ କୋଟି ଟଙ୍କା କାରବାର କରୁଥିବାରୁ ପ୍ରାଇଭେଟ ସ୍କୁଲ ମାନଙ୍କୁ ଏକ ସ୍ୱତନ୍ତ୍ର ଅଡିଟ କରାଯାଉ ବୋଲି ଦାବୀ ଉପରେ ଯେଉଁ ପ୍ରାଇଭେଟ ସ୍କୁଲ ରୁ ଅଭିଭାବକ ମାନଙ୍କ ତରଫରୁ ଅଭିଯୋଗ ଆସିବ ସେହି ସ୍କୁଲ ରେ ସ୍ୱତନ୍ତ୍ର ଅଡିଟ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ l

7. ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀରେ ରେ ପୁଣି ଥରେ ଆଡ଼ମିସନ କରି 2 ରୁ 3 ଲକ୍ଷ ଟଙ୍କା ଆଡ଼ମିସନ ଫିସ ନେଇ ଅଭିଭାବକ ମାନଙ୍କୁ ଶୋଷଣ କରୁଥିବାରୁ

11 କ୍ଲାସ ଆଡ଼ମିସନ ସେହି ସ୍କୁଲ ରେ କ୍ଲାସ ପ୍ରମୋସନ ଆଧାରରେ  ସେହି ସ୍କୁଲ ପିଲାଙ୍କୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ ଅନୁଯାଇ ଆଡ଼ମିସନ କରାଯିବା ଦାବୀ ଉପରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ପୂର୍ବରୁ ବହୁବାର ଏହି  ସବୁ ଦାବୀ ନେଇ ବିଭିନ୍ନ ଆଲୋଚନା ହୋଇଥିଲେ ବି କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମହାସଂଘ ମନ୍ତ୍ରୀଙ୍କ ଘର ଆଗରେ ଆମରଣ ଅନଶନ ଭଳି ଚରମ ନିଷ୍ପତ୍ତି ନେଇଥିଲା l ସେହି ଦିନର ନିଷ୍ପତ୍ତି ଅନୁଯାଇ ଆଜି  ଦିନ 1:45 ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ଓ ସଚିବ ଉପସ୍ଥିତ ରହି ମନ୍ତ୍ରୀ ଙ୍କ ଲୋକସେବା ଭବନ କାର୍ଯ୍ୟାଳୟ ରେ ଏ ସଂକ୍ରାନ୍ତରେ ଆଲୋଚନା   ନେଇ ଲୋକସେବା ଭବନ ରେ ମନ୍ତ୍ରୀଙ୍କ ଦପ୍ତରରେ ଆଲୋଚନା ହେବ ବୋଲି ମନ୍ତ୍ରୀ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କୁ କରିଥିବା ଚିଠି ଅନୁଯାଇ ଆଜି ଆଲୋଚନା ହୋଇଥିଲା l ଏଥିରେ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ, କୋଷାଧ୍ୟକ୍ଷ ସତ୍ୟଜିତ ଦାସ ଯୋଗ ଦେଇ ଥିଲେ l ମହାସଂଘ ପକ୍ଷରୁ ରାଜ୍ୟରେ ଘରୋଇ ସ୍କୁଲର ସମସ୍ୟା ସମାଧାନ, ଅଭିଯୋଗ ଶୁଣାଣି ତଥା ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦେଶାଳୟ ସ୍ଥାପନ ପାଇଁ ଦାବୀ ଉପସ୍ଥାପନା କରାଯାଇଥିଲା l ଏହି ଦାବୀ ଉପରେ  ସରକାରୀ ସ୍ତରରେ ଏକ ବୈଠକ ନିଆଯାଇ ପଦକ୍ଷେପ ନେବେ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ l ଆଜିର ଆଲୋଚନା ସକାରାତ୍ମକ ହୋଇଛି ଓ ଆଗାମୀ ଦିନରେ ଏଥିରୁ ଅନେକ ସଫଳତା ମିଳିବ ବୋଲି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ -ଅଧକ୍ଷ,ପ୍ରସନ୍ନ ବିଷୋୟୀ କହିଛନ୍ତି l