ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ : ଓମଟିଭି

ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମରେ ଆଜି ସମ୍ବାଦ ସାହିତ୍ୟଘର ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୃକ୍ଷ ହିଁ ଜୀବନ ଏହି ଉକ୍ତିର ଯଥାର୍ଥତା ବୁଝି ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚାରା ରୋପଣ କରିବାରେ ବେଶ ଉତ୍ସାହ ଦେଖାଇଥିଲେ।ସୂଚନା ଅନୁଯାୟୀ ସମ୍ବାଦ ସାହିତ୍ୟଘର ଅନୁଗୁଳ ପକ୍ଷରୁ ଆଜି ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଜାମୁ,ବଉଳ,

ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ : ଓମଟିଭି

ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ : ଓମଟିଭି

ଅନୁଗୋଳ ୧/୮(ଓମ):ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମରେ ଆଜି ସମ୍ବାଦ ସାହିତ୍ୟଘର ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୃକ୍ଷ ହିଁ ଜୀବନ ଏହି ଉକ୍ତିର ଯଥାର୍ଥତା ବୁଝି ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚାରା ରୋପଣ କରିବାରେ ବେଶ ଉତ୍ସାହ ଦେଖାଇଥିଲେ।ସୂଚନା ଅନୁଯାୟୀ ସମ୍ବାଦ ସାହିତ୍ୟଘର ଅନୁଗୁଳ ପକ୍ଷରୁ ଆଜି ଅଙ୍ଗାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଜାମୁ,ବଉଳ,କଦମ୍ବ,ପଟାସ,କାଞ୍ଚନ, କୃଷ୍ଣଚୁଡା ଇତ୍ୟାଦି ୭୦ଟି ଚାରା ରୋପଣ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ, ମନୋଜ କୁମାର ଦାସ, ରମେଶ ଚନ୍ଦ୍ର ନାଥ,ଗୁପ୍ତା ସାହୁ,କର୍ମଚାରୀ  ଜଗତାନନ୍ଦ ସାହୁ,ଜହ୍ନ ସାହୁ,ଅଶୋକ ପ୍ରଧାନ ଉପସ୍ଥିତ ଥିଲେ।ସେହିପରି ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତ ଡ୍ରାଇଭର ମହାସଂଘର  ସଭାପତି ବିଶେଶ୍ୱର ନାୟକ, ଉପସଭାପତି ଦୁଷ୍ମନ୍ତ ସାହୁ,ସଞ୍ଜୟ ଦାସ, ସାଗର ଦାସ, ପବିତ୍ର ସାହୁ, ମନୋଜ ସାହୁ, ମିଛୁ ସାହୁ, ଶରତ ସାହୁ ପ୍ରମୁଖ ସେଠାରେ ଉପସ୍ଥିତ ରହି ବୃ୍ଷରୋପଣ ରେ ସହଯୋଗ କରିଥିଲେ।ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ, ସ୍ବେଚ୍ଛାସେବୀ ଜିତେନ ସାହୁ ଓ ଦିଲ୍ଲୀପ ବାରିକ ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ବନ୍ତଳା ସମ୍ବାଦ ପ୍ରତିନିଧି ପ୍ରଭାତ କୁମାର ବେହେରା, ସହର ପ୍ରତିନିଧି ବିକାଶ ଚନ୍ଦ୍ର ସାହୁ(ବରିଷ୍ଠ)ଯୋଗ ଦେଇ ବୃକ୍ଷ ରୋପଣର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ।