ରାଜ୍ୟ ସରକାର ଙ୍କ ନୂଆ ଓ ଯୁବ ଓଡିଶା ନବୀନ : Ommtv

ରାଜ୍ୟ ସରକାର ଙ୍କ ନୂଆ ଓ ଯୁବ ଓଡିଶା ନବୀନ

ରାଜ୍ୟ ସରକାର ଙ୍କ ନୂଆ ଓ ଯୁବ ଓଡିଶା ନବୀନ : Ommtv

ରାଜ୍ୟ ସରକାର ଙ୍କ ନୂଆ ଓ ଯୁବ ଓଡିଶା ନବୀନ : Ommtv

www.ommtv.in ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ରାଜ୍ୟ ସରକାର ଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ସାତମାଇଲ ସ୍ଥିତ ଜନତା କଲେଜ ର ମୁଖିଆଙ୍କ ନିମନ୍ତ୍ରଣ କ୍ରମେ ଉଦଯାପନୀ ଉତ୍ସବ ରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ସବୁ କଲେଜ ଅପେକ୍ଷା ଏଠାରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ, ଆଦୌ ଜଣେ ହେଲେ ଅଭିଭାବକ, ପୂରାତନ ଛାତ୍ର ସଂଗଠନ ର ଆଲୁମ୍ନି ର କୌଣସି କର୍ମକର୍ତ୍ତା, ଜଣେ ହେଲେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତି ଅନୁଭବ କରି କ୍ଷୋଭ ପ୍ରକାଶ କରିଥିଲେ। କାହିଁକି ସରକାର ଙ୍କ ଏଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କାହାକୁ ନ ଡାକିବାର କାରଣ କହି ପାରିବେ ନାହିଁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ପୂର୍ବତନ ସମ୍ବାଦ ପ୍ରତିନିଧି ମହେଶ୍ଵର ପଟ୍ଟନାୟକ ଜଣେ ପତ୍ରକାର ରୁ ଅଧ୍ୟକ୍ଷ ହୋଇ ପାରିଛନ୍ତି କିନ୍ତୁ ଉତ୍ସବ ରେ ଜଣେ ହେଲେ ସାମ୍ବାଦିକ ନିମନ୍ତ୍ରିତ ହୋଇ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ନୂଆବଗ ଗ୍ରାମ ପଞ୍ଚାୟତ ସରପଞ୍ଚ ମାନସ ଦେହୁରୀ ଙ୍କୁ ମଞ୍ଚ ଉପରେ ବସାଇଥିଲେ। କିନ୍ତୁ ଦୁଦୁରକୋଟ,ଗୁଳେହି,ହାତୁରା,ମହାଲଣ୍ଡା ,ପାଟଲା ଆଦି ଫିଡିଂ ପଂଚାୟତ ସରପଞ୍ଚ, ସମିତି ସଭ୍ଯା ସଭ୍ଯ ମାନଙ୍କୁ ନ ଡାକିବାରୁ ସବୁଆଡେ ଅଞ୍ଚଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଭାବକ, ମୋ କଲେଜ ଅଭିଯାନ, ପୂରାତନ ଛାତ୍ର ସଂଗଠନ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ଉତ୍ସବରେ ଯୋଗ ଦେବାକୁ ନଡାକିବାର କର୍ତ୍ତୃପକ୍ଷ ଙ୍କ ଉଦ୍ଦେଶ୍ୟ କଣ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ତଦନ୍ତ କରି ଜନ ସାଧାରଣ ଙ୍କୁ ଅବଗତ କରାଇବା ପାଇଁ ଦାବୀ ଜୋର ହେଉଛି।

JOIN NEW BHUBANESWAR PRESS CLUB : 9439177630