ଲାଞ୍ଜିଗଡ ବ୍ଲକରେ ବିଧାୟକ ଓ ସାଂସଦ ଙ୍କ ନିର୍ବାଚନ ପରେ ଦଶ ମାସ ପୁରିଗଲା ଦର୍ଶନ ମିଳୁଲା ନାହିଁ : Ommtv
ଲାଞ୍ଜିଗଡ ବ୍ଲକରେ ବିଧାୟକ ଓ ସାଂସଦ ଙ୍କ ନିର୍ବାଚନ ପରେ ଦଶ ମାସ ପୁରିଗଲା ଦର୍ଶନ ମିଳୁଲା ନାହିଁ : Ommtv

ଲାଞ୍ଜିଗଡ ବ୍ଲକରେ ବିଧାୟକ ଓ ସାଂସଦ ଙ୍କ ନିର୍ବାଚନ ପରେ ଦଶ ମାସ ପୁରିଗଲା ଦର୍ଶନ ମିଳୁଲା ନାହିଁ : Ommtv
କଳାହାଣ୍ଡି ଜିଲ୍ଲା,୦୫/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଗୋଟେ ଆଦିବାସୀ ବହୁଳ ଉପାନ୍ତ ଇଲାକା ଅଟେ ଆଜକୁ ଦଶ ମାସ ପୁରି ଏଗାର ଚାଲିବ ପଛେ ଲାଞ୍ଜିଗଡ ବ୍ଲକକୁ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଦିଶାରୀ ହଉବା କଳାହାଣ୍ଡି ଜିଲ୍ଲା ଲୋକସଭା ସଦସ୍ୟା ବିଜେପି ସାସଂଦ ଶ୍ରୀମତୀ ମାଳବିକା କେଶରୀ ଦେଓ ଙ୍କ ନିର୍ବାଚନ ସରିଗଲା ପରେ ଦଶ ମାସ ବିତିଗଲାଣି ପଛେ ଲାଞ୍ଜିଗଡ ବ୍ଲକରେ ଦେଖା ଦର୍ଶନ ମିଳୁ ନାହିଁ ଏହାକୁ ନେଇ ଲୋକଙ୍କ ଅସନ୍ତୋଷ୍ଟ I ଏମିତିଆକି ଲାଞ୍ଜିଗଡ ବ୍ଲକର ପଞ୍ଚାୟତ ସମିତି ଦଶମ ଅଧିବେଶନରେ ଲୋକସଭା ସାସଂଦ ଶ୍ରୀମତୀ ମାଳବିକା କେଶରୀ ଦେଓ ତାଙ୍କ ପ୍ରତିନିଧି ଗଙ୍ଗାଧର ମାଝୀଙ୍କୁ ପଠାଇ ଦେଇଥିଲେ,କିନ୍ତୁ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଦିଶାରୀ ଉପସ୍ଥିତ ରହିଲେ ନାହିଁ I ତାଙ୍କ ପ୍ରତିନିଧିଙ୍କ ଦେହ ଅସୁସ୍ଥ ଥିବା ହେତୁ ସେ ମଧ୍ୟ ଦଶମ ଅଧିବେଶନକୁ ଆସି ପାରି ନଥିଲେ I ଆଜକୁ ଦଶ ମାସ ପୁରି ଏଗାର ମାସ ଚାଲିଲା ଲୋକଙ୍କୁ ନିର୍ବାଚନ ବେଳେ ଭୋଟ ହାତେଇ ବା ପାଇଁ ମାଳ ମାଳ ପ୍ରତିଶୃତି ଦେଇ ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ଦଶ ମାସ ଭତରେ ରଖି ପାରିଲେ ନାହିଁ I ବିଧାୟକ ପ୍ରଦୀପ ଦିଶାରୀ ଆସିଲେ କଣ ହେବ ସେ ଲାଞ୍ଜିଗଡ ବ୍ଲକ ହେଡ଼ କ୍ଵାଟର ବିଶ୍ୱନାଥପୁର ଆସୁଛନ୍ତି କିନ୍ତୁ ଲାଞ୍ଜିଗଡ ବ୍ଲକର କୌଣସି ଗ୍ରାମକୁ ପଞ୍ଚାୟତକୁ ଯାଇ ବିଧାୟକ ନିର୍ବାଚନ ବେଳେ ବଡ ବଡ଼ ପ୍ରତସୃତି ଦେଇଥିଲେ ତାହା ଦଶ ମାସ ଭିତରେ ଗୋଟେ ପରି ପୁର୍ଣ କରି ପାରିଲେ ନାହିଁ I ଲାଞ୍ଜିଗଡ ବ୍ଲକର ଅନ୍ତରଗତ ଲାଖବାହାଲି ପଞ୍ଚାୟତର କାଦୋମାଳୀ ତା - ୦୨/୦୨/୨୦୨୫ ରିଖ ରାତିର ଘଟଣା ଗ୍ରାମର ବୃଦ୍ଧ ଦାମ୍ପତୀଙ୍କୁ ତାଳବୋରା ଗ୍ରାମର ଦନ୍ତା ହାତୀ ଦଳି ମାରି ଦେଇଥିଲା ସେହଠାରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଷିନିଆ ପହଞ୍ଚି ମୃତ ବୃଦ୍ଧାଙ୍କ କିଛି ଆର୍ଥିକ ସାହାଯ୍ୟ କରଥିଲେ I ତାରି ଦଶ ଦିନ ଛାଡି ସେହି ଲାଖବାହାଲି ପଞ୍ଚାୟତର ତାଳବୋରା ଗ୍ରାମରେ ପାଳ କୁଡ଼ିଆରେ ଦୁଇ ଛୁଆ ଖେଳିବା ସମୟରେ ଜୀବନ୍ତ ଦଗ୍ଧ ହୋଇଗଲେ ତା - ୧୧/୦୨/୨୫ ରିଖ ଦିନ ସକାଳ ଦଶ ଘଣ୍ଟା ସମୟରେ ଦୁର୍ଘଟଣା ଘଟିଥିଲା I ଏହି ଘଟଣା ଘଟି ଦୁଇ ମାସ ପୂରିବାକୁ ଯାଉଛି ଆଜି ପର୍ଯ୍ୟନ୍ତ ବିଧାୟକ ନା ସାଂସଦ କାହାର ପୀଡିତା ପରିବାରଙ୍କ ପାଦ ପଡିଲାନି କି ତାଙ୍କର ଦୁଃଖ କଥା ଶୁଣିଲେ ନାହିଁ Iକିନ୍ତୁ ଲାଞ୍ଜିଗଡ ଆଞ୍ଚଳିକ ପରିଷଦ ତରଫରୁ ସଭାପତି ଶ୍ରୀଧର ପେଷିନିଆଙ୍କ ଜରିଆରେ କିଛି ଅର୍ଥ ସାହାଯ୍ୟ କରାଯାଇଥିଲା ଓ I ବିଧାୟକ ହୋଉ ବା ସାଂସଦଙ୍କ ଦେଖା ମିଳିଲା ନାହିଁ ଲୋକେ କଣ ପାଇଁ ଭୋଟ ଦେଇଥିଲେ ? ଲୋକେ ଭଲ ଲୋକ ଦେଖି ଭୋଟ ଦେଇଥନ୍ତି ଆମର ଦୁଃଖ ସୁଖ ଶୁଣିବେ ଆମ ଗ୍ରାମର କିଛି ଉର୍ନ୍ନତି ମୂଳକ କାମ କରିବେ ଜନସାଧାରଣଙ୍କ କହିବା କଥା ଯେ ଆମେ ଭୋଟ ଦେଲୁ ବିଧାୟକ ହଉ ବା ସାସଂଦ ହଉ କିଏ ହେଲେ ଜିତିଗଲା ପରେ ତାଙ୍କରି ଦେଖା ନାହିଁ I ଆମର ଦୁଃଖ ଶୁଣିବ ଅବା କିଏ ଯଦି ଆମ ଗ୍ରାମର ରାସ୍ତା ଘାଟରେ ମୁଠାଏ ମାଟି ପଡିଲାନି କି ଏଡ଼େ ବଡ଼ ଖରା ଦିନରେ ନିଆଁ ଜଳୁଛି କିନ୍ତୁ ଗୋଟିଏ ହେଲେ ନୂତନ ନାଳ କୂପ ହଉ ବା ଆର ଡ଼ବ୍ଲ ଏସ ଏସ ପକ୍ଷରୁ କୌଣସି ପାଣି ଟାଙ୍କି କରି ପାଣି ଯୋଗାଇ ପାରିଲାନାହିଁ I ଓଡିଶାରେ ନୂତନ ସରକାର ବା ଡବଲ ଇଞ୍ଜିନ ସରକାର ଆସିବା ପରେ ଦୁଇ ଦୁଇଥର ବଜେଟ ହଲାଣି ଲାଞ୍ଜିଗଡ ବ୍ଲକରେ ନୂତନ ରାସ୍ତା କାମ ହେଲାନି I ଲାଞ୍ଜିଗଡ ଠାରୁ ବିଜେପୁର ରାସ୍ତା ହେଉ ବା ବିଜେପୁର ଠାରୁ ମୂଷାନାଲ, ବେନଗାଁ, ବାନ୍ଧପାରି ଦେଇ ବିଶ୍ୱନାଥ ପୁର ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ଆଜି ପର୍ଯ୍ୟନ୍ତ ପୁରୁଣI କାମ ପୂରଣ ହେଇପାରିଲାନାହିଁ ଏହି ରାସ୍ତା କାମ ସବୁ ଅଧପନ୍ତରିଆ ହୋଇ ପଡିଛି I ଠିକାଦାର ଓ ସରକାରୀ ବାବୁଙ୍କର ମଧୁ ଚନ୍ଦ୍ରକାରେ ସେହି ରାସ୍ତା କାମ ସବୁ ଧୀର ମନ୍ଥର ଗତିରେ କାମ ଚାଲିଛି ସେହି କାମ ନେଇ ଥିବା ଠିକାଦାର ଙ୍କୁ ଓ ଜେଇଙ୍କୁ ଆମେ ଯୋଗIଯୋଗ କରିଥିଲୁ ସେ ଫୋନ କଲକୁ ଉଠାଇ ନଥିଲେ I ଏବେ ଲାଞ୍ଜିଗଡ ବ୍ଲକରେ ଡାକ୍ତରର ଅଭାବ ଓ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ଅଭାବ କିନ୍ତୁ ଓଡିଶା ସରକାରଙ୍କ ଆରି ଉପରେ ନିଘା ନାହିଁ କି ଆମର ଲୋକ ପ୍ରତିନିଧି ବିଧାୟକ ହୋଉ ବା ସାଂସଦଙ୍କ ଏହାରି ଉପରେ ସରକାରଙ୍କ ପାଖରେ ହକ ଜାହିର କରି ଲୋକଙ୍କୁ ଦେଲା ପ୍ରତିଶୃତି ପୂରଣ କରିବା ପାଇଁ ଚେଷ୍ଟା ନାହିଁ I କେନ୍ଦ୍ରରେ ହେଉ ବା ଓଡିଶାରେ ଦୁଇ ଦୁଇଟି ବଜେଟ ଗଲାଣି ପଛେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ ବ୍ଲକ ପାଇଁ କୌଣସି ଏହି ବଜେଟ ଶେଷନରେ ପ୍ରଶ୍ନ ଟିଏ ହେଲା ନାହିଁ I ଜନସାଧାରଣ କହିବା କଥା ଆମେ ବିଧାୟକ ଓ ସାଂସଦଙ୍କୁ ଭୋଟ ଦେଇ ପଠେଇଲୁ କିନ୍ତୁ ଆମକୁ ଦେଖା ଦେବା ଦୂର କଥା ଆମ ଅଞ୍ଚଳର କୌଣସି ଉର୍ନତି ମୂଳକ କାମଟିକେ କରୁ ନାହାନ୍ତି ତେଣୁ ଆମେ ତାଙ୍କୁ ୨୦୨୯ ନିର୍ବାଚନ ବେଳେ ତାଙ୍କୁ ଆମେ ଉଚ୍ଚିତ ଜବାବ ଦେବୁ ବୋଲି ଜନସାଧାରଣ ମହଲରେ ଜନ ଅସନ୍ତୋଷ ହୋଇଉଠିଛି I