୧୮ ତମ ହୋ‌ମ୍ ଆଣ୍ଡ ଡ଼େକୋର ଏବଂ ଇଣ୍ଡିଆ ଇନ୍ଟରନ୍ୟାସନାଲ ମେ‌ଗା ଟ୍ରେଡ଼୍ ଫେୟାର ଉଦ୍‌ଯାପିତ : Ommtv 

: ଜନତା ମଇଦାନ ଠାରେ ଫେବୃଆରୀ ୨୫ ରୁ ଆରମ୍ଭ ହୋଇଥିବା “ହୋମ୍‌ ଆଣ୍ଡ ଡେକୋର ୨୦୨୩” ଏବଂ “ଇଣ୍ଡିଆ ଇନ୍ଟରନ୍ୟାସନାଲ ମେଗା ଟ୍ରେଡ୍ ଫେୟାର ୨୦୨୩” (ଆଇଆଇଏମଟିଏଫ୍‌-୨୦୨୩) ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଲିଃ ତଥା ଜାତୀୟ ଏସ୍‌ସି-ଏସ୍‌ଟି ହବ୍ ଭୁବନେଶ୍ୱରର ଶାଖା ପରିଚାଳକ ଶୁଭାସିଷ୍‌ ଦାସ, କ୍ରେଡାଇ ଭୁବନେଶ୍ୱରର ସଭାପତି ପ୍ରଦିପ୍ତ କୁମାର ବିଶ୍ୱାସରଏ, ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦ ଏବଂ ଜି.ଏସ୍‌. ମାର୍କେଟିଙ୍ଗର ନିର୍ଦ୍ଦେଶକ ଚିଦ୍ରୁଦ୍ ସାହା ଆଦି ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଦେବ ସମସ୍ତ ପୁଞ୍ଜିନିବେଶକାରୀମାନଙ୍କୁ ଓଡିଶାରେ ଥିବା ଖଣିଜ ସମ୍ପଦ ବ୍ୟବହାର କରି ଶିଳ୍ପ ନିର୍ମାଣ ନିମନ୍ତେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ କରିଛନ୍ତି । ଏହି ୧୦ ଦିନ ମେଳାରେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବୁଲିବାକୁ ଆସିଥିଲେ । ଲୋକମାନେ ନିଜ ମନପସନ୍ଦ ଆସବାବପତ୍ର ସମେତ ଅନ୍ୟାନ୍ୟ ଦ୍ରବ୍ୟମାନ କିଣି ବହୁ ଖୁସି ଅଛନ୍ତି । ଏହା ସହିତ କ୍ରେଡାଇ ଭୁବନେଶ୍ୱର ରିଅଲିଷ୍ଟେଟ୍‌ ଷ୍ଟଲକୁ ଆସି ଲୋକମାନେ ନିଜ ପସନ୍ଦ ଅନୁଯାୟୀ ଘର ମଧ୍ୟ ଚୟନ କରିଥିଲେ ।