ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସରସ୍ବତୀ ପୂଜା ଓ ସାଧାରଣତନ୍ତ୍ର ଦିବସ : Ommtv

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସରସ୍ବତୀ ପୂଜା ଓ ସାଧାରଣତନ୍ତ୍ର ଦିବସ : Ommtv

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସରସ୍ବତୀ ପୂଜା ଓ ସାଧାରଣତନ୍ତ୍ର ଦିବସ : Ommtv

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସରସ୍ବତୀ ପୂଜା ଓ ସାଧାରଣତନ୍ତ୍ର ଦିବସ : Ommtv

କିଟ୍ ଓ କିସ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ : କିଟ୍ ଓ କିସ୍ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରେ ଅନୁଷ୍ଠାନର ସଭାପତି ଶାଶ୍ଵତୀ ବଳ ପତ୍ତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥ‌ିଲେ। ଚଳିତ ବର୍ଷ କିଟ୍ ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଥିବା ବେଳେ ଗତ ୨୫ ବର୍ଷ ମଧ୍ୟରେ କିଟ୍ ସଫଳତାର ଶୀର୍ଷ ଚୁମ୍ବନ କରିଛି। ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସମ୍ପାଦକ ଆର ଏନ ଦାଶ, କିଟ୍ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ପ୍ରଫେସର ଏନ ଏଲ ମିତ୍ର, ଉପକୁଳାଧିପତି ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ୍ ସିଂହ, ଡା ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ ପି କେ ରାଉତରାୟ, ଅଲିମ୍ପିଆନ ତଥା କିଟ୍ ଛାତ୍ରୀ ଦୂତି ଚାନ୍ଦ, ଶ୍ଵେତପର୍ଣ୍ଣା ପଣ୍ଡା, ଶ୍ରେୟଙ୍କା ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଉତ୍କଳ କନିକା ଗ୍ୟାଲେରିଆ ମଲରେ ସାଧାରଣତନ୍ତ୍ର ଦିବସ : କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗ୍ରୁପର ସହ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଭଁଓ୍ବରଲାଲ ବୈଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ବୈଦ ଜଣେ ପରଉପକାରୀ, ସାମାଜିକ କର୍ମୀ ଏବଂ ସମଗ୍ର ଭାରତରେ ଜୈନ ସମ୍ପ୍ରଦାୟ ପାଇଁ କାମ କରିଛନ୍ତି | ଏହି ଅବସରରେ ସେ କହିଥିଲେ ୨୬ ଜାନୁଆରୀ ହେଉଛି ଭାରତର ଏକ ଉଲ୍ଲେଖନୀୟ ଶୁଭ ଐତିହାସିକ ଦିବସ। ଏକ ରାଷ୍ଟ୍ର ଭାବରେ ଏହି ଦିନ ଆମେ ଆମର ସମ୍ବିଧାନ କାର୍ଯ୍ୟକାରୀ କରିଥିଲୁ। ଏହି ଦିନଟିକୁ ପ୍ରତ୍ୟେକ ସ୍ଥାନରେ ଭାରତର ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଏ| ଦେଶ ମାତୃକାର ସେବା ପାଇଁ ସମସ୍ତେ ଆଗେଇ ଆସିବାକୁ ଶ୍ରୀ ବୈଦ ଆହ୍ବାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଲଡର'ର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ, ନିର୍ଦ୍ଦେଶକ ଅମିତ୍ ବୈଦ, ମଲ’ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର: ପଟିଆସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର ଅନୁଷ୍ଠାନ ପକ୍ଷରୁ ସରସ୍ବତୀ ମା’ଙ୍କ ପୂଜା ଓ ସାଧାଣରତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଓ ଉଦବୋଧନ ଦେଇଥିଲେ। ସଂପାଦକ ତଥା ପ୍ରଧାନ ଆଚାର୍ଯ୍ୟ ପ୍ରଦୀପକୁମାର ପାଣି ସ୍ବାଗତଭାଷଣ ଦେଇଥିଲେ। ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ମନପଲ୍ଲି ବାଣୀ ଧନ୍ୟବାଦ ଅର୍ପଣକରିଥିଲେ। ଏହାସହିତ ଏହି ଶିକ୍ଷାନୁଷ୍ଠାନର ଓସ୍ତପଡ଼ା ଶାଖା ବିଦ୍ୟାଳୟରେ କଲ୍ୟାଣପୁର ପଞ୍ଚାୟତର ସମିତିସଭ୍ୟ ଭୁବନମୋହନ ଦାସ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ରଙ୍ଗମାଟିଆ ବରିଷ୍ଠ ନାଗରିକ ମଞ୍ଚ : ୭୪ତମ ସାଧାରଣତନ୍ତ୍ର ଦିବସ ମଞ୍ଚେଶ୍ବରସ୍ଥିତ ରଙ୍ଗମାଟିଆ ବରିଷ୍ଠ ନାଗରିକ ମଞ୍ଚ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚର ସଭାପତି ଭମରବର ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶତୃଘନ ଦାସ,ବିମଳକୁମାର ମହାନ୍ତି, ରବିନ୍ଦ୍ର ନାଥ ବେହେରା, ଶ୍ୟାମସୁନ୍ଦର ସାହୁ, ରାଧାକାନ୍ତ ଦାସ, ଧରଣୀଧର ପତି, କୈଳାଶଚନ୍ଦ୍ର ବାରିକ, ଟୁନା ମହାନ୍ତି, ପ୍ରଦୀପ ଦାସ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ।

କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ : ପବିତ୍ର ସରସ୍ବତୀ ପୂଜା ଓ ସାଧାରଣତନ୍ତ୍ର ଦିବସ ଅବସରରେ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବାକ୍ ଦେବୀ ମା’ ସରସ୍ବତୀଙ୍କ ପୂଜା ଓ ପତାକା ଉତ୍ତୋଳନ। ସକାଳେ ଅନୁଷ୍ଠାନର ବରିଷ୍ଠ ସଭାପତି ସୁଶାନ୍ତ ଦାସ ପତାକା ଉତ୍ତୋଳନ କରିଥିଲେ। ଏହିଅବସରରେ ଅନୁଷ୍ଠାନର ସଭ୍ୟ ରାମକୃଷ୍ଣ ପତି, ସ୍ମରଜିତ ଆର୍ଯ୍ୟ, ଅନିଲ ପ୍ରଧାନ, ଯୋଗେନ୍ଦ୍ରନାଥ ଭୋଇ, ପିନୁ ନାୟକ, ଅଞ୍ଜଳି ବେହେରା, ସ୍ମୃତି‌ରଞ୍ଜନ ଦାସ, ଗୁଲସନ୍ ଦାଶ, ରାକେଶ ସାମଲ, ରବିକୁମାର ଦାସ ଉପସ୍ଥିତରହିଥିଲେ। ଅନୁଷ୍ଠାନପକ୍ଷରୁ ସରସ୍ବତୀ ପୂଜା ଓ ସାଧାରଣତନ୍ତ୍ର ଦିବସକୁ ଅନୁଷ୍ଠାନର ସଂପାଦକ ବିଦ୍ୟାଧର ବାରିକ ପରିଚାଳନାକରିଥିଲେ।  

ଶ୍ରୀକ୍ରିଷ୍ଣା ଇରନ୍ୟାସନାଲ ସ୍କୁଲରେ ବକୁଳ ବନ ଉଦ୍‌ଘାଟିତ : ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଓ ସରସ୍ୱତୀ ପୂଜା ଅବସରରେ ଭୁବନେଶ୍ୱର ମଳିପଡାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ, ସରସ୍ୱତୀ ପୂଜା, ବକୁଳ ବନ ଶିଶୁ ଉଦ୍ୟାନ ଉଦ୍‌ଘାଟନ ଉତ୍ସବ ମହାସମାରୋହେର ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ନମ୍ରତା ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ବକୁଳ ବନ ଶିଶୁ ଉଦ୍ୟାନ ଉଦଘାଟନ କରି ପଞ୍ଚଶଖାଙ୍କ ଗୁଣଗାନ କରିଥିଲେ । ଆଜିର ପିଲା ଆଗାମୀ କାଲିର ଭବିଷ୍ୟତ ଏହା ଉପରେ ଗୁରୁତ୍ୱ ରଖି ଅଭିଭାବକ ଓ ଶିକ୍ଷକମାନେ ଏହି ଛୋଟ ଛୋଟ ଫୁଲକଢିକୁ ପ୍ରସ୍ଫୁଟିତ କରିବାରେ ଗୁରୁତ୍ୱ ଭୂମିକା ଲିଭାଇବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ସ୍କୁଲର ଚେୟାରମ୍ୟାନ୍ ପବିତ୍ର ରାଉତରାୟ ଜାତୀୟ ପତାକା ଉୋଳନ କରିଥରଲେ । ସେ କହିଥିଲେ ଯେ ଓଡିଶାରେ ଆଧୁନିକ ଶିକ୍ଷା ପ୍ରଣାଳୀର ବ୍ୟାପକ ବିସ୍ତାର ଚାଲିଥିଲା ବେଳେ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ରାଜ୍ୟରେ ପ୍ରଥମଥର ଏକ ଅଭିନବ ଶିକ୍ଷା ପଦ୍ଧତି ଆରମ୍ଭ ହୋଇଛି । ଏଥିରେ ସତ୍ୟବାଦୀର ପ୍ରାଚୀନ ବକୁଳ ବନ ଶିକ୍ଷା ପରି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ । ସିଲାବସ୍ ଶିକ୍ଷା ସହିତ ସ୍ୱାସ୍ଥ୍ୟ, ଶାରିରୀକ, ମାନସିକ, ନୈତିକ, ପରିବେଶ ଓ ଆତ୍ମକୌଶଳ ସମ୍ବଦ୍ଧୀୟ ଶିକ୍ଷା ପ୍ରଦାନ କରାଯାଇ ଆରମ୍ଭରୁ ପିଲାଙ୍କ ଚରିତ୍ର ଗଠନ କରାଯିବ । ଯାହା ଫଳରେ ପିଲାମାନେ ବିଦ୍ୟା ଅର୍ଜନ କରି ସର୍ବଗୁଣ ସମ୍ପନ୍ନ ହୋଇ ବାହାରିବେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ରୁଷି ପଟ୍ଟନାୟକ, ଆଶିଷ କୁମାର, ଶିକ୍ଷାବିତ ଜଲିଲ ଖାଁ ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସର ମାହାତ୍ମ୍ୟ ବିଷୟରେ କହିବା ସହିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏଭଳି ଅଭିନବ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଶେଷରେ ସ୍କୁଲର ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିବ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥିମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ରାଜଧାନୀ ନିଉଜ ପେପର ହକର୍ସ ୟୁନିୟନ : ଚନ୍ଦ୍ରଶେଖରପୁର ନାଲକୋ ଛକସ୍ଥିତ ରାଜଧାନୀ ନିଉଜ ପେପର ହକର୍ସ ୟୁନିୟନ ପକ୍ଷରୁ ସାଧାରଣନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ୧୨ ନମ୍ବର ୱାର୍ଡ଼ କର୍ପୋରେଟର ଜୟନ୍ତୀ ସାହୁ ତ୍ରୀରଙ୍ଗାକୁ ଉତ୍ତୋଜନ କରିଥିଲେ। ସଂଘର ସଂପାଦକ ଶିବରାମ ବେହେରା, ଉପଦେଷ୍ଟା ଅଜୟ ଜେନା, ସୁସାନ୍ତ ରାଉତ, କୋଷାଧକ୍ଷ ରାଜେନ୍ଦ୍ର ପାତ୍ର, ପ୍ରଦୀପ ବେହେରା ଏବଂ ସଂଘର ଅନ୍ୟ ସମସ୍ତ ସଭ୍ୟମାନେ ଉପସ୍ଥିତରହି ଜାତୀୟ ସଂଗୀତ ଗାନକରିଥିଲେ।

ନିୟୁ ଭୁବନେଶ୍ବର ପ୍ରେସ୍ କ୍ଲବ୍ : ସାଧାରଣତନ୍ତ୍ର ଦିବସ ଅବସରରେ ନିୟୁ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ସ୍ମରଜିତ୍ ଆର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ବିଦ୍ୟାଧର ବାରିକ ଓ କ୍ଲବର ବହୁ କାର୍ଯ୍ୟରତ ସାମ୍ବାଦିକ, ଖବରଦାତା, ପ୍ରତିନିଧି ଏବଂ ଗଣମାଧ୍ୟମରେ କାର୍ଯ୍ୟକରୁ ଥିବା ବିଭିନ୍ନ ବର୍ଗ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ। ଆଗାମୀ ଦିନରେ ଏହି କ୍ଲବ୍ ରାଜ୍ୟର ଗଣମାଧ୍ୟମରେ କାର୍ଯ୍ୟକରୁଥିବା ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଚିହ୍ନଟକରି ନିଜର ସଭ୍ୟଭାବେ ଗ୍ରହଣକରି ସେମାନଙ୍କ ପ୍ରକୃତ ତଥ୍ୟ ସରକାରଙ୍କ ନିକଟରେ ପ୍ରଦାନ କରିବା ଏବଂ ଅସଲି ଗଣମାଧ୍ୟମ ସଂସ୍ଥାର ତାଲିକା ପ୍ରସ୍ତୁତକରିବାରେ ସରକାରଙ୍କୁ ସହଯୋଗ କରିବ ବୋଲି ମତପ୍ରଦାନ କରିଥିଲେ।  

EAST COAST RAILWAY CELEBRATED 74th REPUBLIC DAY: East Coast Railway observed the 74thRepublic Day at Railway Stadium, Bhubaneswar where Shri Manoj Sharma, General Manager unfurled the National Flag and exchanged salute in the parade organised by Railway Protection Force (RPF).While speaking on the occasion General Manager said that ECoR has loaded freight of 179.65 MT upto Dec’ 2022 which is highest among all zones as against 170.77 MT during the corresponding period of last year. Revenue earned upto Dec’ 22 is 16453 Cr which is 13.91% more than the last year for the corresponding period. This year upto December we have carried 55.05 million no. of passenger which is 149.50 % higher than the previous year. A number of safety related works have been undertaken during the period. 15 no. of LCs have been eliminated and 9 no. of gates have been interlocked.  Many yard modifications have been done to ensure safe operation of trains.He also added that, Hon’ble Prime Minister of India laid the foundation stone for redevelopment of Vishakhapatnam Railway Station with a total investment of Rs.456 crores for which tenders have already been issued. Hon’ble Prime Minister of India flagged off 8th Vande Bharat Express between Vishakhapatnam -Secunderabad on 15.01.2023.He further said that, a 14 Kms  long Angul-Balaram New Railway Line was inaugurated on 29.12.2022 which will facilitate in faster coal evacuation in Talcher Area. Foundation stone for Bhubaneswar Railway Station with World –Class infrastructure was laid on 29.12.2022. First Aluminium Freight Rake of Indian Railways was inaugurated by Hon’ble Minister of Railways at Bhubaneswar Railway Station on 16.10.2022.ECoR has also commissioned record infrastructure works in the financial year which has enhanced the capacity of Railways and it will serve in better port connectivity to mineral rich areas. 251.50 Kms of doubling and 24.65 Kms of new lines have been commissioned. 372 TKM of OHE has been electrified. Vadlapudi Wagon Repair Workshop, for the first time in Dec, 2022, exceeded its target and achieved a POH of 222.All Principal Heads of the Departments 0f ECoR, senior officials & staff and Smt. Divya Sharma President of East Coast Railway Women’s Welfare Organisation (ECoRWWO) were present during the occasion. Shri Ashoka Kumar Mishra, Dy. General Manager, co-ordinated the programme.

74th Republic Day celebrations at DAV Cspur: DAVians of Chandrasekharpur, Bhubaneswar celebrated 74th Republic Day amidst a series of programmes on the school premises on Thursday. School Chairman Sarat Chandra Mishra hoisted the tricolour in the presence of the Principal I/C Indira Bhattacharya and Civil Defence teachers. Sri Mishra highlighted the importance of the day and appealed all to strengthen the spirit of the republic through sacrifice and noble deeds. Students presented a spectacular March Past, chorus, character enactment,  dance drama on martyrs'sacrifice to spread patriotic fervour . Winners of different competitions were honoured during the celebrations.