ଲୁବୁନ୍‌-ଟୁବୁନ୍‌ଙ୍କ ‘କହିବିନି ତତେ ଆଇଲଭ୍‌ୟୁ’ ସବୁ ସୋ’ ହାଉସ୍ ଫୁଲ୍ : ଓମଟିଭି

ଓଲିଉଡ଼ ଆଲବମ୍ ମେକର୍ ଲୁବୁନ୍‌ – ଟୁବୁନ୍ ପ୍ରଥମ ଥରକରି ନିର୍ମାଣ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘କହି‌ବିନି ତତେ ଆଇଲଭ୍‌ୟୁ’। ଯାହାର ଆଜି ପ୍ରିମିୟର ସୋ’ ଭୁବନେଶ୍ବର ସ୍ବାତୀ ସିନେମା ହଲରେ ଅନୁଷ୍ଠିତ

ଲୁବୁନ୍‌-ଟୁବୁନ୍‌ଙ୍କ ‘କହିବିନି ତତେ ଆଇଲଭ୍‌ୟୁ’ ସବୁ ସୋ’ ହାଉସ୍ ଫୁଲ୍ : ଓମଟିଭି

ଲୁବୁନ୍‌-ଟୁବୁନ୍‌ଙ୍କ ‘କହିବିନି ତତେ ଆଇଲଭ୍‌ୟୁ’ ସବୁ ସୋ’ ହାଉସ୍ ଫୁଲ୍ : ଓମଟିଭି

ଭୁବନେଶ୍ବର, ୧୭।୭ (ଓମ): ଓଲିଉଡ଼ ଆଲବମ୍ ମେକର୍ ଲୁବୁନ୍‌ – ଟୁବୁନ୍ ପ୍ରଥମ ଥରକରି ନିର୍ମାଣ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘କହି‌ବିନି ତତେ ଆଇଲଭ୍‌ୟୁ’। ଯାହାର ଆଜି ପ୍ରିମିୟର ସୋ’ ଭୁବନେଶ୍ବର ସ୍ବାତୀ ସିନେମା ହଲରେ ଅନୁଷ୍ଠିତ ହୋଇଯାଇଛି। ଏହା ଏକ ରୋମାଣ୍ଟିକ୍ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ଏହାର ରାଜ୍ୟ ବ୍ୟାପି ସମସ୍ତ ସୋ’ ପ୍ରଥମ ଦିନରେ ହାଉସ୍ ଫୁଲ୍ ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଆଜି ପ୍ରିମିୟର ସୋ’ରେ ଦର୍ଶକ ଓ ଶୁଭେଛୁଙ୍କ ସଂଖ୍ୟା ଏତେ ପରିମାଣର ହୋଇଯାଇଥି‌ଲା। ଫଳରେ ହଲ ଭିତରେ ସିନେମା କଳାକାରମାନଙ୍କୁ ତଳେ ବସିବାପାଇଁ ପଡ଼ିଥିଲା। ହଲ୍ ଭିତରେ ପ୍ରତି ଗୀତ ଓ ଲୁବୁନ୍‌ଙ୍କ ଶଂଳାପରେ ଦର୍ଶକ ତାଳିମା‌ରି ହୋ ଆଲ୍ଲା କରୁଥିବା ଦେଖିବାକୁ ମିଳିଥିଲା। ବହୁ ବ୍ୟବଧାନପରେ ଏପରି ଏକ ମନୋରଂଜନତ୍ମକ ଚଳଚ୍ଚିତ୍ର ଦେଖି ଦର୍ଶକ ଭରପୁର ମନୋରଂଜନ କରିଥିଲେ। ଲୁବୁନ୍‌ ଆଲବମ୍ ଦୁନିଆଁର ଜଣେ ଆଗଧାଡ଼ିର କଳାକାର ହୋଇଥିବାରୁ ତାଙ୍କୁ ବଡ଼ ପରଦାରେ ପ୍ରଥମଥର ଦେଖି ଦର୍ଶକ ବେସ୍ ଉତ୍ସାହି ହୋଇପଡ଼ିଥିଲେ। କୋରିଓଗ୍ରାଫରରୁ ନାୟକ ହେବା ଲୁବୁନ୍‌ଙ୍କ ପାଇଁ ଏକ ‌ସ୍ବଭାଗ୍ୟ ବ‌ୋଲି ସେ କହିଛନ୍ତି। ଏହି ଚଳଚ୍ଚିତ୍ରକୁ ଦୁଇ ଭାଇ ଲୁବୁନ୍‌-ଟୁବୁନ୍ ନିର୍ଦେଶନା ଦେଇଥିଲା ବେଳେ ଏହାର ପ୍ରଯୋଜନା କରିଛନ୍ତି ପ୍ରିତିସ ମହାନ୍ତି। ସଂଗୀତ ନିର୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ନୂଆ କଥା ହେଲା ଏଥିରେ କୌଣସି ଦମଦାର ଷ୍ଟାରକାଷ୍ଟ ନଥିଲେମଧ୍ୟ ଲୁବୁନଙ୍କ ଅଭିନୟ ଦେଖିବାପାଇଁ ଦର୍ଶକ ହାଉସଫୁଲ ହୋଇଥିବାରୁ ଓଲିଉଡ଼ରେ ଆଗାମି ଦିନରେ କିଛି ନୂଆ ଜିନିଷ ଦେଖିବାକୁ ମିଳିବ ବୋଲି ଉପସ୍ଥିତ ଅତିଥି କଳାକାର ଓ ସମୀକ୍ଷକ ବିଦ୍ୟାଧର ବାରିକ ମତପ୍ରକାଶ କରିଛନ୍ତି।