କଳିଙ୍ଗ ସିନେ ଆର୍ଟସ୍ ରଜ ମହୋତ୍ସବ ଉଦ୍‌ଯାପିତ : Ommtv

କଳିଙ୍ଗ ସିନେ ଆର୍ଟସ୍ ରଜ ମହୋତ୍ସବ ଉଦ୍‌ଯାପିତ

କଳିଙ୍ଗ ସିନେ ଆର୍ଟସ୍ ରଜ ମହୋତ୍ସବ ଉଦ୍‌ଯାପିତ : Ommtv

କଳିଙ୍ଗ ସିନେ ଆର୍ଟସ୍ ରଜ ମହୋତ୍ସବ ଉଦ୍‌ଯାପିତ : Ommtv

: କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଷ୍ଠିତ ତିନି ଦିନିଆଁ ରଜ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଯାତ୍ରା ପଡ଼ିଆରେ ଦଶଟି ଫୁଲ ଦୋଳି, ପାଞ୍ଚ ଟି ପେଙ୍ଗା ଓ ଗୋଟିଏ ଚକ୍ରୀ ଦୋଳି ଲଗାଯାଇଥିଲା। ଯେଉଁଥିରେ ସ୍ଥାନୀୟ ଯୁବତୀମାନେ ତିନିଦିନ ଧରି ଭରପୁର ମନୋରଞ୍ଜନକରିଥିଲେ। ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ଦୋଳି ଖେଳ ହେବା ସହିତ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଆଜି ଏହାର ଉଦ୍‌ଯାପନି ଉତ୍ସବରେ ସ୍ଥାନୀୟ କୁନିକୁନି ପିଲାମାନଙ୍କ ଦ୍ବାରା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କୃତି ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଓଲିଉଡ଼ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସେହିଭଳି ରଙ୍ଗମାଟିଆ ସ୍କୁଲ ପଡ଼ିଆରେ ପ୍ରଶାନ୍ତ ମେମୋରିଆଲ ପକ୍ଷରୁ ୧୮ ବ‌ର୍ଷରୁ କମ୍ ବାଳକମାନଙ୍କ ମଧ୍ୟରେ କ୍ରିକେଟ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଯାହାର ବିଜୟୀ ଦଳକୁ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଅତିଥିଭାବେ ଯୋଗଦେଇ ଅର୍ଥରାଶି ଓ ଟ୍ରଫି ପୁରସ୍କାର ପ୍ରଦାନ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ ରଙ୍ଗମାଟିଆ ବରିଷ୍ଠ ନାଗରିକ ମଞ୍ଚ ଓ ମା’ବାସୁଳାଇ ଯୁବକ ସଂଘର ସଭ୍ୟ ସହଯୋଗ କରିଥିଲେ ଏବଂ କଳିଙ୍ଗ ସିନ‌େ ଆର୍ଟସ୍‌ର ସମ୍ପାଦକ ବିଦ୍ୟାଧର ବାରିକ ଓ ସଭାପତି ସୁଶାନ୍ତ ଦାସ ତିନି ଦିନିଆଁ ଉତ୍ସବକୁ ପରିଚାଳନା କରିଥିଲେ।