୬ ଟି ଜିଲ୍ଲା‌ର ୩୬ ଅନୁଷ୍ଠାନ ପକ୍ଷରୁ ପାଳିତ ହେବ ମାସେବ୍ୟାପି ଆର୍ଟଅଫ୍ ଗିଭିଂ ଦିବସ : ଓମଟିଭି

AOG NEWS

୬ ଟି ଜିଲ୍ଲା‌ର ୩୬ ଅନୁଷ୍ଠାନ ପକ୍ଷରୁ ପାଳିତ ହେବ ମାସେବ୍ୟାପି ଆର୍ଟଅଫ୍ ଗିଭିଂ ଦିବସ : ଓମଟିଭି

୬ ଟି ଜିଲ୍ଲା‌ର ୩୬ ଅନୁଷ୍ଠାନ ପକ୍ଷରୁ ପାଳିତ ହେବ ମାସେବ୍ୟାପି ଆର୍ଟଅଫ୍ ଗିଭିଂ ଦିବସ : ଓମଟିଭି

OMM TV (ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ): ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗୀଭିଙ୍ଗ ଦିବସ ପାଳନ ଉପଲକ୍ଷେ ଓମଟିଭି ଆନୁକୁଲ୍ୟରେ ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଦୁଦୁରକୋଟ ସ୍ଥିତ ଜନତା ରାଜ ହାଇସ୍କୁଲ ପରିସରରେ ଏକ ବିଶ୍ଵ ଦାନ ଦିବସ ପାଳନ ସମାରୋହରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର ଯୋଗଦେଇ ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ସମ୍ମାନିତ ବକ୍ତା ଭାବେ ସ୍କୁଲ୍ ଏସ୍ ଏମ୍ ଡି ସି ସଭ୍ଯ ଦିବାକର ପଟ୍ଟନାଯକ, ମୋ ସ୍କୁଲ୍ ଅଭିଯାନ ସଂଯୋଜକ ତୁଷାରକାନ୍ତ ମିଶ୍ର, ସମାଜ ସେବିକା ରିନା ବେହେରା ଦୁଦୁରକୋଟ ସରପଞ୍ଚ ମନୋଜ ବେହେରା, ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ ପ୍ରମୂଖ ଯୋଗଦାନ କରି ଦାନ ଦିବସ ପାଳନ ଓ ଏହାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍କୁଲ୍ ପ୍ରଧାନ ଶିକ୍ଷକ ହରିହର ନାଥ ଙ୍କ ସଭାପତିତ୍ବରେ ଓମ୍ ଟିଭି ପ୍ରତିନିଧି ତଥା ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡନାୟକ ଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ପ୍ରମୂଖ ସ୍ଵେଚ୍ଛାସେବୀ ସଂଗଠନ ରାସୋଳ ଜନ ମଙ୍ଗଳ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର ଓ ସେବକ ସେବିକା ମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ୍, ପେନ୍, ସମାଜ ସେବିକା ପ୍ରତିମା ମିଶ୍ର ଙ୍କ ଦ୍ଵାରା ବିସ୍କୁଟ, ରିନା ବେହେରା ଙ୍କ ଦ୍ଵାରା ମିଷ୍ଟାନ୍ନ ବଣ୍ଟନ,ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ ଙ୍କ ଦ୍ଵାରା ପେନ୍ ବଣ୍ଟନ କରଯାଇଥିଲା। ସର୍ବଶେଷରେ ଆର୍ଟ ଅଫ୍ ଗୀଭିଙ୍ଗ ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ଜଣାଇ ସଂଯୋଜକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ସହଯୋଗ ପାଇଁ ଆନ୍ତରିକ ସାଧୁବାଦ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଓମଟିଭି ସମ୍ପାଦକ ବିଦ୍ୟାଧର ବାରିକ ଏହି ସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରି ଭରଚୁଆଲ ମଧ୍ୟମାରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇଥିଲେ | ସୂଚନାଥାଉକି ଏହି ସେବାକାର୍ଯ୍ୟକ୍ରମ ଏକ ମାସଧରି ରାଜ୍ୟର ବିଭିନ୍ନ ଜିଲାରେ ଅନୁଷ୍ଠିତ ହେବ | ଶେଷରେ ଆସନ୍ତା ମାସ ୧୭ ତାରିଖରେ ଏହା ରାଜଧାନୀରେ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗୀଭିଙ୍ଗ ଦିବସ ପାଳନହୋଇ ଉଦଯାପାନ ହେବ | ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍କୁଲ କଲେଜ ଓ କାର୍ଯ୍ୟାଳୟରେ ଆର୍ଟ ଅଫ୍ ଗୀଭିଙ୍ଗର ପ୍ରଚାର ପ୍ରସାର ପାଇଁ ମୋଟିଭେସନାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଆୟୋଜକ ସଭ୍ୟମାନେ ମତ ପ୍ରକାଶ କରିଥିଲେ | #AchyutaSamanta #AOG #Artofgiving #Dhenkanal #Hindol #Ommtv #Omtv #Kalingacinearts

36 institutions in 6 districts will host Masebapi Art of Giving Day: OMMTV

OMM TV (Dhenkanal to Shashikant Gadnayak): In celebration of the International Art of Giving Day, OMM TV Anukully has brought up a World Art of Giving Day celebration at the Janata Raj High School campus in Dudurkot, Hindol sub-district. Retired District Judge Mr. Durga Charan Mishra joined as the chief guest and officially inaugurated this international event. Shrinivas Mishra, Senior Citizen Forum President of Hindustan, was the keynote speaker. School SMDC Savya Dibakar Pattanaik, My School Campaign Coordinator Tusharkant Mishra, Social Worker Reena Behera Dudurkot Sarpanch Manoj Behera, News Correspondent Prashant Kumar Zenamani participated as honorable speakers and gave a speech on the celebration of Donation Day and its importance. The meeting was held under the chairmanship of school principal Harihar Nath and coordinated by OMM TV representative and Mo School campaign president Ratikant Gadnayak. Bibhu Prasad, the founder of Rasool Jan Mars, the state's premier voluntary organization Shetpathi, President Nirupama Mishra and the maids joined the students and distributed chocolates, pens, biscuits by social worker Damim Mishra, sweets by Reena Behera, pens by press representative Prashant Kumar Jenamoni. Finally, the coordinator expressed his gratitude to Prof. Dr. Achyut Samanta, the founder of Art of Giving, and thanked all the teachers, students and staff for their cooperation. OMMTV Editor Bidyadhar Barik to this service program Appreciated and thanked all the guests present in the virtual media This service will be held in different districts of the state for a month Finally, on the 17th of next month, it will be celebrated in the capital as the International Art of Giving Day. On this occasion, the organizers expressed the opinion that motivational programs will be launched to spread the Art of Giving in various schools, colleges and offices of the state.