ଆଗେଇବା ସମ୍ବାଦ ପତ୍ର ଓ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ : ଓମଟିଭି

ଗତକାଲି ରାସୋଳ ସରକାରୀ ହସ୍ପିଟାଲ ସଭା ଗୃହରେ ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ସହଯୋଗ ରେ ଆଗେଇବା ସମ୍ବାଦ ପତ୍ର ଓ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଆୟୋଜିତ ସଭାରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଉଦ୍ଘାଟକ ଭାବେ ଯୋଗ ଦେଇ ଦୀର୍ଘ ଦିନର ଦାବି ଏକ ଶାନ୍ତି ଧାମ ରଥ କୁ ଲୋକାର୍ପିତ କରିଛନ୍ତି।

ଆଗେଇବା ସମ୍ବାଦ ପତ୍ର ଓ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ : ଓମଟିଭି

ଆଗେଇବା ସମ୍ବାଦ ପତ୍ର ଓ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ : ଓମଟିଭି

(ରିପୋର୍ଟ: ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ।): ଗତକାଲି ରାସୋଳ ସରକାରୀ ହସ୍ପିଟାଲ ସଭା ଗୃହରେ ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ସହଯୋଗ ରେ ଆଗେଇବା ସମ୍ବାଦ ପତ୍ର ଓ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଆୟୋଜିତ ସଭାରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଉଦ୍ଘାଟକ ଭାବେ ଯୋଗ ଦେଇ ଦୀର୍ଘ ଦିନର ଦାବି ଏକ ଶାନ୍ତି ଧାମ ରଥ କୁ ଲୋକାର୍ପିତ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ ବରୁଣ କୁମାର ସର ମୁଖ୍ୟ ବକ୍ତା ଭାବେ ସାମାଜସେବି ରତିକାନ୍ତ ଗଡନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ, ହିନ୍ଦୋଳ ପୌରାଞ୍ଚଳ ପୂର୍ବତନ ଅଧ୍ୟକ୍ଷା ରିନା ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ସାଗର ପ୍ରଧାନ, ରାସୋଳ ମେଡିକାଲ ଅଫିସର ଡାଃ ଦୟାନିଧି ପୃଷ୍ଟି ,ରାସୋଳ ଫାୟାର ଷ୍ଟେସନ ଅଧିକାରୀ ଧନୀରାମ ମୁଣ୍ଡା, ସରପଞ୍ଚ ଦିବାକର ନାଏକ, ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଲୋକ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ସାଂସଦ ଙ୍କୁ ଆନ୍ତରିକ ସାଧୁବାଦ ଜଣାଇଥିଲେ। ସଭାପତି ବିଭୁ ପ୍ରସାଦ ଶତପଥୀ ଙ୍କ ସମସ୍ତ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସମସ୍ତ ସେବକ ସେବିକା ମାନେ ସହଯୋଗ କରିଥିଲେ। ଆଗେଇବା ହିନ୍ଦୋଳ ପ୍ରତିନିଧି ପ୍ରଶାନ୍ତ ଦାସ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ।