ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ : ଓମଟିଭି 

ରଥଯାତ୍ରା ପାଇଁ କିସ୍‍ ଶ୍ରୀବାଣୀ କ୍ଷେତ୍ରରେ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ।

ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ : ଓମଟିଭି 

ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ : ଓମଟିଭି 
ରଥଯାତ୍ରା ପାଇଁ କିସ୍‍ ଶ୍ରୀବାଣୀ କ୍ଷେତ୍ରରେ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତା କାଲି ଘୋଷଯାତ୍ରା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଶ୍ରୀଜୀଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୪ଟା ୩୦ମିନିଟ୍‍ ସମୟରେ ରଥଟଣା ଆରମ୍ଭ ହେବ । ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥଙ୍କୁ ପୁରୁଷମାନେ ଟାଣିଥାନ୍ତି । ମାଆ ଶୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି । ରଥଦାଣ୍ଡର ଆଲୋକିକରଣ କରାଯିବା ସହ ଗୁଣ୍ଡିଚାମନ୍ଦିରକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଏଥର ନବଦିନ ବ୍ୟାପୀ ଶ୍ରୀଜୀଉମାନେ ନବନିର୍ମିତ ସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ବିରାଜମାନ କରିବେ । ଚଳିତବର୍ଷ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାରେ ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି । ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉମାନଙ୍କ ନବଦିନ ବ୍ୟାପୀ ରହଣି ସମୟରେ ପ୍ରତ୍ୟେକ ସଂଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଭଜନ ସମାରୋହ ବ୍ୟବସ୍ଥା କରାଯାଇଛି । କରୋନା ମହାମାରୀ ପରେ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଥିବାରୁ ଦୀର୍ଘ ଦୁଇ ମାସ ଧରି କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଥିଲା । ସମୟକୁ ସମୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ରଥ ନିର୍ମାଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତିକାନ୍ତି ଉପରେ ପ୍ରସ୍ତୁତି ବୈଠକ କରାଯାଇଆସୁଥିଲା । ରଥଯାତ୍ରା ଯେପରି ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଶ୍ରୀ ସାମନ୍ତ ସମସ୍ତ କର୍ମଚାରୀ ଓ ସେବକଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।