ବ୍ଲକ୍ କାର୍ଯ୍ୟାଳୟ ରେ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଘେରାଉ : Ommtv

ବ୍ଲକ୍ କାର୍ଯ୍ୟାଳୟ ରେ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଘେରାଉ

ବ୍ଲକ୍ କାର୍ଯ୍ୟାଳୟ ରେ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଘେରାଉ : Ommtv

ବ୍ଲକ୍ କାର୍ଯ୍ୟାଳୟ ରେ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଘେରାଉ : Ommtv

OMM TV ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ କୁମାର ପଟ୍ଟନାୟକ ଙ୍କ ଆହ୍ଵାନ କ୍ରମେ ଓଡ଼ିଶାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ରେ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଆଜି ଢେଙ୍କାନାଳ ଜିଲ୍ଲାର ୮ ଟି ଯାକ ବ୍ଲକ୍ ରେ ବ୍ଲକ୍ ଘେରାଉ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଦୁର୍ନୀତି ଜନ ମାରଣ ନୀତି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଗର୍ଜନ କରିଯାଇଛି। ହିନ୍ଦୋଳ ବ୍ଲକ୍ କଂଗ୍ରେସ ସଭାପତି ଛ ବିରାଜ ବିଶ୍ଵାଳ ଙ୍କ ସଭାପତିତ୍ବରେ ଏକ ସମାବେଶ ହିନ୍ଦୋଳ ବ୍ଲକ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ କର୍ମୀ ସମାବେଶ ରେ ପିସିସି ସଭ୍ୟ ସୁବାଷ ପାଲ, ପିସିସି କିଷାନ କଂଗ୍ରେସ ସମ୍ପାଦକ ରତିକାନ୍ତ ଗଡନାୟକ, ପୂର୍ବତନ ବିଧାୟକ ମହେଶ୍ଵର ନାଏକ, କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ସଂଗଠକ ତ୍ରିନାଥ ବେହେରା, ଟାଉନ୍ କଂଗ୍ରେସ ସଭାପତି ବିଶ୍ଵେଶ୍ଵର ସେଠୀ, ପ୍ରକାଶ ପରିଡା, ପ୍ରଶ୍ନ ପ୍ରଧାନ, ନେହେରୁ ଗଡନାୟକ, ମାଧବାନନ୍ଦ ନାଏକ, ସମରେଶ ମାଝୀ, ଲକ୍ଷ୍ମୀଧର ବେହେରା ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ। ବ୍ଲକ୍ ରେ ୧୫ ରୁ ୫୦ ଭାଗ ପିସି, ଅନ୍ୟନ୍ୟ ବିଭାଗ ରେ ମଧ୍ଯ ୩୦ ରୁ ୪୦ ଭାଗ ପିସି ରେ ସମସ୍ତ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବାର ଅଭିଯୋଗ ହୋଇଥିଲା। ପ୍ରତ୍ୟେକ ଭତ୍ତା ରେ ୨୦୦୦ ଆବାସ ଯୋଜନା ରେ ୨୦,୦୦୦ ପର୍ଯ୍ୟନ୍ତ ଲାଞ୍ଚ ଅଗ୍ରୀମ ସଂଗ୍ରହ, ଦରବୃଦ୍ଧି ଆଶାତୀତ, ଟାଟା ବିଦ୍ୟୁତ୍ ବିଭାଗ ରେ ଅଧିକ ବିଲ ସଂଗ୍ରହ, ଆଇନ୍ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡିବା ସମ୍ପର୍କରେ ନେତୃ ମଣ୍ଡଳୀ ଗର୍ଜନ କରି ଆଗାମୀ ନିର୍ବାଚନରେ ବିଜେପି ବିଜେଡି ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରି ପୁନର୍ବାର କଂଗ୍ରେସ କୁ ଫେରାଇ ଆଣିବାକୁ ନିବେଦନ କରିଥିଲେ। ପୂର୍ବତନ ବ୍ଲକ୍ ସଭାପତି ଦାଶରଥି ରଥ ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତେ ହିନ୍ଦୋଳ ବିଡିଓ ଙ୍କ ଜରିଆରେ ଏକ ଦାବୀପତ୍ର ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।#Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideos #Dhenkanal