ସାମ୍ବାଦିକ ବିଦ୍ୟାଧର ବାରିକଙ୍କ ପିତୃ ଏକାଦଶହ ସମାପନ : Ommtv

ସାମ୍ବାଦିକ ବିଦ୍ୟାଧର ବାରିକଙ୍କ ପିତୃ ଏକାଦଶହ ସମାପନ

ସାମ୍ବାଦିକ ବିଦ୍ୟାଧର ବାରିକଙ୍କ ପିତୃ ଏକାଦଶହ ସମାପନ : Ommtv

ସାମ୍ବାଦିକ ବିଦ୍ୟାଧର ବାରିକଙ୍କ ପିତୃ ଏକାଦଶହ ସମାପନ : Ommtv

 ଭୁବନେଶ୍ବର, ୨୪/୧୦(ଓମ): ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ବାରିକ (ମଧୁ)ଙ୍କ ପିତା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବାରିକଙ୍କର ଗତ ୧୩ ତାରିଖ କିମସ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଥିଲା। ତାଙ୍କ ଏକାଦଶହ ପବିତ୍ର ନବମୀ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମା‌ଙ୍ଗୋଳିକ କାର୍ଯ୍ୟରେ ବହୁ ବୁଦ୍ଧିଜୀବି, ରାଜନେତା, ଲେଖକ, କବି, ସାହିତ୍ୟିକ, ସିନେ କଳାକାର, ସାମ୍ବାଦିକ, ଶିକ୍ଷାବିତ, ପ୍ରଶାସକ ଅଧିକାରୀ, ପୁଲିସ୍ ଅଧିକାରୀ, ବିଭିନ୍ନ ସଂସ୍ଥାର ପ୍ରତିଷ୍ଠାତା, ସରକାରୀ ଓ ବେସରକାରୀ ଅନୁଷ୍ଠାନା ଲୋକ ସଂର୍ମ୍ପକ ଅଧିକାରୀ, ସାଧୁ, ସନ୍ଥ, ଶିକ୍ଷାଗୁରୁ, ସମାଜସେବୀ, ଧିକ୍ଷାଗୁରୁ, ନ୍ୟାୟାଳୟ ବିଚାରପତି, ଆଇନଜୀବି, ବ୍ୟବସାୟୀ ଓ ସ୍ଥାନୀୟ ବରିଷ୍ଠନାଗରିକ ଓ ଯୁବକଯୁବତୀମାନେ ଯୋଗଦେଇ ଶ୍ରର୍ଦ୍ଧାଞ୍ଜଳୀ ଜ୍ଞାପନକରିଥିଲେ। ଏହି ସାମୋହିକ ଶୋକସଭା କାର୍ଯ୍ୟକୁ ଶ୍ରୀ ବାରିକଙ୍କ ସାନ ପୁଆ ବିଦ୍ୟାଧର ବାରିକଙ୍କ ସହିତ ବଡ଼ ପୁଅ ଲିଙ୍ଗରାଜ ବାରିକ ଓ ମଝିଆଁ ପୁଅ କେଦାରନାଥ ବାରିକ ସୁଚାରୁଭାବରେ ପରିଚାଳନାକରିଥିଲେ। ଏହି ଅବସରରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ଲୋକସଭା ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଶୋକାକୁଳ ପରିବାର ଲୋକଙ୍କୁ ଆଶ୍ବାସନା ପ୍ରଦାନକରିଥିଲେ। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଶ୍ରୀ ବାରିକଙ୍କ ପରିବାରଲୋକଙ୍କ ନିକଟରେ ପହଞ୍ଚି ସହନଶିଳତାର ବାର୍ତା ଦେଇଥିଲେ। ପୂର୍ବତନ ବିଧାୟକ ପ୍ରୀୟଦର୍ଶି ମିଶ୍ର ସମସ୍ତଙ୍କୁ ଏକାଗ୍ରତା ସହିତ ପରିସ୍ଥିତିର ସାମ୍ମନାକରିବାପାଇଁ ଉତ୍ସାହିତ କରିଥିଲେ। ଉଚ୍ଚ ନ୍ୟାୟାଳୟ ବିଚାଳପତି ଦୁର୍ଗାଚରଣ ମିଶ୍ର ଶୋକାକୁଳ ପରିବାରକୁ ଧର୍ଯ୍ୟଶିଳ ହେବାପାଇଁ କହିଥିଲେ। ସମାଜସେବୀ ଜୋସ୍ନାମୟୀ ପରିଡ଼ା, ରଶ୍ମିତା ଖଟୁଆ ଆଇନଜୀବି ସୁରେଷ ପଣ୍ଡା, ବ୍ୟମକେଶ ତ୍ରିପାଠୀ ପରିବାରଲୋକଙ୍କ ନିକଟରେ ପହଞ୍ଚି ଆଶ୍ବାସନ ଦେଇ ଶୋକସଭାର ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇଥିଲେ।