ନିତ୍ୟାନ୍ତ ଆବଶ୍ୟକ ଶିକ୍ଷକ ନଥିଲେ ସ୍କୁଲରେ ତାଲା ପକାଇ ଅଭିଭାବକ ଓ ଛାତ୍ର ଛାତ୍ରୀ ପ୍ରତିବାଦ କରନ୍ତୁ : ଓମଟିଭି

ନିତ୍ୟାନ୍ତ ଆବଶ୍ୟକ ଶିକ୍ଷକ ନଥିଲେ ସ୍କୁଲରେ ତାଲା ପକାଇ ଅଭିଭାବକ ଓ ଛାତ୍ର ଛାତ୍ରୀ ପ୍ରତିବାଦ କରନ୍ତୁ : ଓଡିଶା ଅଭିଭାବକ ମହାସଂଘ

ନିତ୍ୟାନ୍ତ ଆବଶ୍ୟକ ଶିକ୍ଷକ ନଥିଲେ ସ୍କୁଲରେ ତାଲା ପକାଇ ଅଭିଭାବକ ଓ ଛାତ୍ର ଛାତ୍ରୀ ପ୍ରତିବାଦ କରନ୍ତୁ : ଓମଟିଭି

ନିତ୍ୟାନ୍ତ ଆବଶ୍ୟକ ଶିକ୍ଷକ ନଥିଲେ ସ୍କୁଲରେ ତାଲା ପକାଇ ଅଭିଭାବକ ଓ ଛାତ୍ର ଛାତ୍ରୀ ପ୍ରତିବାଦ କରନ୍ତୁ : ଓଡିଶା ଅଭିଭାବକ ମହାସଂଘ


ରାଜ୍ୟରେ ଥିବା ପ୍ରାୟ ଅଠଚାଳିଶ ହଜାର ରୁ ଅଧିକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଆଠହଜାର ରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ଅଧାରୁ ଅଧିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ  ବିଷୟ ଭିତିକ ଶିକ୍ଷକ ନାହାନ୍ତି,l ବହୁତ ସ୍ଥାନରେ କେବଳ ହିନ୍ଦୀ, ସଂସ୍କୁତ ଓ ଶିକ୍ଷା ସହାୟକ ପାଠ ପଢ଼ାଉଛନ୍ତି l ଯଦ୍ୱାରା କି ପିଲାଙ୍କ ପାଠ ପଢ଼ା ରେ ଘୋର ଅସୁବିଧା ସୃଷ୍ଟି ହେଉଛି l ଯେଉଁଠି ଏପରି ଅବ୍ୟବ୍ୟସ୍ଥା ହେଉଛି ସେଠି ସବୁ ଅଭିଭାବକ, ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକପ୍ରତିନିଧି ଏହାକୁ ବିରୋଧ କରିବାକୁ ଆହ୍ୱାନ ଦେଇଛନ୍ତି ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ! ଏକ ପ୍ରେସ ବିଜ୍ଞାପ୍ତିରେ ଶ୍ରୀ ଭଟ୍ଟ ସବୁ ଅଭିଭାବକ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ସ୍କୁଲରେ ତାଲା ପକାଇ ଏହାକୁ ଦୃଢ଼ ବିରୋଧ କରିବାକୁ ଏହି ଆହ୍ୱାନ ଦେଇଛନ୍ତି l ଯେପରି କଳାହାଣ୍ଡି ଧର୍ମଗଡ଼ରେ ଏକ ଦିବ୍ୟାଙ୍ଗ ପିଲା ଓଡ଼ିଶାରେ ଏକ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇ ସଫଳ ହେଲେ, ଏହାକୁ ସବୁ ଗାଁରେ ଓ ସ୍କୁଲରେ ଯେଉଁଠି ଶିକ୍ଷକ ନାହାନ୍ତି ସେଠି ସେପରି ତାଲା ପକେଇ ଆନ୍ଦୋଳନ କରିଲେ ସରକାର ବାଧ୍ୟ୍ୟ ହୋଇ ଆବଶ୍ୟକୀୟ ନୂଆ ଶିକ୍ଷକ ନିଯୁକ୍ତି କରିବା ସହ ଶିକ୍ଷାକୁ ଗୁରୁତ୍ୱ ଦେବେ l ଯେଉଁମାନେ ଏପରି ଆନ୍ଦୋଳନ କରିବେ ସେମାନଙ୍କୁ ଓଡିଶା ଅଭିଭାବକ ମହାସଂଘ ସମର୍ଥନ କରିବ l ଗଣିତ, ବିଜ୍ଞାନ, ଇଂରାଜୀ ଆଦି ଗୁରୁତ୍ୱପୂର୍ଣ ବିଭାଗ ରେ ଶିକ୍ଷକ ନଥିଲେ ସେଠି ପାଠ ପଢ଼ା କେମିତ ହେବ ଓ ପିଲାମାନେ କିପରି ପାଠ ପଢିବେ ଏବଂ ସର୍ବନିମ୍ନ ଓ ମୌଳିକ ଶିକ୍ଷା କିଭଳି ପିଲାମାନେ ପାଇବେ? ଯେଉଁଠି ନାମକୁ ମାତ୍ର ଜଗିବାକୁ ଶିକ୍ଷକ ରହିଛନ୍ତି ସେଠି ମଧ୍ୟ ଜୋରଦାର ପ୍ରତିବାଦ ହେବା ଆବଶ୍ୟକ ବୋଲି ମହାସଙ୍ଘ ଜଣାଇବା ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ l