ରେ ବ୍ୟାନ୍ ଅପ୍ଟିକାଲ ଗ୍ୟାଲେରୀ ଉଦ୍‌ଘାଟିତ : Ommtv

ରେ ବ୍ୟାନ୍ ଅପ୍ଟିକାଲ ଗ୍ୟାଲେରୀ ଉଦ୍‌ଘାଟିତ

ରେ ବ୍ୟାନ୍ ଅପ୍ଟିକାଲ ଗ୍ୟାଲେରୀ ଉଦ୍‌ଘାଟିତ : Ommtv

ରେ ବ୍ୟାନ୍ ଅପ୍ଟିକାଲ ଗ୍ୟାଲେରୀ ଉଦ୍‌ଘାଟିତ : Ommtv
ଭୁବନେଶ୍ୱର,୫ା୧୧ : ଭୁବନେଶ୍ୱର ଅଶୋକନଗରର ଜନପଥ ରୋଡ୍‌ର ଆର୍ଯ୍ୟ
ପ୍ୟାଲେସ ହୋଟେଲ ନିକଟରେ ରେ ବ୍ୟାନ୍ ଅପ୍ଟିକାଲ ଗ୍ୟାଲେରୀ ଉଦଘାଟିତ
ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ
ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ୪୧ ନମ୍ବର
ଓାର୍ଡର କର୍ପୋରେଟର କବିତା ସ୍ୱାଇଁ ଓ ଜେ ପି ସିଂ ପ୍ରମୁଖ ଯୋଗଦେଇ
ଉଦଘାଟନ କରିଥିଲେ । ଏହି ଅପ୍ଟିକାଲ ଗ୍ୟାଲେରୀରେ ରେ ବ୍ୟାନ୍ ଓ ଓକିଲସ୍‌
ଲୁକ୍ ପରି ଆନ୍ତର୍ଜାତୀୟ ବ୍ରାଣ୍ଡର ଚଷମା ଏବଂ ଏସିଲର୍‌, କାଲଜାଇସ୍‌, ଭିଜନ
ଆର ଏକ୍ସ, ନୋଭା ବ୍ରାଣ୍ଡର ଲେନ୍ସ ଉପଲବ୍‌ଧ ହେବ । ସନଗ୍ଳାସ୍ ଉପରେ ୨୦
ପ୍ରତିଶତ ଓ ଲେନ୍ସ ଉପରେ ୧୫ ପ୍ରତିଶତ ରିହାତି ପ୍ରଦାନ କରାଯିବ ବୋଲି
ଗ୍ୟାଲେରୀର ପ୍ରତିଷ୍ଠାତା ଆଦିତ୍ୟ କୁମାର ପଣ୍ଡା କହିଛନ୍ତି । ସେ ଆହୁରି
କହିଛନ୍ତି ମଣିଷ ଶରୀରର ସୁକ୍ଷ୍ମ ଅଙ୍ଗ ହେଉଛି ଚକ୍ଷୁ । ତେଣୁ ଆମ୍ଭେମାନେ ଯେତେ
ଉନ୍ନତ ମାନର ଲେନ୍ସ ବ୍ୟବହାର କରିବା ତାହା ଚକ୍ଷୁ ପାଇଁ ସେତେ ଅଧିକ ଫଳପ୍ରଦ
ହେବ ।