OMM TV : ପୁରୀ ଜିଲ୍ଲା ରୂପଦେଇପୁରରେ ପ୍ରସିଦ୍ଧ ବୁଢୀ ଠାକୁରାଣୀ ମେଲଣ 

Dola Melana

OMM TV : ପୁରୀ ଜିଲ୍ଲା ରୂପଦେଇପୁରରେ ପ୍ରସିଦ୍ଧ ବୁଢୀ ଠାକୁରାଣୀ ମେଲଣ 
OMM TV : ପୁରୀ ଜିଲ୍ଲା ରୂପଦେଇପୁରରେ ପ୍ରସିଦ୍ଧ ବୁଢୀ ଠାକୁରାଣୀ ମେଲଣ 
ପିପିଲି,(ରିପୋର୍ଟ : ପୃଂନଚନ୍ଦ୍ର): ପବିତ୍ର ଅଶୋକାଷ୍ଟମୀ ଓ ଶ୍ରୀରାମ ନବମୀ ଅବସରରେ ପିପିଲି ବ୍ଲକ୍ ଅନ୍ତର୍ଗତ ରୂପଦେଇପୁର ଗ୍ରାମରେ ବିଗତ ୧୩୦ ବର୍ଷ ଧରି ପାଳିତ ହୋଇ ଆସୁଥିବା ବୁଢ଼ୀ ଠାକୁରାଣୀ ପୀଠ ମେଳଣ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଗ୍ରାମ ବାସୀଙ୍କ ସହଯୋଗରେ ପାଳିତ ହୋଇ ଯାଇଛି। ଚଳିତ ମାର୍ଚ୍ଚ ୨୯ ତାରିଖରେ ଠାକୁର ମାନଙ୍କର ଜମାଣ କାର୍ଯ୍ୟକ୍ରମ ହେବାପରେ ୩୦ ତାରିଖରେ ମେଳଣ ପର୍ବ ସଂପନ୍ନ ହୋଇଥିଲା । ସଂଧ୍ୟାରେ ନଦିୟା ନାମ ସଂକୀର୍ତ୍ତନ ଦଳ କୀର୍ତ୍ତନ କରିଥିଲେ। ପରେ ପରେ ସାତଶଂଖସ୍ଥ ଶିରିଆପୁର ମା ସୁଲବାଣୀ ରାମ ନାଟ୍ୟ ପରିଷଦ ଦ୍ବାରା 'ଅଶୋକ ବନରେ ସୀତା' ରାମଲୀଳା ପ୍ରଦର୍ଶନ ହୋଇଥିଲା।୩୧ ତାରିଖ ସଂଧ୍ୟାରେ ' ମହୀରାବଣ ବଧ' ରାମଲୀଳା ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମଟି ଆଖପାଖ ପାଞ୍ଚ ଖଣ୍ଡ ଗ୍ରାମର ଜନ ସାଧାରଣଙ୍କ ସହଯୋଗରେ ସଂପନ୍ନ ହୋଇଥାଏ। ଏଥିରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଯୋଗଦେଇ ମେଳଣରେ ଭକ୍ତି ସହ ଯାତ୍ରାର ମଜା ଉଠାଇ ଥାନ୍ତି। ପ୍ରକାଶ ଥାଉକି ରୂପଦେଇପୁର ଗ୍ରାମରେ ଥିବା ସାହୁ ପରିବାର ଏହି ମେଳଣର ମୁଖ୍ୟ ଭାବେ ଦୀର୍ଘ ୧୩୦ ବର୍ଷ ଧରି ଦାୟିତ୍ଵ ନିର୍ବାହ କରୁଛନ୍ତି। ସମସ୍ତଙ୍କ ସହଯୋଗରେ ଏହି ବାର୍ଷିକ ପର୍ବଟି ହର୍ଷ ଓ ଉଲ୍ଲାସର ସହିତ ସମ୍ପନ୍ନ ହୋଇଥିବାରୁ ସାହୁ ପରିବାର ତରଫରୁ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଭୁ କଲ୍ୟାଣ କାମନା କରିଛନ୍ତି। #Pipili #Dolajatra #Odisha #India #Ommtv #Omtv #Kalingacinearts