ଗୋପବନ୍ଧୁ ହାଇ ସ୍କୁଲରେ ‌ସଚେତନତା କାର୍ଯ୍ୟକ୍ରମ : ଓମଟିଭି 

ଗୋପବନ୍ଧୁ ହାଇ ସ୍କୁଲରେ ‌ସଚେତନତା କାର୍ଯ୍ୟକ୍ରମ : ଓମଟିଭି 

ଗୋପବନ୍ଧୁ ହାଇ ସ୍କୁଲରେ ‌ସଚେତନତା କାର୍ଯ୍ୟକ୍ରମ : ଓମଟିଭି 
ଗୋପବନ୍ଧୁ ହାଇ ସ୍କୁଲରେ ‌ସଚେତନତା କାର୍ଯ୍ୟକ୍ରମ : ଓମଟିଭି 
ରିପୋର୍ଟ : ଢେଙ୍କାନାଳ ଶଶିକାନ୍ତ ଗଡନାୟକ: ହିନ୍ଦୋଳ କଲ୍ୟାଣ ସଂଗଠନ ଭୁବନେଶ୍ବର ପକ୍ଷରୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 
ହିନ୍ଦୋଳ ଅନ୍ତର୍ଗତ  ନୂଆଗାଁ  ପଞ୍ଚାୟତ ଖଳି ବେରେଣା ସ୍ଥିତ ଗୋପବନ୍ଧୁ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ବେସ ହୃଦୟସ୍ପର୍ଷି ହୋଇପାରିଥିଲା। 
ଏହି ଅବସରରେ ଏକ ଶୋଭାଯାତ୍ରା ସହ ସ୍କୁଲ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ୍ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ
ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରମେଶ ମିଶ୍ର, ମୁଖ୍ୟ ବକ୍ତା ପରିବେଶବିତ୍ ରତିକାନ୍ତ ଗଡନାୟକ, ସମ୍ମାନୀତ ଅତିଥି ସମାଜସେବୀ ସୁଶାନ୍ତ ପତି, ପ୍ରତିଷ୍ଠାତା ସଦସ୍ୟ ପରମାନନ୍ଦ ପ୍ରଧାନ, ସମାଜସେବୀ ଧର୍ମାନନ୍ଦ ସେନାପତି, ସମିତି ସଭ୍ୟ ରିତୁ ସାହୁ ପ୍ରମୂଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଗଠନ ସଦସ୍ୟ ସଙ୍କର୍ଷଣ ପାଲ, ଅକ୍ଷୟ ପାଲ ଶିକ୍ଷକ ରବି ନାରାୟଣ ପଟ୍ଟନାଯକ ଓ ଗତି କୃଷ୍ନ ସାମଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସଚେତନତାର ବାର୍ତା ଓ ପରିବେଶ ସୁନ୍ଦର ସରସ ଗଢ଼ିତୋଳିବାନେଇ ଅନେକ ପ୍ରକାର ଉପାୟମାନ ଅତିଥିମାନେ ଜଣାଇଥିଲେ।