ପାତ୍ରସାହି ଓ ଦାଶରଜା ସାହି ବାସିନ୍ଦାଙ୍କୁ ମିଳିଲା ଭୂମି, ଅଧିକାର ପ୍ରମାଣପତ୍ର : Ommtv

ପାତ୍ରସାହି ଓ ଦାଶରଜା ସାହି ବାସିନ୍ଦାଙ୍କୁ ମିଳିଲା ଭୂମି, ଅଧିକାର ପ୍ରମାଣପତ୍ର

ପାତ୍ରସାହି ଓ ଦାଶରଜା ସାହି ବାସିନ୍ଦାଙ୍କୁ ମିଳିଲା ଭୂମି, ଅଧିକାର ପ୍ରମାଣପତ୍ର : Ommtv

ପାତ୍ରସାହି ଓ ଦାଶରଜା ସାହି ବାସିନ୍ଦାଙ୍କୁ ମିଳିଲା ଭୂମି, ଅଧିକାର ପ୍ରମାଣପତ୍ର : Ommtv

ଭୁବନେଶ୍ୱର,୩ା୩ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର
ପାତ୍ରସାହି ଓ ଦାଶରଜା ସାହି ବାସିନ୍ଦା ମାନଙ୍କୁ ଆଜି ଭୂମି ଅଧିକାର
ପ୍ରମାଣପତ୍ର ପଟ୍ଟା ମିଳିଛି । ଉତ୍ତର ଜୋନ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ,
ଜୋନାଲ ଡେପୁଟି କମିଶନର ଶଶୀ ଭୂଷଣ ମହାପାତ୍ର, ପ୍ରିୟଦର୍ଶନୀ ଜେନା,
ବରିଷ୍ଠ ଅଧିକାରୀ ପ୍ରଶାନ୍ତ ରାଉତ, ୱାର୍ଡ ଅଧିକାରୀ ରବିନାରାୟଣ ମିଶ୍ର
ପ୍ରମୁଖ ଯୋଗଦେଇ ପଟ୍ଟା ବଣ୍ଟନ କରିଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏହି
ପଟ୍ଟା ମିଳିଥିବାରୁ ସମସ୍ତ ବସ୍ତି ବାସିନ୍ଦା ଖୁସିବ୍ୟକ୍ତ କରିବା ସହିତ ମାନ୍ୟବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ସୁସାନ୍ତ ରାଉତ ଓ କର୍ପୋରେଟର ଜୟନ୍ତୀ
ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଅନୁସାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଜାଗା ମିଶନ ଜରିଆରେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଗତ ଅଗଷ୍ଟ ମାସ
୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭୂମି ଅଧିକାର ପ୍ରମାଣପତ୍ର ପଟ୍ଟା ବଣ୍ଟନ
କରିଥିଲେ । ଏଥିରେ ୧୨ ନମ୍ବର ୱାର୍ଡର ବିଭିନ୍ନ ବସ୍ତି ବାସିନ୍ଦାଙ୍କୁ ପଟ୍ଟା
ମିଳିଥିଲା ବେଳେ ପାତ୍ରସାହି ଓ ଦାଶରଜା ସାହିର କୌଣସି ଜଣେ ହେଲେ
ହିତାଧିକାରୀଙ୍କୁ ପଟ୍ଟା ମିଳି ନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ଥର ପଟ୍ଟା ବଣ୍ଟା
ଯାଇଥିଲେ ମଧ୍ୟ ଏହି ଦୁଇ ସାହିର ଲୋକମାନେ ପଟ୍ଟା ପାଇବାରୁ ବଞ୍ଚିତ ରହିଥିଲେ ।
ଫଳରେ ସାହି ବାସିନ୍ଦାମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ନିବେଦନ
କରି ବିଫଳ ହୋଇ କର୍ପୋରେଟର ଜୟନ୍ତୀ ସାହୁଙ୍କୁ ଗୁହାରି କରିଥିଲେ । ଶ୍ରୀମତୀ
ସାହୁ ଏହାକୁ ଗୁରୁତ୍ୱ ଦେଇ ବିଭିନ୍ନ ଅଧିକାରୀ ଓ ନେତୃ ମଣ୍ଡଳୀଙ୍କ ସହିତ
ଆଲୋଚନା କରିଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଠା ଫଳରେ ଆଜି
ଏହି ଦୁଇ ସାହିର ବାସିନ୍ଦାଙ୍କୁ ପଟ୍ଟା ମିଳିଛି । ସେଥିପାଇଁ ଶ୍ରୀମତୀ ସାହୁ
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତର ବିଧାୟକ ସୁସାନ୍ତ କୁମାର ରାଉତ,
ମେୟର ସୁଲୋଚନା ଦାସ ଓ ବିଭାଗୀୟ ଅଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ
କରିଛନ୍ତି ।