ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଉତ୍ତର ଯୁବ ସଭାପତି : OmmTv

ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି ଉତ୍ତର ନିର୍ବାଚନ ମଣ୍ଡଳୀର ନବନିଯୁକ୍ତ ଯୁବ ସଭାପତି ବିରେନ୍ଦ୍ର କୁମାର ଜେନା ।

ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଉତ୍ତର ଯୁବ ସଭାପତି : OmmTv

ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଉତ୍ତର ଯୁବ ସଭାପତି : OmmTv
ଭୁବନେଶ୍ୱର,୧ା୧୦ – ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ
ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା
ଜଣାଇଛନ୍ତି ଉତ୍ତର ନିର୍ବାଚନ ମଣ୍ଡଳୀର ନବନିଯୁକ୍ତ ଯୁବ ସଭାପତି
ବିରେନ୍ଦ୍ର କୁମାର ଜେନା । ଆଜି ବାଲିଯାତ୍ରା ପଡିଆରୁ ଏକ
ବିଶାଳ ରାଳିରେ ବାହାରି ଉତ୍ତର ବିଧାୟକଙ୍କ ବାସ ଭବନରେ ପହଞ୍ଚି ଥିଲେ ।
ସେଠାରେ ବିଧାୟକଙ୍କୁ ଭେଟିବା ସହିତ ଆଶୀର୍ବାଦ ନେଇଥିଲେ । ଉତ୍ତର
ବିଧାୟକଙ୍କ ଚୟନ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ
ଉପରେ ଆସ୍ଥା ପ୍ରକଟ କରି ଏଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉତ୍ତର ବିଧାୟକଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା
ଜ୍ଞାପନ କରିଥିଲେ । ଆଗାମୀ ଦିନରେ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ
ଯୁବ ଓ ଛାତ୍ର ମାନଙ୍କୁ ଏକତ୍ରିତ କରି ଲୋକଙ୍କ ସେବା କରିବା ସହିତ
ଉତ୍ତର ବିଜେଡି ଯୁବଶକ୍ତିକୁ ଆହୁରି ମଜବୁତ କରିବି ବୋଲି
କହିଥିଲେ । ପ୍ରକାଶ ଥାଉକି ଶ୍ରୀଯୁକ୍ତ ଜେନା ପୂର୍ବରୁ ସରପଞ୍ଚ ଥାଇ
ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ଦିନରାତି ଲୋକଙ୍କ
ସେବା କରି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।