ମୟୂରଭଞ୍ଜ ରେ ବାହା ପରବ ପାଳିତ : Ommtv
ମୟୂରଭଞ୍ଜ ରେ ବାହା ପରବ ପାଳିତ : Ommtv
କିସ୍ ମୟୂରଭଞ୍ଜ ରେ ବାହା ପରବ ପାଳିତ : Ommtv

ଆଦିବାସୀଙ୍କ ପ୍ରମୁଖ ପର୍ବ ବାହା ପରବ ଯାହାକି ପ୍ରକୃତି ଉପାସନାର ବାର୍ତ୍ତା ବାହକ ଅତି ଧୁମ୍ ଧାମ ଓ ନିଷ୍ଠାର ସହ ବାରିପଦା ସ୍ଥିତ କିସ୍ ଶିକ୍ଷାନୁଷ୍ଠାନରେ ପାଳିତ ହୋଇ ଯାଇଅଛି l ଆଦିବାସୀ ରୀତି ନିତି ଅନୁସାରେ ଶାଳ ଫୁଲ ଓ ଅନ୍ୟାନ୍ୟ ବସନ୍ତ ଋତୁରେ ନବପଲ୍ଲୀତ ଫୁଲକୁ ମାରଙ୍ଗ ବୁରୁଙ୍କ ନିକଟରେ ଶ୍ରଦ୍ଧା ଓ ଭକ୍ତିର ସହ ଅର୍ପଣ କଲାପରେ ତାକୁ ବ୍ୟକ୍ତିଗତ ଜୀବନରେ ବ୍ୟବହାର କରାଯିବାର ସୁନ୍ଦର ପରମ୍ପରା ରହିଅଛି lନିଜ ଗାଁ ଓ ଘର ଠାରୁ ଦୂରରେ ରହୁଥିବା ଅଧିବାସୀ ଛାତ୍ରୀ ମାନଙ୍କୁ ନିଜର ପ୍ରାଚୀନ ପରମ୍ପରା ଓ ସଂସ୍କୃତି କୁ ପରିଚୟ କରାଇବାର ଉଦ୍ଦେଶ୍ୟ ନେଇ ମୟୁଭଞ୍ଜର ପ୍ରମୁଖ ଶିକ୍ଷାନୁଷ୍ଠାନ କିସ୍ ଠାରେ ଉକ୍ତ ବାହା ପରବ ପାଳିତ ହୋଇଥିଲା lଅନୁଷ୍ଠାନର ଅଧ୍ୟକ୍ଷ ଗଣେଶ ମିଶ୍ର ପ୍ରଥମେ ପିଲାମାନଙ୍କୁ ଉକ୍ତ ପର୍ବ ପ୍ରକୃତି ଉପାସନାର ର ଏକ ଅଂଶ ବୋଲି କହିବା ସହିତ ଆଦିବାସୀ ମାନେ ପ୍ରକୃତିର ପ୍ରକୃତ ରକ୍ଷକ ବୋଲି କହିବା ସହ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ପ୍ରେରଣା କ୍ରମେ ପିଲାଙ୍କ ସାମଗ୍ରିକ ବିକାଶ ନିମନ୍ତେ ଏଇ ଭଳି କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ହେଉଛି ବୋଲି କହିଥିଲେ lଉକ୍ତ କାର୍ଯୟକ୍ରମ ଆୟୋଜନରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିବା ସହ ଉପସ୍ଥିତ ଥିଲେ l
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ
