ରାସ୍ତାରେ ମାଳମାଳ ନମ୍ବର ବିହିନ ଗାଡ଼ି, ଟ୍ରାଫିକ୍ ପୁଲିସ୍ ଫାଇନ୍ କରିବ କାହାକୁ : ଓମଟିଭି

ମୁଣ୍ଡରେ ନାହିଁ ହେଲମେଟ୍। ପଛରେ ବସିଥିବା ଆରୋହିର ମଧ୍ୟ ବିନା ହେଲମେଟରେ। ଏପରି ଅବସ୍ଥାରେ ଟ୍ରାଫିକ୍ ଚେକିଂ କରୁଥିବା ଟ୍ରାଫିକ୍ ପୁଲିସ୍ ଫାଇନ୍ ପଇଁ ଅଟକାଇବାରୁ ଚକମଦେଇ ଚମ୍ପଟ ମାରୁଛନ୍ତି ଗାଡ଼ି ଚାଳକ। ପୁଲିସ୍ ନମ୍ବର ପ୍ଲେଟ୍ ଫଟୋ ଉଠାଇଲେ ଅବା ହେବ କ’ଣ। କାରଣ ନମ୍ବର ପ୍ଲେଟ୍‌ର ଅଧା ନମ୍ବର ନାହିଁ ଓ କିଛି ସ୍ଥାନରେ ନମ୍ବର ପ୍ଲେଟ୍ ଆଦୌଉ ନାହିଁ। ଫଳର ଅମାନିଆ ପୁଲିସ୍‌କୁ ଚକମାଦେଇ ଫେରାର୍ ହେବାରେ ସକ୍ଷମହେଉଛନ୍ତି।

ରାସ୍ତାରେ ମାଳମାଳ ନମ୍ବର ବିହିନ ଗାଡ଼ି, ଟ୍ରାଫିକ୍ ପୁଲିସ୍ ଫାଇନ୍ କରିବ କାହାକୁ : ଓମଟିଭି

ରାସ୍ତାରେ ମାଳମାଳ ନମ୍ବର ବିହିନ ଗାଡ଼ି, ଟ୍ରାଫିକ୍ ପୁଲିସ୍ ଫାଇନ୍ କରିବ କାହାକୁ

ଭୁବନେଶ୍ବର, ୨।୭ (ଓମ): ମୁଣ୍ଡରେ ନାହିଁ ହେଲମେଟ୍। ପଛରେ ବସିଥିବା ଆରୋହିର ମଧ୍ୟ ବିନା ହେଲମେଟରେ। ଏପରି ଅବସ୍ଥାରେ ଟ୍ରାଫିକ୍ ଚେକିଂ କରୁଥିବା ଟ୍ରାଫିକ୍ ପୁଲିସ୍ ଫାଇନ୍ ପଇଁ ଅଟକାଇବାରୁ ଚକମଦେଇ ଚମ୍ପଟ ମାରୁଛନ୍ତି ଗାଡ଼ି ଚାଳକ। ପୁଲିସ୍ ନମ୍ବର ପ୍ଲେଟ୍ ଫଟୋ ଉଠାଇଲେ ଅବା ହେବ କ’ଣ। କାରଣ ନମ୍ବର ପ୍ଲେଟ୍‌ର ଅଧା ନମ୍ବର ନାହିଁ ଓ କିଛି ସ୍ଥାନରେ ନମ୍ବର ପ୍ଲେଟ୍ ଆଦୌଉ ନାହିଁ। ଫଳର ଅମାନିଆ ପୁଲିସ୍‌କୁ ଚକମାଦେଇ ଫେରାର୍ ହେବାରେ ସକ୍ଷମହେଉଛନ୍ତି। ଟ୍ରାଫିକ୍ ନିୟମକୁ ଖୁଲମଖୁଲା ଭାବରେ ଉଲଘଂନ କରାଯାଉଛି ରାଜଧାନୀରେ। ଏପରି ପରିସ୍ଥିତିରେ ଟ୍ରାଫିକ୍ ଚେକିଂ କରୁଥିବା ପୁଲିସ୍ ଅମାନିଆଙ୍କ ଗାଡ଼ି ଫଟୋ ଉଠାଇଲେ କଣ ଅହେବ। ଅମାନିଆଙ୍କ ଗାଡ଼ିର ନମ୍ବର ପ୍ଲେଟ୍ ନଥିବା ଦେଖି ପୁଲିସ୍ ଚିନ୍ତାରେ। ଗତ କିଛି ଦିନ ହେବ ଚନ୍ଦ୍ରଶେଖରପୁର ଅଞ୍ଚଳର ପଟିଆ ଇନଫୋସିଟି ରାସ୍ତା ଏବଂ ନନ୍ଦନକାନନ କିଟ୍ ଛକ ରାସ୍ତାରେ ଚନ୍ଦ୍ରଶେଖରପୁର ଜୋନ୍ ଟ୍ରାଫିକ୍ ପକ୍ଷରୁ ଚେକିଂ ଚାଲିଥିଲା ବେଳେ ଏମିତି ଅନେକ ଗାଡ଼ି ଦେଖିବାକୁ ମିଳିଛି। ଅମାନିଆ ବିନା ନମ୍ବରଫ୍ଲେଟ୍ କିମ୍ବା ନମ୍ବର ଅଧା ଲେଖାନଥିବା ଗାଡ଼ିରେ ବୁଲୁଛନ୍ତି। ହେଲମେଟ୍ ମଧ୍ୟ ପିନ୍ଧୁ ନାହିାଁନ୍ତ। ମୁହଁରେ କପଡ଼ା ଗୁଡ଼ାଇ ଅସାମାଜିକ କାର୍ଯ୍ୟ ମଧ୍ୟ କରି ଖସି ପଳାଉଛନ୍ତି। ଏନେଇ ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ପୁଲିସ୍‌ମାନେ ବରିଷ୍ଠ ଅଧିକାରୀମାନଙ୍କୁ ଅଭିଯୋଗ କରିବାରୁ ଆଜିଠାରୁ ନୂଆ ଚେକିଂ ନିତି ଆରମ୍ଭ ହୋଇଛି। ନାଲକୋ, ଡ଼ମଣା, ପଟିଆ ଓ କିଟ୍ ଟ୍ରାଫିକ୍ ଛକରେ ଟ୍ରାଫିକ୍ ନିୟନ୍ତ୍ରଣରେ ସହଯୋଗ କରୁଥିବା ସ୍ବେଛାସେବୀମାନେ ଗୋଟିଏ ଗୋଟିଏ ଗାଡ଼ିର ନମ୍ବର ପ୍ଲେଟ୍ ଚେକିଂ କରୁଛନ୍ତି। ଏହି ସମୟରେ ଆଜି ‌ଗୋଟିଏ ଦିନରେ ମୋଟ ୪ଜଣଙ୍କର ନମ୍ବର ପ୍ଲେଟ୍ ଭାଙ୍ଗିଯାଇଥିବା କିମ୍ବା ଷ୍ଟିକର ଉଠିଯାଇଥିବା ଦେଖି ସେମାନଙ୍କୁ ଫାଇନ୍ କାଟିବା ସହ ଥାନାକୁନେଇ ନୂଆ ନମ୍ବର ପ୍ଲେଟ୍ ଲଗାଇବାପାଇଁ ଲିଖିତ ତାଗିଦ କରାଯାଇଛି।