ସଦାନନ୍ଦ ସାହିତ୍ୟ ସଂସ୍କୃତି ସଂସଦ : Ommtv

ସଦାନନ୍ଦ ସାହିତ୍ୟ ସଂସ୍କୃତି ସଂସଦ

ସଦାନନ୍ଦ ସାହିତ୍ୟ ସଂସ୍କୃତି ସଂସଦ : Ommtv

ସଦାନନ୍ଦ ସାହିତ୍ୟ ସଂସ୍କୃତି ସଂସଦ : Ommtv

www.ommtv.in  ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ହିନ୍ଦୋଳ ସଦାନନ୍ଦ ସାହିତ୍ୟ ସଂସ୍କୃତି ସଂସଦ ଆନୁକୁଲ୍ୟରେ ସ୍ୱର୍ଗତଃ ସଦାନନ୍ଦ ଗଡନାୟକ ଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ପାଳନ ଉତ୍ସବ ଗତକାଲି ନୂତନ ବର୍ଷ ରେ ଦୁଦୁରକୋଟ ସ୍ଥିତ ମାଆ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ସମାରୋହରେ ପାଳିତ ହୋଇଛି। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଢେଙ୍କାନାଳ ରାଜ ପରିବାର ସଦସ୍ୟ ଶ୍ରୀ ରାଜୀବ ଲୋଚନ ସିଂହଦେଓ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅପରାହ୍ଣ ରେ ପୁରସ୍କାର ବିତରଣ ଉତ୍ସବରେ ଅନଗୁଳ ଟାମଡା ଅଧ୍ୟକ୍ଷ ଶ୍ରୀ ମୀନକେତନ ଅମାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣ କରିଥିବା ପାଇକ ଆଖଡା, ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ, ଜିଲ୍ଲା କିକ ବକ୍ସିଂ କ୍ରୀଡାବିତ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରିବା ସହ ହିନ୍ଦୋଳ ନବରତ୍ନ ପୁରସ୍କାର-୨୦୨୪ ବିଭିନ୍ନ ଉଲେଖନୀୟ କାର୍ଯ୍ୟ ପାଇଁ ଶିକ୍ଷାବିତ୍ ଲକ୍ଷ୍ମୀଧର ମିଶ୍ର, ପ୍ରଫେସର ଡଃ ପ୍ରମୋଦ ମିଶ୍ର, ଜନ ମଙ୍ଗଳ ରାସୋଳ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ, ବିଶିଷ୍ଟ ଯାଦୁକର ବିମଳ ବିଶ୍ଵାଳ, ସମାଜ ସେବିକା ନିରୁପମା ମିଶ୍ର, ସମବାୟ ନେତା ପ୍ରେମାନନ୍ଦ ପଟ୍ଟନାୟକ, କିକ ବକ୍ସିଂ କୋଚ୍ ମିହିର ସାହୁ ଙ୍କୁ ଅତିଥି ମାନେ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟବକ୍ତା ଭାବେ କଳିଙ୍ଗ ପାଇକ ସମାଜ ସାଧାରଣ ସମ୍ପାଦକ ରଞ୍ଜନ କୁମାର ବିଶୋଇ, ସମ୍ମାନିତ ଅତିଥି ଭାବେ ଅନଗୁଳ ପାଇକ ମହାସଂଘ ସଭାପତି ସୁବୋଧ କୁମାର ସିଂହ, କଳିଙ୍ଗ ପାଇକ ସମାଜ ଉପ ସଭାପତି କୁନା ଗଡନାୟକ, ଢେଙ୍କାନାଳ କ୍ଷତ୍ରିୟ ଖଣ୍ଡାୟତ ପରିଷଦ ର ଆବାହକ ରାଜ କିଶୋର ବେହେରା, ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ସମାଜସେବୀ ଦିବାକର ପଟ୍ଟନାୟକ, ପୁରୁଷୋତ୍ତମ ସିଂହ, ପ୍ରଫୁଲ୍ଲ କୁମାର ସିଂହ ଯୋଗଦାନ କରିଥିଲେ। ସଂସଦ ସଭାପତି ରତିକାନ୍ତ ଗଡନାୟକ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ମନୋରଞ୍ଜନ ଗଡନାୟକ, ଦୀପକ ହାପି ଗଡନାୟକ, ପ୍ରଦ୍ୟୁମ୍ନ ସାମଲ ଉତ୍ସବ ପରିଚାଳନା କରିଥିଲେ।

Join New Bhubaneswar Press Club : 9439177630