ଏସ୍‌ଏସ୍‌ଆଇଟି ପଲିଟେକନିକ୍‌ରେ ଇଂଜିନିୟରର୍ସ ଦିବସ : Ommtv

ଏସ୍‌ଏସ୍‌ଆଇଟି ପଲିଟେକନିକ୍‌ରେ ଇଂଜିନିୟରର୍ସ ଦିବସ

ଏସ୍‌ଏସ୍‌ଆଇଟି ପଲିଟେକନିକ୍‌ରେ ଇଂଜିନିୟରର୍ସ ଦିବସ : Ommtv

ଏସ୍‌ଏସ୍‌ଆଇଟି ପଲିଟେକନିକ୍‌ରେ ଇଂଜିନିୟରର୍ସ ଦିବସ : Ommtv

କରଂଜିଆ :(ନୀହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ) କରଂଜିଆ ବ୍ଲକ ଅନ୍ତର୍ଗତ କଳାକାଦସ୍ଥିତ ଏସ୍‌ଏସ୍‌ଆଇଟି ପଲିଟେକନିକ୍‌ରେ ଭାରତରତ୍ନ ଏମ୍‌ ବିଶ୍ବେଶରାୟଙ୍କ ଜନ୍ମ ଦିବସରେ ଇଂଜିନିୟରର୍ସ ଦିବସ ପାଳିତ ହୋଇଯାଇଛି।ଶିକ୍ଷାନୁଷ୍ଠାନର ସେକସନ୍‌ ଅଫିସ୍‌ର ଦୟାନିଧି ବେହେରାଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଇଂ ମାନସ କୁମାର ବାସ୍କେ,ସମ୍ମାନିତ ଅତିଥି ରୂପେ ମେକାନିକାଲ୍‌ ଇଂଜିନିୟରିଂ ବିଭାଗର ମୁଖ୍ୟ ଅଧ୍ୟାପକ ଇଂ ସୁଶାନ୍ତ କୁମାର ମହାନ୍ତ,ଇଲେକଟ୍ରିକାଲ ଇଂଜିନିୟରିଂ ବିଭାଗର ମୁଖ୍ୟ ଅଧ୍ୟାପକ ଇଂ ଯୁଧିଷ୍ଠିର ମହାନ୍ତ,ୱେଲ୍‌ଫେୟାର୍‌ ଅଫିସ୍‌ର ଇଂ ଅଜିତ କୁମାର ସିଂ,ଇଂ ଦିନେଶ କୁମାର ସେଠି ସମେତ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ।ପାଳିତ ହେଉଥିବା ଇଂଜିନିୟରର୍ସ ଦିବସରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣଜ୍ଞାନ ପରୀକ୍ଷାର ପ୍ରତିଯୋଗିତା ହୋଇଥିଲା।ସାଧାରଣଜ୍ଞାନ ପରୀକ୍ଷାରେ ୯୨ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।୧ମ ସ୍ଥାନ କାଲେ ହାଁସଦାଃ, ୨ୟ ସ୍ଥାନ ମନୋଜ କୁମାର ନାଏକ ଓ ୩ୟ ସ୍ଥାନ ମଦନ ମୋହନ ମାଝୀ ଅଧିକାର କରି ପୁରସ୍କୃତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପକ ଇଂ ସତ୍ୟନାରାୟଣ ମାଝୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଇଂ ସୁଇଟି କିସ୍କୁ, ମହେଶ୍ୱର ବଦ୍ରା,ଦୀପ୍ତି ପ୍ରଜ୍ବଳିତା ରାଣା,ଭୁବନାନନ୍ଦ ମହାନ୍ତ,ରାଜଲକ୍ଷ୍ମୀ ମହାନ୍ତ,ଇଂନଗେନ୍‌ କୁମାର ବାରିକ,ବିନୟ ମହାନ୍ତ,ଇଂ ଗାୟତ୍ରୀଦେବୀ ସେଠି ଓ ଇଂ ପିଥ ମାର୍ଣ୍ଡି ପ୍ରମୁଖ ସହଯୋଗ କରିଥିଲେ।
ମୟୂରଭଞ୍ଜରୁ ନୀହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ ଟିଭି