OMM TV  କଂଗ୍ରେସ୍ ବିଜେଡ଼ି ଲଢ଼େଇ ହେବ

NAC News

OMM TV  କଂଗ୍ରେସ୍ ବିଜେଡ଼ି ଲଢ଼େଇ ହେବ

OMM TV  କଂଗ୍ରେସ୍ ବିଜେଡ଼ି ଲଢ଼େଇ ହେବ

(ହିନ୍ଦୋଳରୁ ରତିକାନ୍ତ ଗଡନାୟକ) : ଆଗାମୀ ଏପ୍ରିଲ 3 ତାରିଖରେ ହେବାକୁ ଥିବା ହିନ୍ଦୋଳ ଏନ୍ ଏ ସି ନିର୍ବାଚନ ପାଇଁ ଗତ 20 ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିବସ ପରେ 21 ତାରିଖ ଠାରୁ ବିଜେଡି ଦଳ ପକ୍ଷରୁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତ୍ୟେକ 16 ଗୋଟି ୱାର୍ଡ ରେ ପ୍ରାର୍ଥୀ ମାନେ ପୁସିଂ କାର୍ଡ ସହ ଘର ଘର ବୁଲି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଆଜି ପର୍ଯ୍ୟନ୍ତ ଅନ୍ୟ ଦଳ ପ୍ରାର୍ଥୀମାନେ ଗତକାଲି ଠାରୁ ବୁଲିବା ଆରମ୍ଭ କରିଛନ୍ତି।ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ ଥାଟ ଧରି ଏନ୍ ଏ ସି ରେ ଡେରା ପକାଇ ସାରିଛନ୍ତି। ପ୍ରତ୍ୟେକ ୱାର୍ଡ ପାଇଁ ଦୁଇ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ମନୋନୀତ ହୋଇ ପ୍ରାର୍ଥୀ ମାନଙ୍କୁ ଧରି ପ୍ରଚାର କାର୍ଯ୍ୟ ଜୋରରେ ଚଳାଇ ଛନ୍ତି। ଆସନ୍ତା କାଲି ଠାରୁ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ତ୍ରିନାଥ ବେହେରା ଓ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଙ୍କ ନେତୃତ୍ଵରେ କଂଗ୍ରେସ ଓ ବିଜେପି ଦଳର ପ୍ରଚାର କାର୍ଯ୍ୟ ହେବାର ସୂଚନା ମିଳିଛି। 3 ଜଣ ସ୍ଵାଧୀନ ପ୍ରାର୍ଥୀ ଜୋର୍ ସୋର୍ ରେ ଲାଗି ପଡ଼ିଲେଣି ଜୟଯୁକ୍ତ ହେବା ଆଶାରେ। ଯାହାହେଉ ପ୍ରଚାର ରେ ଶାସକ ଦଳ ଆଗୁଆ ରହିଛି।ବିଗତ ପଂଚାୟତ ନିର୍ବାଚନରେ ଉତ୍ତର ବିଧାୟକ ଙ୍କ ଉଦ୍ୟମରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ର ହିନ୍ଦୋଳ ବ୍ଲକ୍ 4 ଗୋଟି ଜିଲ୍ଲା ପରିଷଦ ବିଜେଡି ସଭ୍ଯ ଜିତାଇ ବିଜେପି କୁ ଧରାଶାୟୀ କରି ଦେଇ ଥିବାରୁ ଚଳିତ ଏନ୍ଏ ସି ନିର୍ବାଚନରେ ସେଇ ପରିସ୍ଥିତି ହେବାର ଅନୁମାନ କରାଯାଏ। ଏଠାରେ ବିଜେଡି କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବାର ସୂଚନା ମିଳୁଛି। #Dhenkanal #Hindol #NAC #Ommtv #Omtv #Kalingacinearts