ଚେତନାଶ୍ରୀ ସାହିତ୍ୟ ସଂସଦ : Ommtv

ଚେତନାଶ୍ରୀ ସାହିତ୍ୟ ସଂସଦ

ଚେତନାଶ୍ରୀ ସାହିତ୍ୟ ସଂସଦ : Ommtv

ଆମ ଚେତନାଶ୍ରୀ ସାହିତ୍ୟ ସଂସଦ, ଅନୁଗୋଳର ଭକ୍ତି କବିତା ପାଠୋତ୍ସବ ଓ କୃଷ୍ଣ ଚରିତ ଆଲୋଚନା ଆଜି ତା୦୩.୦୯.୨୦୨୩ ରିଖରେ ଅନୁଗୋଳ ସାଂଧ୍ୟ ମହାବିଦ୍ୟାଳୟ, ଠାରେ ସଭାପତି ଶ୍ରୀଯୁକ୍ତ ଗିରିଜାଶଙ୍କର ପଟ୍ଟନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ଦାଶ ମହାଶୟ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ବିଜୟ କୁମାର ଦାସ ମହାଶୟ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ ଶ୍ରୀଯୁକ୍ତ ଅସିତ କୁମାର ପଟ୍ଟନାୟକ ମହାଶୟ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସୁସଂଗଠକ ଶ୍ରୀଯୁକ୍ତ ପ୍ରଭାତ କୁମାର ଦାଶ ମହାଶୟ, ସଂଯୋଜକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ମହାଶୟ, ପୁଣ୍ୟ ଉତ୍କଳ ପରିଷଦର ସଂପାଦିକା ତଥା ସୁ ଘୋଷିକା କବୟିତ୍ରୀ ଶ୍ରୀମତୀ ଗୋଲାପ ନନ୍ଦ ମହାଶୟା ମଞ୍ଚାସୀନ ହୋଇ ଭକ୍ତି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ସୁବକ୍ତା ଭାବରେ ଚେତନାଶ୍ରୀ ଆଜି ବିଶିଷ୍ଟ ପ୍ରବଚକ ସୁସାହିତ୍ୟିକ ତଥା ଶୈଳ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ସଂପାଦକ ଡ. ସଦାନନ୍ଦ ପରିଡ଼ା ମହାଶୟ, ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦିନୀ ରାଉତ ମହାଶୟା, କୁନି ପ୍ରବାଚିକା ସୁଶ୍ରୀ ସାଇ ଜିଜ୍ଞାସା ବାରିକଙ୍କ ଅକୁଣ୍ଠ କୃଷ୍ଣ ଜଗନ୍ନାଥଙ୍କ ଚରିତକୁ ଉପସ୍ଥାପନା ରଖି ଆସନରେ ନିଆରା ଭାବ ଯୋଗାଇ ଦେଇଛନ୍ତି। ଅତ୍ୟନ୍ତ ହୃଦୟସ୍ପର୍ଶୀ କୃଷ୍ଣ ଜଗନ୍ନାଥ ଆଧାରିତ କବିତା ଗୁଡ଼ିକ ସମସ୍ତ ସାରସ୍ଵତ କବି କବୟିତ୍ରୀ ତଥା କୃଷ୍ଣ ପ୍ରେମୀ ଭକ୍ତ ମାନଙ୍କୁ ଏହା ଅହେତୁକ ଆନନ୍ଦ ଯୋଗାଇଦେଇଥିଲା। ଶିକ୍ଷକ ତଥା ସୁସାହିତ୍ୟିକ କବି ଶ୍ରୀଯୁକ୍ତ ସନତ ନାଏକ ମହାଶୟ ଧନ୍ୟବାଦ କୃତଜ୍ଞତା ଜ୍ଞାପନ କରି ଆସରରେ ଚେତନାଶ୍ରୀ ର ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଦେଇଥିଲେ। ସମସ୍ତ ସାରସ୍ଵତ ସାଧକ ସାଧିକା ମାନଙ୍କୁ ନେଇ ଏ ଅନୁଷ୍ଠାନ। ସଂସଦର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର ସାହାଯ୍ୟ ସହଯୋଗ ପରିଚାଳନାଗତ ଆତ୍ମିକ ଭାବ ଏବଂ ଉପଦେଷ୍ଟା ମଣ୍ଡଳୀ, ସଦସ୍ୟ ସଦସ୍ୟା ମାନଙ୍କର ଭକ୍ତି କବିତା ପାଠ,ଓ ପ୍ରେରଣା ନିକଟରେ ମୁଁ ସଂପାଦିକା ଗୀତାମୟୀ ମହାପାତ୍ର ଶତକୋଟି ପ୍ରଣାମ ଜଣାଉଛି ମହାପ୍ରଭୁ ଶ୍ରୀକୃଷ୍ଣ ଜଗନ୍ନାଥଙ୍କ ଚରଣତଳେ ସମସ୍ତଙ୍କ ମଙ୍ଗଳ କାମନା ଓ ଅଜସ୍ର ପ୍ରଣାମ ଜଣାଉଛି. #Dhenkanal #Ommtvepaper #Ommtv #OmTV #NBPC #trend #viralpage