ରାଇରଙ୍ଗପୁର ବନଖଣ୍ଡ ତରଫରୁ ବିଭିନ୍ନ କିଶମର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ : Ommtv

ରାଇରଙ୍ଗପୁର ବନଖଣ୍ଡ ତରଫରୁ ବିଭିନ୍ନ କିଶମର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର ବନଖଣ୍ଡ ତରଫରୁ ବିଭିନ୍ନ କିଶମର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ : Ommtv

ରାଇରଙ୍ଗପୁର ବନଖଣ୍ଡ ତରଫରୁ ବିଭିନ୍ନ କିଶମର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ : ଆଜି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ପରିଚାଳନାରେ ବିଭିନ୍ନ କିଶମର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୁଚେଇବୁଢୀ ସ୍ଥାୟୀ ନର୍ସରୀରେ ବଣ୍ଟନ କରାଯାଉଥିବା ଚାରା ଗୁଡିକ ହେଲା -ଔଷଧୀୟ ବୃକ୍ଷ (ହରିଡା,ବାହାଡା,ଅଁଳା,ଅଶୋକ, ବେଲ ଇତ୍ୟାଦି ) , ଫଳନ୍ତି ବୃକ୍ଷ (ଆମ୍ବ,ପଣସ,ପିଜୁଳି,ଡାଳିମ୍ବ,ଲେମ୍ବୁ ଇତ୍ୟାଦି) , ଜଙ୍ଗଲ ଜାତୀୟ ବୃକ୍ଷ ( ଶାଳ,ପିଆଶାଳ,ଶିଶୁ,ବର,ନିମ୍ବ, ବାଉଁଶ,କୁସୁମ,କରଞ୍ଜ,ମହୁଲ,କଦମ୍ବ ଇତ୍ୟାଦି ), ଜାଳେଣୀ ଉପଯୋଗୀ ବୃକ୍ଷ ( ଦେବଦାରୁ,ଆକାଶିଆ, ୟୁକାଲିପଟାସ ଇତ୍ୟାଦି ) ଅନ୍ତଭୁକ୍ତ ଅଟେ | ପ୍ରତି ଚାରାଗଛର ମୂଲ୍ୟ ମାତ୍ର ୧ ଟଙ୍କା ରଖାଯାଇଛି | ଏହିଭଳି କାର୍ଯ୍ୟକ୍ରମ ରାଇରଙ୍ଗପୁର ବନଖଣ୍ଡର ସମସ୍ତ ବ୍ଲକମାନଙ୍କରେ ଚାଲୁରହିଛି ବୋଲିି ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ | ଆଗରୁ ଲୋକମାନଙ୍କୁ ମାଗଣାରେ ଚାରା ଯୋଗାଇ ଦିଆଯାଉଥିଲା ମାତ୍ର ଏବେ ମାତ୍ର ୧ ଟଙ୍କାରେ ବିଭିନ୍ନ କିଶମର ଚାରା ଲୋକେ ପାଇପାରିବେ ବିଭାଗୀୟ ଅଧିକାରୀ ଜଣାଇଥିଲେ | ଏଥିରେ ରାଇରଙ୍ଗପୁର ବନଖଣ୍ଡର କର୍ମଚାରୀ ଗଣ ଉପସ୍ଥିତ ରହି ଲୋକମାନଙ୍କୁ ଚାରା ବଣ୍ଟନ କରିଥିଲେ | ଆଜି ପ୍ରାୟ ୧୦୦୦ଟି ବିଭିନ୍ନ କିଶମର ଚାରା ଲୋକେ ନେଇଥିଲେ ବୋଲି ପ୍ରାପ୍ତ ସୂଚନାରୁ ଜଣାଯାଇଛି | ଏହି ମହାମ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳର ଲୋକେ ବହୁ ସଂଖ୍ୟାରେ ଆସି ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଭିଡ ଜମାଇଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ. #Mayurbhanja #Rairangpur #Ommtv #OmTV #NBPC #KalingaCineArts #forest