ପଟିଆ ଶ୍ରୀ ଜୟଦେବ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ ତମ ସ୍ବାଧାନତାଦିବସ ପାଳିତ : ଓମଟିଭି

ପଟିଆ ଅଂଚଳର ଦୁଇଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ୭୬ତମ ସ୍ବାଧୀନତା ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପଟିଆସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭା ନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ସଂପାଦକ ପ୍ରଦୀପକୁମାର ପାଣି ତ୍ରରଙ୍ଗା ଉତ୍ତୋଳନ କରିଥିଲେ।

ପଟିଆ ଶ୍ରୀ ଜୟଦେବ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ ତମ ସ୍ବାଧାନତାଦିବସ ପାଳିତ : ଓମଟିଭି

ପଟିଆ ଶ୍ରୀ ଜୟଦେବ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ ତମ ସ୍ବାଧାନତାଦିବସ ପାଳିତ : ଓମଟିଭି

ଭୁବନେଶ୍ବର୧୬।୮ (ଓମ): ପଟିଆ ଅଂଚଳର ଦୁଇଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ୭୬ତମ ସ୍ବାଧୀନତା ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପଟିଆସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭା ନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ସଂପାଦକ ପ୍ରଦୀପକୁମାର ପାଣି ତ୍ରରଙ୍ଗା ଉତ୍ତୋଳନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିଲା। ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଉତ୍ସବ ଶିକ୍ଷୟତ୍ରୀ ମନପାଲୀ ବାଣୀ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ। ସେହିଭଳି ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାକେଶ କୁମାର ପାଣିଙ୍କ ନେତୃତ୍ବରେ ପତାକା ଉତ୍ତଳୋନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡ଼ାକ୍ତର ହରିଶ ଚୌଧରୀ ମୁଖ୍ୟ ଅତିଥିଭାବରେ ଯୋଗଦେଇ ତିରଙ୍ଗା ଉତ୍ତଳୋନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼.ମୁରଲୀଧର ସୁବୁଦ୍ଧି, ପ୍ରତାପ ଚନ୍ଦ୍ର ମହାନ୍ତି ଓ ସୌଦାମିନୀ ପଟ୍ଟନାୟକ ଅତିଥିଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସ‌ାମ୍ବାଦିକ ତଥା ମୋଟିଭେସନାଲ୍ ସ୍ପିକର ବିଦ୍ୟାଧର ବାରିକ ଓ ସାମ୍ବାଦିକ ଦୁଷ୍ମନ୍ତ ସ୍ବତନ୍ତ୍ର ଅତିଥିଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ନେଇ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବକୁ ଅନୁଷ୍ଟାନର ବରିଷ୍ଠ ଆଚାର୍ଯ୍ୟ ସନ୍ତୋଷକୁମାର ତ୍ରିପାଠୀ ପରିଚାଳନାକରିଥିଲେ । ଆଚାର୍ଯ୍ୟ ଦିଲ୍ଲିପ୍ କୁମାର ‌ବେହରୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।