ବସନ୍ତ ବିଶ୍ଵାଳ ଆୱାର୍ଡ 2023 : Ommtv

ବସନ୍ତ ବିଶ୍ଵାଳ ଆୱାର୍ଡ 2023

ବସନ୍ତ ବିଶ୍ଵାଳ ଆୱାର୍ଡ 2023 : Ommtv

ବସନ୍ତ ବିଶ୍ଵାଳ ଆୱାର୍ଡ 2023 : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ; ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଆଣ୍ଡ ଗାଇଡ୍ ୟୁନିଟ୍-3 ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆଜି ବସନ୍ତ ବିଶ୍ଵାଳ ଆୱାର୍ଡ 2023ରାଜ୍ୟର ବିଭିନ୍ନ ହାଇସ୍କୁଲ ର ସ୍କାଉଟସ୍ ଗାଇଡ୍ସ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି। ଏ ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଦୁଇ ଜଣ ଗାଇଡ୍ ମାନଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ଜନତା ରାଜ ହାଇସ୍କୁଲ ର ପି,ଇ,ଟି ଗାୟତ୍ରୀ ପଟ୍ଟନାୟକ, ସଦର ବ୍ଲକ୍ ଅନ୍ତର୍ଗତ ଭଗବାନ ବିଦ୍ୟାପୀଠ ର ପି, ଇ,ଟି,ବିଦୂର ସାମଲ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ଶ୍ରେଷ୍ଠ ପ୍ରତିପାଦନ ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ଉଭୟ ବିଦ୍ୟାଳୟ ର ମୋ ସ୍କୁଲ୍ ଅଭିଯାନ, ଏସ୍, ଏମ୍,ଡି, ସି ପକ୍ଷରୁ ଦୁଇ ଗାଇଡ୍ ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।