ଦଶହରା ମହୋତ୍ସକ ତଥା ବାର୍ଷିକ ପାଇକ ଆଖଡା : Ommtv

ଦଶହରା ମହୋତ୍ସକ ତଥା ବାର୍ଷିକ ପାଇକ ଆଖଡା

ଦଶହରା ମହୋତ୍ସକ ତଥା ବାର୍ଷିକ ପାଇକ ଆଖଡା : Ommtv

ଦଶହରା ମହୋତ୍ସକ ତଥା ବାର୍ଷିକ ପାଇକ ଆଖଡା : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ଚଳିତ ବର୍ଷ ଦଶହରା ମହୋତ୍ସକ ତଥା ବାର୍ଷିକ ପାଇକ ଆଖଡା ମହୋତ୍ସକ ଧୂମ ଧାମ୍ ରେ ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଛି ହିନ୍ଦୋଳ ଅନ୍ତର୍ଗତ ଦୁଦୁରକୋଟ ବରସାହି ଗ୍ରାମରେ। ରାମଚଣ୍ଡୀ ପାଇକ କ୍ରୀଡା ସଙ୍ଗ ଦ୍ଵାରା ଆୟୋଜିତ ପାଇକ ଆଖଡା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ରୂପାମ୍ବିକା ନାୟକ, ଅତିରିକ୍ତ ଏସ୍ପି ଯଶୋବନ୍ତ ସାମଲ,ସମାଜସେବୀ ଦିବାକର ପଟନାୟକ,ସ୍ଥାନୀୟ ସରପଞ୍ଚ ମନୋଜ କୁମାର ବେହେରା ,ସମବାୟ ସଭାପତି ପ୍ରଦୀପ୍ତ କୁମାର ଭଞ୍ଜ ପ୍ରମୂଖ ଯୋଗ ଦେଇଥିଲେ। ଚଳିତ ବର୍ଷ ଗ୍ରାମର ବୟୋଜ୍ୟେଷ୍ଠ ମଧୁସୂଦନ ସାମଲ, ଗୋବର୍ଦ୍ଧନ ସାମଲ ଓ ଦୁଃଖବନ୍ଧୁ ସାମଲ ଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଭିନେତ୍ରୀ ରୂପାଅମ୍ବିକା ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଵେଚ୍ଛାସେବୀ ରତିକାନ୍ତ ଗଡନାୟକ ସଭା ସଂଯୋଜନା କରିଥିଲେ ଓ କ୍ରୀଡା ସଂଘ ସଭାପତି ପ୍ରଭୁ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।