ଆୟୋଜିତ ହେଲା ସାହସୀକତା ସମ୍ମାନ ୨୦୨୨: ଓମଟିଭି

ମୁଁ ଓଡିଶା ଆସିଛି ସମସ୍ତିଙ୍କୁ ନ୍ୟାୟ ଦେବା ପାଇଁ ା ମୁଁ ପାର୍ଲିଆମେଣ୍ଟରେ ଜଣେ ଆକ୍ଟର  ମୁଁ ଏଥିପାଇଁ ବାରମ୍ବାର ଆସିବି ବୋଲି ଆଜି କେନ୍ଦ୍ର  ସାମାଜିକ ନ୍ୟାୟ ଏବଂ ସସକ୍ତିକରଣ ମନ୍ତ୍ରାଳୟ ରମନ୍ତ୍ରୀ ରାମଦାସ ଆଠାୱାଲା ଯୋଗ ଜୟଦେବ ଭବନରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ  (ଆଇଏଚଆରଡି) ପକ୍ଷରୁ  ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ କହିଛନ୍ତି  ାଏହି ଅବସରରେ  ରାଜ୍ୟ ରେ 11  ପୋଲିସ ଅଫିସର ଓ ଦେଶ ପାଇଁ ସହିଦ ହୋଇଥିଥିବା 23 ପରିବାରଙ୍କୁ ମଧ୍ୟ ସାହସିକତା ସମ୍ମାନ ପ୍ରଦାନ କରିଥିଲେ ମନ୍ତ୍ରୀ ଶ୍ରୀ ଅଠାଓ୍ବାଲା । ଆଇଏଚଆରଡି ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତ

 ଆୟୋଜିତ ହେଲା ସାହସୀକତା ସମ୍ମାନ ୨୦୨୨: ଓମଟିଭି

 ଆୟୋଜିତ ହେଲା ସାହସୀକତା ସମ୍ମାନ ୨୦୨୨: ଓମଟିଭି

11 ପୋଲିସ ଅଫିସର ଓ 23 ସହିଦ ପରିବାର ଙ୍କୁ ଦିଆଗଲା ସମ୍ମାନ ।

ଭୁବନେଶ୍ୱର : (ରିପୋର୍ଟ: ସ୍ମୁତିରଂଜନ)୨୨/୦୮ ମୁଁ ଓଡିଶା ଆସିଛି ସମସ୍ତିଙ୍କୁ ନ୍ୟାୟ ଦେବା ପାଇଁ ା ମୁଁ ପାର୍ଲିଆମେଣ୍ଟରେ ଜଣେ ଆକ୍ଟର  ମୁଁ ଏଥିପାଇଁ ବାରମ୍ବାର ଆସିବି ବୋଲି ଆଜି କେନ୍ଦ୍ର  ସାମାଜିକ ନ୍ୟାୟ ଏବଂ ସସକ୍ତିକରଣ ମନ୍ତ୍ରାଳୟ ରମନ୍ତ୍ରୀ ରାମଦାସ ଆଠାୱାଲା ଯୋଗ ଜୟଦେବ ଭବନରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ  (ଆଇଏଚଆରଡି) ପକ୍ଷରୁ  ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ କହିଛନ୍ତି  ାଏହି ଅବସରରେ  ରାଜ୍ୟ ରେ 11  ପୋଲିସ ଅଫିସର ଓ ଦେଶ ପାଇଁ ସହିଦ ହୋଇଥିଥିବା 23 ପରିବାରଙ୍କୁ ମଧ୍ୟ ସାହସିକତା ସମ୍ମାନ ପ୍ରଦାନ କରିଥିଲେ ମନ୍ତ୍ରୀ ଶ୍ରୀ ଅଠାଓ୍ବାଲା । ଆଇଏଚଆରଡି ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ମାନ ପ୍ରଦାନ ଉତ୍ସଵ ରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୋ କଲେଜ ଅଧ୍ୟକ୍ଷା ତଥା ବରିଷ୍ଠ ଅଭିନେତା ଆକାଶ ଦାସ ନାୟକ,ଜଜବା ଅଧ୍ୟକ୍ଷ ତଥା ସମାଜସେବୀ ସଫଦର ହସୀମ୍ , ପଶ୍ଚିମ ବଙ୍ଗ ରାଜ୍ୟ ସଭାପତି ଲଳିତ ଶର୍ମା,ଦିଲ୍ଲୀ ରାଜ୍ୟ ସଭାପତି ତରୁଣ କୁମାର ପ୍ରମୁଖ ଉପସ୍ଥିତ ରହି ସମାଜରେ ଘଟୁଥିବା ଘଟଣା ବଳି କୁ ଲୋକ ଲୋଚନ କୁ ଆଣିବା ଓ ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଦିଗରେ  ସମସ୍ତେ ଯତ୍ନ ବାନ ହେବାକୁ ପରାମର୍ଶ ଦେଇଥିଲେ  । କାର୍ଯକ୍ରମ କୁ ରାଜ୍ୟ ସଭାପତି ଜିତେନ୍ଦ୍ର ପାତ୍ର , ନ୍ୟାସନାଲ ସଭାପତି ରାକେଶ କୁମାର ରାଉତ, ସମ୍ପାଦକ ନରେଶ ମସ୍କରା, ମୁଖ୍ୟ ପରାମର୍ଶ ଦାତା ମିର୍ଜା ରିଆଯ ବେଗ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଜାତୀୟ ସମ୍ପାଦକ ଜ୍ୟୋତି ପଟ୍ଟନାୟକ,ସାଧାରଣ ସମ୍ପାଦକ ମହମ୍ମଦ ଅଲି,ରାଜ୍ୟ ସାଧାରଣ ସମ୍ପାଦକ ଭାବା ନନ୍ଦ ଦାସ ଉପସ୍ଥିତି ରେ ଉତ୍ସବ ପରିଚାଳିତ ହୋଇଥିଲା । ଦୀର୍ଘ ଦିନ ଧରି ଏହି ଅନୁଷ୍ଠାନ ରାଜ୍ୟ ତଥା ଦେଶ ର ବିଭିନ୍ନ ସ୍ଥାନ ରେ ଲୋକଙ୍କ ନ୍ୟାୟ ପାଇଁ ସଂଗ୍ରାମ  ଜାରି ରଖିଛି । ଏହି ସମ୍ବର୍ଧନା ସଭାରେ ବହୁ ରାଜ୍ୟରେ ବହୁ ମାନବାଧିକାର କର୍ମୀ, କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଦେଶାତ୍ମକ ବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା ।