OMM TV *ଭୁବନେଶ୍ୱର ରେ ଶ୍ରୀ ହନୁମାନ ଙ୍କ ତ୍ରୀବେଣୀ କଥା ଉଜାପିତ*

jay hanuman

OMM TV *ଭୁବନେଶ୍ୱର ରେ ଶ୍ରୀ ହନୁମାନ ଙ୍କ ତ୍ରୀବେଣୀ କଥା ଉଜାପିତ*
OMM TV *ଭୁବନେଶ୍ୱର ରେ ଶ୍ରୀ ହନୁମାନ ଙ୍କ ତ୍ରୀବେଣୀ କଥା ଉଜାପିତ*
ଭୁବନେଶ୍ବରରେ ଶ୍ରୀହନୁମାନ ତ୍ରୀବେଣୀ କଥା ପରିବେଷଣ କରିଛନ୍ତି। ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବିଶିଷ୍ଟ ବକ୍ତା ପୂଜ୍ୟ ଶ୍ରୀ ବିଜୟ ଶଙ୍କର ଜୀ ମେହେତା । ଉଁ ବନବନ୍ଧୁ ପରିଷଦ,ଭୁବନେଶ୍ବର ଶାଖା ଏବଂ ଶ୍ରୀହରି ସତସଙ୍ଗ ସମିତି ତରଫରୁ ଏକ ଶ୍ରୀ ହନୁମାନ
ତିବେଣୀ କଥାମୃତ ଆଜି ସନ୍ଧ୍ୟା ୪ ଘଟିକାରୁ ୭ ଟା ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ସ୍ମିତ ରେଲୱେ ଅଡିଟୋରିୟମ ରେ ଅନୁଷ୍ଠିତ ହେଉଅଛି | ଏହାର ଯୁଜାପନ୍ନ ନ ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କର ପରମ ଭକ୍ତ ଶ୍ରୀ ହନୁମାନଙ୍କ ଉପରେ ପର୍ଯ୍ୟବେଶିତ ଏହି କଥାମୃତ,କିପରି ତ୍ରେତୟା ଯୁଗରୁ ଦ୍ଵାପର ଏବଂ କଳିଯୁଗରେ ଆମସମାଜ ଉପରେ ପ୍ରତିଫଳିତ ହେଉଅଛି, ସେହି ସଂପର୍କରେ ପର୍ଯ୍ୟବେଶିତ | | ଶ୍ରୀ ହନୁମାନ କିପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ରହି ତାଙ୍କର ପରମ ଭକ୍ତର ସୌଭାଗ୍ୟ ପ୍ରାପ୍ତ ହୋଇଥ୍‌ଲେ ଏବଂ ସମସ୍ତ ଯୁଗରେ ତାଙ୍କର ଏବଂ ନିଷ୍ଠାପର କର୍ଭବ୍ୟ ଆମ ସମାଜକୁ କିପରି ଦିଶାଦେଖାଇବାରେ ସହାୟକ ହେଉଛି ତାହା ସଂପର୍କରେ ପୁଜ୍ୟଶ୍ରୀ ବିଜୟ ଶଙ୍କର ମେହେତା ସମସ୍ତଙ୍କୁ ଅମୃତ ପାନ କରାଉଛନ୍ତି । ବର୍ଭମାନ ଯୁଗରେ ଶ୍ରୀହନୁମାନଙ୍କ ଜୀବନ କିପରି ଆମର ଜୀବନ ଶୈଳୀରେ ବ୍ୟକ୍ତିତ୍ୱ ବିକାଶ ଜୀବନ ରେ ସଫଳତାର ମାର୍ଗ ଦର୍ଶନ
କରୁଛି ତାହା ଉପରେ ଆଲୋକପାତ କରୁଛନ୍ତି | ତେଣୁ ସମସ୍ତେ ଏହି ତ୍ରି ଦିବସୀୟ ବ୍ୟାପୀ ଶ୍ରୀ ହନୁମାନ ତ୍ରୀବେଣୀ କଥାମୃତ ପାନ କରିବାର ସୌଭାଗ୍ୟ ପ୍ରାପ୍ତି ହୋଇଛନ୍ତି | ଏହି ତ୍ରିଦିବସ୍ୟ ବ୍ୟାପି ଶ୍ରୀ ହନୁମାନ କଥାମୃତ ଅବସରରେ ପଣ୍ଡିତ ଶ୍ରୀ ବିଜୟ ଶଙ୍କର ଜୀ ମେହେତା ପ୍ରଥମ ଦିବସ ରେ କିସ୍କିନ୍ଦା କାଣ୍ଡ ରେ ସମାଧାନ ର ସୂତ୍ର , ଦ୍ୟୁତୀୟ ଦିବସରେ ସୁନ୍ଦର କାଣ୍ଡ ର ସଫଳତା ର ସୂତ୍ର,ତୃତୀୟ ଦିବସରେ ହନୁମାନ ଚାଳିଶା ପାଠ ର ମାହାତ୍ମ୍ୟ ଉପରେ ଆଲୋକ ପାତ କାରାଇଛନ୍ତି। ଏହା ସହିତ ସ୍ବତନ୍ତ୍ର କର୍ଯ୍ୟକର୍ମ ରେ ହନୁମାନ ଚାଳିଶା ଉପରେ ଆଧାରିତ ଯୋଗ ର ତାଲିମ ପ୍ରଦାନ କରିଛନ୍ତି। ପୂଜ୍ୟପନ ଦିବସରେ ଓଡ଼ିଶା ର ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଶ ଲାଲ୍ ଜୀ, ରେଭେନ୍ସା ବିଶ୍ଵ ବିଦ୍ୟାଳୟ ର କୁଳପତି ସଞ୍ଜୟ ନାୟକ, ଓଡ଼ିଶା ମୋ ପରିବାର ର ଅଧ୍ୟକ୍ଷ ଶ୍ରୀ ଅରୁପ ପଟ୍ଟନାୟକ, ଶ୍ରୀ ମହେନ୍ଦ୍ର ଗୁପ୍ତା ଙ୍କ ସମେତ ପଅନେକ ଖ୍ୟାତି ସମ୍ପନ ବ୍ୟକ୍ତି ଯୋଗଦାନ କରିଥିଲେ।ବନବନ୍ଧୁ ପରିଷଦ ଭୁବନେଶ୍ଵର,କ ଶାଖା ସଭାପତି ଶ୍ରୀ ଅଜୟ ଅଗ୍ରୱାଲ ଏବଂ ଶ୍ରୀ ହରିହର ସତ୍‌ସଙ୍ଗ ସମିତିର ସଭାପତି ଲାଲଚାନ୍ଦ ମେହତାଙ୍କ ସଭାପତିତ୍ଵରେ ଏବଂ ସମସ୍ତ ବନବନ୍ଧୁ ପରିଷଦର ସଦସ୍ୟମାନଙ୍କ ଉପସ୍ମିତିରେ, ଏହି ଶ୍ରୀ ହନୁମାନ କଥାମୃତ ଜ୍ଞାନମଞ୍ଜି ବିତରଣ କରିଛନ୍ତି । ଏହି ଅବସର ରେ ମଂଶୁ ଲାଲ୍ ସେଠିଆ, ଲକ୍ଷ୍ମଣ ମହିପାଲ, ବାଜରଙ୍ଗୀ ଅଗରୱାଲ, ନବରତନ୍ ବୋଥ୍ରା, ସୁବାସ ଭୋରା, ପ୍ରକାଶ ଭୋରା, ମହେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକର୍ମ କୁ ପରିଚାଳନା କରିଥିଲେ। ଏହି ଅବସରରେ ବିଶେଷ ଆକର୍ଷଣ ଶ୍ରୀହନୁମାନଙ୍କର ପଞ୍ଚବେଶ ର ପରିବେଷଣ କରାଯାଇଛି ।:- ସାଲସାର ବେଶ, ଶିରୂଳି ମହାବୀର,
ବେଡି ହନୁମାନ ଘତି,(ଅଯୋଧା) ପୁନରାସୀ ବାଲାଜୀ, ମେହେନ୍ଦିପୁର ବାଲାଜୀ ପ୍ରମୁଖ | ଏହି ତ୍ରୀ ଦିବସ୍ୟ ଉତ୍ସବରେ ପ୍ରାୟ ୧୦୦୦ ରୁ
ଉର୍ଦ୍ବ ଶ୍ରୀହନୁମାନ ଭକ୍ତ ଯୋଗ ଦେଇ ଶ୍ରୀହନୁମାନଙ୍କ ତ୍ରିବେଣୀ କଥା ଶ୍ରବଣ କରିଛନ୍ତି। #Jayhanuman #satsang #Bhubaneswar #Odisha #india #Ommtv #Omtv #Kalingacinearts