ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା :ଓମଟିଭି

ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି । ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସଂପନ୍ନ ହେବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟା ୩୦ ମିନିଟ୍‍ରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା ।

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା :ଓମଟିଭି

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା 
ଭୁବନେଶ୍ୱର, ୧ ।୭(ଓମ): ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି । ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସଂପନ୍ନ ହେବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟା ୩୦ ମିନିଟ୍‍ରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା । ଅପରାହ୍ନ ୪ଟା ୩୦ମିନିଟ୍‍ରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବୀ ଶୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ନବନିର୍ମିତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ । ଘଣ୍ଟଘଣ୍ଟା, ମୃଦଙ୍ଗ, ଖୋଳ କରତାଳ ନିନାଦ ସହ ଜୟ ଜଗନ୍ନାଥ ଧ୍ୱନୀରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଶ୍ରୀବାଣୀକ୍ଷେତ୍ର ରଥ ଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ଦେବୀ ଶୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ପାଗ ଅନୁକୂଳ ଥିବାରୁ ଘୋଷଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ୨୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହୋଇଥାଏ । ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଭକ୍ତମାନେ ଦୈବୀକୃପା ଲାଭ କରିଥିଲେ । ସୂଚନାଯୋଗ୍ୟ, ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରାକୁ ଆଧାର କରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁଙ୍କ ସମସ୍ତ ନୀତି ଅନୁସାରେ ପୂଜା ହୋଇଥାଏ । ରଥଯାତ୍ରାରେ ମଧ୍ୟ ପୁରୀ ରଥଯାତ୍ରାର ସମସ୍ତ ନିୟମକୁ ଅନୁସରଣ କରାଯାଇ ଏଠାରେ ଆୟୋଜନ କରାଯାଇଥାଏ । ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର ବିନ୍ଧାଣୀ, ମହାରଣା ଓ ଚିତ୍ରକର ନିଯୁକ୍ତ ହୋଇଥାନ୍ତି । ଶ୍ରୀବାଣୀ କ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣଠାରୁ ଆରମ୍ଭ କରି ଏଠାରେ ସମସ୍ତ ପୂଜାର୍ଚ୍ଚନା ଓ ରଥଯାତ୍ରା ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହଦେବଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରାଯାଇଥାଏ । ଶ୍ରୀକ୍ଷେତ୍ର ଘୋଷଯାତ୍ରାର ଅବିକଳ ଢ଼ାଞ୍ଚାରେ ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ପାଇଁ ଯଥାକ୍ରମେ ୧୬, ୧୪ ଓ ୧୨ଚକ ବିଶିଷ୍ଟ ତିନୋଟି ରଥ ନିର୍ମାଣ କରାଯାଇଥାଏ । ନବଦିନ ବ୍ୟାପୀ ପ୍ରତିସନ୍ଧ୍ୟାରେ ମହାପ୍ରଭୁଙ୍କ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବ । ଏହି ନଅ ଦିନ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ଗହଳି ଲାଗି ରହିଥାଏ ।