ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ : OmmTv

ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଗୀତଗୋବିନ୍ଦ ଭବନ ଠାରେ ମୋହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ଡ ମଧୁମାଧବ ଜେନାଙ୍କ ସଭାପତିତ୍ୱରେ

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ : OmmTv

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ : OmmTv

ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ପାଥେୟ କରି ରଷ୍ଟ୍ର ଆଗେଇ ଥାଏ

ଭୁବନେଶ୍ୱର,୧ା୧୦ – ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବିଶ୍ୱ ବରିଷ୍ଠ
ନାଗରିକ ଦିବସ ଗୀତଗୋବିନ୍ଦ ଭବନ ଠାରେ ମୋହାସମାରୋହରେ ପାଳିତ
ହୋଇଯାଇଛି । ସଂଘର ସଭାପତି ଡ ମଧୁମାଧବ ଜେନାଙ୍କ ସଭାପତିତ୍ୱରେ
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ମାନଙ୍କ ମଧ୍ୟରେ
କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ, ବିଶିଷ୍ଟ ଶିଶୁ
ସାହିତ୍ୟିକ ଦାସ ବାହେନୁର, ବରିଷ୍ଠ ସମ୍ବାଦିକ ସମରେନ୍ଦୁ ଦାସ, ଗଜେନ୍ଦ୍ର ଦାସ,
ଅଇନଜିବୀ ଅଶୋକ ବଡପଣ୍ଡା ଓ ଅସ୍ତିଶଲ୍ୟ ଡାକ୍ତର ତୁଷାର ପଣ୍ଡା
ପ୍ରମୁଖ ଯୋଗଦେଇ କହିଥିଲେ ବରିଷ୍ଠ ନାଗରିକ ମାନେ ସମାଜରେ ଘଟିଥିବା
ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନିଜ ଜୀବନ କାଳ ମଧ୍ୟରେ ଘର,
ପରିବାର, ଗାଁ, ସହର, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ ଘଟଣା,
ଦୁର୍ଘଟଣା ଓ ସମସ୍ୟାକୁ ସାମନ୍ନା କରି ସମାଧାନର ସୂତ୍ର ପାଇବା ସହିତ ବହୁ
ଅଭିଜ୍ଞତା ହାସଲ କରିଛନ୍ତି । ସେମାନଙ୍କ ଅଭିଜ୍ଞତାକୁ ପାଥେୟ କରି କିମ୍ବା
ପରାମର୍ଶ କ୍ରମେ ଏକ ସୁସ୍ଥ, ସୁନ୍ଦର ଓ ଶୃଙ୍ଖଳିତ ରାଜ୍ୟ ବା ରଷ୍ଟ୍ର ଗଠନ
କରିହେବ । ଏଥି ସହିତ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଏହାର
ସମାଧାନ ଉପରେ ଆଲୋଚନା କରିଥିଲେ । ମହାସଂଘର ସମ୍ପାଦକ ଯୁଗଳ
କିଶୋର ସାହୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପ୍ରଶାନ୍ତ
ତ୍ରିପାଠୀ ଶ୍ଳୋକାବୃତି କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ପ୍ରଫେସର ଶିବ ବେହେରା, ଇଂ ଦିଲ୍ଲୀପ ସାହୁ, ବିଜୟ ପାତ୍ର ଓ ଭଗବାନ ଦାସ
ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମରେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ
କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।