ସ୍ୱ ର୍ଗତ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଧ୍ଯବାର୍ଷିକୀ

ବିଶିଷ୍ଟ ପ୍ରାବନ୍ଧିକ ତଥା ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ  ସ୍ୱ ର୍ଗତ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଧ୍ଯବାର୍ଷିକୀ ଉପଲକ୍ଷେ ଗତ ଜୁନ 14 ତାରିଖରେ ପୁରୁଣା ଭୁବନେଶ୍ୱର ନିକଟ ସ୍ଥ ଡାକ ରା ବିଭୀଷଣେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ସ୍ମୃତି  ସଭା ଅନୁଷ୍ଠିତ ହୋଇଥିଲା

ସ୍ୱ ର୍ଗତ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଧ୍ଯବାର୍ଷିକୀ

ବିଶିଷ୍ଟ ପ୍ରାବନ୍ଧିକ ତଥା ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ  ସ୍ୱ ର୍ଗତ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଧ୍ଯବାର୍ଷିକୀ ଉପଲକ୍ଷେ ଗତ ଜୁନ 14 ତାରିଖରେ ପୁରୁଣା ଭୁବନେଶ୍ୱର ନିକଟ ସ୍ଥ ଡାକ ରା ବିଭୀଷଣେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ସ୍ମୃତି  ସଭା ଅନୁଷ୍ଠିତ ହୋଇଥିଲା
ଉକ୍ତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ସ୍ୱର୍ଗତ ପଟନାୟକ ଙ୍କ ଜୀବନାବଳୀ ସମ୍ପର୍କରେ ଶ୍ରୋତା ମାନଙ୍କୁ ଅଵଗତ କରାଇ ଥିଲେ ।
ସଭା ପ୍ରାରମ୍ଭରେ ସ୍ବର୍ଗତ ପଟ୍ଟନାୟକ ଙ୍କ ବଡ଼ପୁଅ ତଥା ସାମ୍ବାଦିକ ଶ୍ରୀ ନାଗେଶ୍ୱର ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଉତ୍ସବ ରେ ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟନାୟକ ଙ୍କ ସ୍ମୃତି ରେ ଏକ ସ୍ମରଣୀକା ପତ୍ରିକା "ଅବିନଶ୍ଵର କୃଷ୍ଣଚନ୍ଦ୍ର " ଅତିଥି ମାନଂକ ଦ୍ୱାରା ଉନ୍ମୋଚିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଡକ୍ଟର ହରିହର  କାନୁନଗୋ ସ୍ୱର୍ଗ ତ ପଟ୍ଟନାୟକ ଙ୍କ ର ପ୍ରଭୁ ଶ୍ରୀ ଜଗ ନ୍ନାଥ ଙ୍କ ଉପରେ ରଚନା କରିଥିବା ଲେଖାଗୁଡିକ ଉଚ୍ଚ କୋଟି ର ବୋଲି ଅବ ହିତ କରିଥିଲେ।ସେ ଜଣେ ପୁଣ୍ୟତ୍ମା ଓ ପ୍ରକୃତ ରେ  ଆଧ୍ୟାତ୍ମିକ ମଣିଷ ଥିଲେବୋଲି ଡକ୍ଟର କାନୁନଗୋ କହିଥିଲେ।
ଅନ୍ୟତମ ବକ୍ତା ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବି ଜ ୟ କୁମାର ପଟ୍ଟନାୟକ ଯୋଗ  ଦେଇ  ସ୍ଵର୍ଗ ତ  ପଟ୍ଟନାୟକ ଙ୍କୁ ଏକ ପରୋପକାରୀ ଓ ନିଃସ୍ୱାର୍ଥ ପର ,ଜ୍ଞାନୀ ଓ ଗୁଣି ମଣିଷ ବୋଲି  ଅଵ ହିତ କରି ତାଙ୍କୁ ଭାବପୁର୍ଣ ଶ୍ର ଧାଞ୍ଜଳୀ ଜ୍ଞାପନ କରିଥିଲେ।
ବ୍ର ହ୍ମ ପୁର ସ୍ଥିତ ଭଦ୍ରମ ଅନୁଷ୍ଠାନ ରୁ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ଦାସ ସ୍ବର୍ଗତ ପଟ୍ଟନାୟକ ଙ୍କ  ସମାଜ ସେବା ସପର୍କରେ ଆଲୋକପାତ କରିଥିଲେ ।ଅନ୍ୟତମ ଵକ୍ତା ଭାବେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି  ଉକ୍ତ ଉତ୍ସବରେ ଯୋଗ  ଦେଇ ସ୍ବର୍ଗତ  ପଟନାୟକଙ୍କ ସହ ତାଙ୍କର ଦୀର୍ଘ ଦିନ ର ସମ୍ପର୍କ ଓ ତଦ୍ୱାରା ସେ କିପରି ପ୍ରଭାବିତ  ହେଇଥୂଲେ ,ସେ ସମ୍ୟକ ଆଲୋକ ପାତ କରିଥିଲେ ।
ଉକ୍ତ ଉତ୍ସବରେ ଅନ୍ୟାନ୍ୟ ଵକ୍ତା ଭାବେ ଯୋଗ ଦେଇ   ଭାରତର  ରାଷ୍ଟ୍ରପତି ଙ୍କ ପୂର୍ବତନ ପ୍ରେସ ସଚିବ ଶ୍ରୀ ସତ୍ୟ ନାରାୟଣ ସାହୁ ,ଭାରତୀୟ ରିଜର୍ଭ ବ୍ୟାଙ୍କ ର ପୂର୍ବତନ ଉପମହାପ୍ରବନ୍ଧକ ଶ୍ରୀ ମାନବେନ୍ଦ୍ର ମିଶ୍ର ,ଇଂ ଶ୍ରୀ ଦୁର୍ଗା ଚରଣ ମିଶ୍ର ,ସମାଜସେବୀ ଶ୍ରୀ ରଘୁନାଥ ପଟନାୟକ ,ଶ୍ରୀ ବିଦ୍ୟାସାଗର,ଓ ଡାକ୍ତ ର ଶ୍ରୀ ବଳଭଦ୍ର ଦାଶ  ସ୍ୱର୍ଗତ ପଟ୍ଟନାୟକ ଙ୍କ ଗୁଣାବଳୀ ଓ ଆଧ୍ୟାତ୍ମିକ ଜୀବନ  ସମ୍ପର୍କରେ ଆଲୋଚନା କରିଥିଲେ ।
ଉକ ଉତ୍ସବ ରେ ସର୍ଗତ ପଟନାୟକ ଙ୍କ ସମସ୍ତ ପରିବାର ବର୍ଗ ,ବନ୍ଧୁ ,ଶଭେଛୁ ଓ ଅନ୍ୟ ଗଣ୍ୟ ମାନ ବ୍ୟକ୍ତି ମାନେ ଯୋଗ ଦେଇ ଥିଲେ।