ସାମାଜିକ ଓ ଅର୍ଥନୈତିକ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆନ୍ତରଜାତିକ ମହିଳା ଦିବସ ଉପଲକ୍ଷେ ଗତିଶୀଳ ନାରୀ ପ୍ରଗତି ଏବଂ ଆହ୍ୱାନ ଶ୍ରୀଷକ ଆଲୋଚନା ଚକ୍ର : Ommtv

ଅନୁଷ୍ଠିତ ହଇଥିଲା। ଏଥିରେ ଅଧକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ଡ଼ଃ ରବିନାରାୟଣ ସେନାପତି, ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଅନିତା ଦାସ ଏହି ସଭା ଟିକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ସମସ୍ତ ଅତିଥି ମାନଙ୍କୁ ସମ୍ମାନିତ ସହିତ ସମ୍ବର୍ଦ୍ଧନା ଜଣାଇଥିଲେ।ମୁଖ୍ୟ ଅତିଥି ଭାବେ UNFPA ରାଜ୍ୟ ମୁଖ୍ୟ ଡ଼ଃ ମୋହମଦ ନଦୀମ ନୂର, ମହିଳା ମାନଙ୍କର ପ୍ରଗତିର ବିଭିନ୍ନ ଦିଗ ଗୁଡିକର ସମାଲୋଚନା ମୂଳକ ଆଲୋଚନା କରିଥିଲେ। ସାମ୍ମlନୀତ ଅତିଥି ଭାବେ ଭାରତୀୟ ଲୋକ ପ୍ରଶାସନ ଆଞ୍ଚଳିକ ଶାଖାର ଅଧକ୍ଷ ଶ୍ରୀ କରୁଣାକର ପଟ୍ଟନାୟକ। ସାର୍ବଜନୀନ ବିକାଶ ପ୍ରକିୟା ନାରୀ ସଂଚାଳିତ ହେବା ଆବଶ୍ୟକ ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ସମ୍ପାଦିକା ପ୍ରଫେସର ଅନିତା ଦାସ ମହିଳା ମାନଙ୍କର ଗତି ଶିଳତାରେ ପ୍ରଗତି ଓ ଆହ୍ୱାନ ଉଭୟକୁ ଗୁରୁତ୍ୱ ଦେଇ ଏକ ପୂର୍ଣ୍ଣାଙ୍ଗ ବିସ୍ଲେଷଣ କରିଥିଲେ। ପେନେଲ ଆଲୋଚନାରେ ଭାଗ ନେଇ ପ୍ରଫେସର କୁମରବର ଦାସ, ସୁପ୍ରିମ କୋୖର୍ଟ ଆଇନଜୀବୀ ବିରଜା ମହାପାତ୍ର ଓ ଡ଼ଃ ଚିତ୍ତରଞ୍ଜନ ମିଶ୍ର। ନାରୀ ପ୍ରଗତିରେ ସାମାଜିକ ପ୍ରତିବନ୍ଧକ ଗୁଡିକର ଉପ ସ୍ଥାପନା କରିଥିଲେ। ହେଲ୍ପ ଏଜ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର ଓ ବିଶିଷ୍ଟ ବୁଦ୍ଧିଜୀବୀ ସ୍ୱଦେଶ ସୁନ୍ଦର ପଟ୍ଟନାୟକ ସ୍ୱତନ୍ତ୍ର ଭାବରେ ସନ୍ଦ୍ରବ ପାଠ କରିଥିଲେ। ସ୍ୱାଗତ ଭାଷଣ ଦେଇଥିଲେ ଅନୁଷ୍ଠାନର ଉପସଭାପତି ଡ଼ ସରୋଜ ରଞ୍ଜନ ମାଣିଆ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ ଡ଼ ଅଖିଳ କୁମାର ସୁଆର। ଏହି ସଭାରେ ବହୁତ ଶିକ୍ଷାବିତ,ସ୍ବେଛାସେବୀ, ସଂଗଠନର ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରିଥିଲେ।