OMM TV ଶାନ୍ତି ଶିଶୁ ମନ୍ଦିର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Santi Saraswoti Vidya Mandira

OMM TV ଶାନ୍ତି ଶିଶୁ ମନ୍ଦିର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
OMM TV ଶାନ୍ତି ଶିଶୁ ମନ୍ଦିର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
: ମଞ୍ଚେଶ୍ବର ଆଦିମାତା କଲୋନିସ୍ଥିତ ଶାନ୍ତି ଶିଶୁ ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ୱାର୍ଡ଼ ୧୨ କର୍ପୋରେଟର ଜୟନ୍ତୀ ସାହୁ ଏବଂ ୱାର୍ଡ଼ ୯ କର୍ପୋରେଟର ସୁଷମା ସାହୁଙ୍କ ସହ ନର୍ସରୀ ଟ୍ରେନିଂ ନର୍ଦେଶକ ଲକ୍ଷ୍ମଣ ପଣ୍ଡା ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ। ଅନୁଷ୍ଠାନର ସଭାପତି ଆଶୋକ କୁମାର ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ପ୍ରଧାନ ଆଚାର୍ଯ୍ୟା ଭାରତୀ ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣି ପାଠକରି ଅତିଥିମାନଙ୍କୁ ସ୍ବାଗତକରିଥିଲେ। ଏହି ଅବସରରେ ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣକରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯିବା ପରେ କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗୀତ ଓ ନାଚ ମାଧ୍ୟମରେ ଦେଶାତ୍ମକ ଏବଂ ଆଧ୍ୟାତ୍ମିକ ସହ ଆଧୁନିକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। #Santisisuvidyamandira #SSVM #education #School #Bhubaneswar #Odisha #India