କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ଥିଲା ‘ମାନବିକତା ପାଇଁ ଯୋଗ’। କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ ୬ଟା ସମୟରେ କିସ୍‍ ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା।

କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର, ୨୧ ।୬: ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ଥିଲା ‘ମାନବିକତା ପାଇଁ ଯୋଗ’। କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ ୬ଟା ସମୟରେ କିସ୍‍ ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା। କିଟ୍‌, କିସ୍ ଓ କିମ୍‍ସର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଯୋଗ ହେଉଛି ଆମର ପୁରାତନ ପରମ୍ପରା। ସମଗ୍ର ବିଶ୍ୱକୁ ଏହା ହେଉଛି ଭାରତର ସବୁଠାରୁ ମୂଲ୍ୟବାନ ଦାନ। ସମଗ୍ର ବିଶ୍ୱରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇ ଚାଲିଛି। ଯୋଗ କେବଳ ଯେ ଆମକୁ ଶାରୀରିକ ଭାବେ ଫିଟ୍‍ ରଖିଥାଏ ତାହା ନୁହେଁ, ଏହା ମଧ୍ୟ ଆମର ମାନସିକ ଚାପ କମାଇବା ସହ ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡ. ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ସମସ୍ତ ସ୍କୁଲ୍ ଓ ବିଭାଗୀୟ ଡିନ୍‌, ନିର୍ଦ୍ଦେଶକ ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଯୋଗ ପ୍ରଶିକ୍ଷିକା ଡ. ବିଶ୍ୱବନ୍ଦିତା କର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ