ସମାଜସେବୀ ନିବେଦିତାଙ୍କୁ ସମ୍ମାନିତ କଲା The Theosophical order of Service : ଓମଟିଭି

ଭୁବନେଶ୍ବର Royal college of science and Technology , Auditorium ହଲ୍ ରେ The Theosophical order of Service ଭୁବନେଶ୍ୱର ଶାଖା ତରଫରୁ ନବମ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର Theme ହେଉଛି Universal Brotherhood is the key to Harmony of Nature ।ଉକ୍ତ ସମ୍ମିଳନୀରେ  TOS ର ସଭାପତି ଡଃ ଦୀପା ପାଢ଼ୀ ସଭାକାର୍ଯ୍ଯ ପରିଚାଳନା କରିଥିଲେ।

ସମାଜସେବୀ ନିବେଦିତାଙ୍କୁ ସମ୍ମାନିତ କଲା The Theosophical order of Service : ଓମଟିଭି

ସମାଜସେବୀ ନିବେଦିତାଙ୍କୁ ସମ୍ମାନିତ କଲା The Theosophical order of Service : ଓମଟିଭି

ଭୁବନେଶ୍ବର Royal college of science and Technology , Auditorium ହଲ୍ ରେ The Theosophical order of Service ଭୁବନେଶ୍ୱର ଶାଖା ତରଫରୁ ନବମ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର Theme ହେଉଛି Universal Brotherhood is the key to Harmony of Nature ।ଉକ୍ତ ସମ୍ମିଳନୀରେ  TOS ର ସଭାପତି ଡଃ ଦୀପା ପାଢ଼ୀ ସଭାକାର୍ଯ୍ଯ ପରିଚାଳନା କରିଥିଲେ। ଡଃ ହରେକୃଷ୍ଣ ଶତପଥୀ (Vice Chancellor,KIIS, University) ମୁଖ୍ୟ ଅତିଥି Br.କେ ଶିବପ୍ରସାଦ  (TOS, National Director) ମୁଖ୍ୟ ବକ୍ତା, ଡଃ ଅନ୍ନପୁର୍ଣା ପାଣ୍ଡେ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରକୃତି ସହିତ ଐକ୍ୟ, ଏକତା ଓ ଶାନ୍ତି ସ୍ଥାପନ ପାଇଁ ବିଶ୍ଵ ଭାତୃତ୍ବ ହିଁ ଏହାର ଚାବି ବୋଲି ପ୍ରତିପାଦିତ କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ଯଶୋଦା ମାଆ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀମତୀ ନିବେଦିତା ଲେଙ୍କାଙ୍କୁ Most prestigious " Besant selfless service Award 2022" ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ୩୧ ଜଣ ଝିଅଙ୍କୁ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ଯଶୋଦା ମାଆ ଫାଉଣ୍ଡେସନର ୩ ଜଣ ଝିଅଙ୍କୁ ବିଭିନ୍ନ ବିଭାଗରେ Top Rank ରଖିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ଲେଙ୍କା ତାଙ୍କ ମତାମତରେ କହିଥିଲେ ଯେ ଏ ସମ୍ମାନ ତାଙ୍କ ପାଇଁ ଏକ ପ୍ରେରଣା ସଦୃଶ ଓ ଆଗାମୀ ଦିନରେ ତାଙ୍କୁ ଅନେକ ମହତର କାର୍ଯ୍ୟ କରିବାକୁ ନିଶ୍ଚିତ ଉତ୍ସାହିତ କରିବ । ସମାଜରେ କୋଣ ଅନୁକୋଣରେ କେହି ଯେପରି ଅର୍ଥ ଅଭାବରୁ ଶିକ୍ଷା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଦୃଢୋକ୍ତି ଉପସ୍ଥାପନ କରିଥିଲେ । ଶେଷରେ ପୁଣି କହିଥିଲେ ଯେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର,ଶିକ୍ଷାର ବିକାଶ ରାଜ୍ୟର ବିକାଶ, ରାଜ୍ଯର ବିକାଶ ଦେଶର ବିକାଶ । ଶେଷରେ ଏ ସମ୍ମାନକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ।