ବାଲ୍ୟ ବିବାହ ରୋକିବା, ଶିଶୁ ଯୌନ ଶୋଷଣ, ଶିଶୁ ଚାଲାଣ ଦିଗରେ ଏକ ସଚେତନତା : Ommtv

ବାଲ୍ୟ ବିବାହ ରୋକିବା, ଶିଶୁ ଯୌନ ଶୋଷଣ, ଶିଶୁ ଚାଲାଣ ଦିଗରେ ଏକ ସଚେତନତା

ବାଲ୍ୟ ବିବାହ ରୋକିବା, ଶିଶୁ ଯୌନ ଶୋଷଣ, ଶିଶୁ ଚାଲାଣ ଦିଗରେ ଏକ ସଚେତନତା : Ommtv

ବାଲ୍ୟ ବିବାହ ରୋକିବା, ଶିଶୁ ଯୌନ ଶୋଷଣ, ଶିଶୁ ଚାଲାଣ ଦିଗରେ ଏକ ସଚେତନତା : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ): ବିଶ୍ଵ ଯୁବ କେନ୍ଦ୍ର ଓ କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ୍ ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ହିନ୍ଦୋଳ ଅନ୍ତର୍ଗତ କୁରୁମିଠା ସ୍ଥିତ ପଲ୍ଲୀବିକାଶ ହାଇସ୍କୁଲ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ ରୋକିବା, ଶିଶୁ ଯୌନ ଶୋଷଣ, ଶିଶୁ ଚାଲାଣ ଦିଗରେ ଏକ ସଚେତନତା ସଭା ପ୍ରଧାନ ଶିକ୍ଷକ ଅନାଦି ଚରଣ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନ ର ସଂଯୋଜିକା ମଧୁସ୍ମିତା ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଦାୟିତ୍ଵ କର୍ତ୍ତବ୍ୟ ଉପରେ ସଚେତନ କରାଇଥିଲେ ଓ ଏହି ସମସ୍ୟା ର ସମାଧାନ ପାଇଁ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଶପଥପାଠ କରାଇଥିଲେ।ସଂଗଠନ କର୍ମୀ ସମରେନ୍ଦ୍ର ସାମନ୍ତ ଧନ୍ଯବାଦ ଅର୍ପଣ କରିଥିଲେ। ସ୍କୁଲ୍ ସମସ୍ତ ଷ୍ଟାଫ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।