ଡିଏଭି କଳିଙ୍ଗନଗର ପରିସରରେ ପରାକ୍ରମ ଦିବସ ପାଳିତ : Ommtv

ଡିଏଭି କଳିଙ୍ଗନଗର ପରିସରରେ ପରାକ୍ରମ ଦିବସ ପାଳିତ : Ommtv

ଡିଏଭି କଳିଙ୍ଗନଗର ପରିସରରେ ପରାକ୍ରମ ଦିବସ ପାଳିତ : Ommtv

ଡିଏଭି କଳିଙ୍ଗନଗର ପରିସରରେ ପରାକ୍ରମ ଦିବସ ପାଳିତ : Ommtv

ଭୁବନେଶ୍ୱର ତା୨୩/୧: - ଡିଏଭି କଳିଙ୍ଗନଗରରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୁଇ ଦେଶଭକ୍ତଙ୍କ ଜୀବନାଦର୍ଶରେ ଅନୁପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ସମର୍ପିତ ମନୋଭାବ ପୋଷଣକରିବାକୁ  ସେ ଯୁବପିଢୀଙ୍କୁ ଆହ୍ୱାନ କରିଥିଲେ । ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଦୁଇ ମହାନ ନେତାଙ୍କ ଜୀବନୀକୁ କବିତା ଆବୃତ୍ତି ଓ ଅଭିଭାଷଣ ମାଧ୍ୟମରେ ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଧ୍ୟ ସମବେତ ସଙ୍ଗୀତ, ନୃତ୍ୟ ପରିବେଷଣ, ବାଦ୍ୟଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ଗୀତର ଧୁନ୍ ପରିବେଷଣ କରାଯାଇଥିଲା । ପରିଶେଷରେ କୃତୀ ଛାତ୍ରଛାତ୍ରୀମାନେ ପୁରସ୍କୃତ ହୋଇଥିଲେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅଧ୍ୟକ୍ଷଙ୍କ ସମେତ ଶିକ୍ଷକଶିକ୍ଷୟିତ୍ରୀମାନେ ସୁନ୍ଦରପଦାସ୍ଥିତ ‘ପିପୁଲ ଫର୍ ସେବା’ ବୃଦ୍ଧାଶ୍ରମକୁ ଯାଇଥିଲେ । ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ଚୂଡା, ଚାଉଳ, ଗୁଡ, ବିସ୍କୁଟ, ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବାଣ୍ଟିଥିଲେ । ସମସ୍ତଙ୍କ ସହଯୋଗରେ ଇଂରାଜୀ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

PARAKRAM DIWAS AND VEER SURENDRA SAI JAYANTI OBSERVED AT DAV PUBLIC SCHOOL, KALINGA NAGAR : Ommtv

Bhubaneswar, 23.01:- DAV Public School, Kalinga Nagar observed PARAKRAM DIWAS- the birth anniversary of Netaji Subhas Chandra Bose  and Veer Surendra Sai Jayanti in its premises today. Principal of Sri Bipin Kumar Sahoo, all the supervisors, teachers and members of student cabinet offered their floral tribute to the great patriots of India’s freedom struggle. In his address to the gathering, the Principal reiterated the exemplary valor and audacity of Netaji Subhas Chandra Bose and Veer Surendra Sai and their contribution to the freedom movement of India. He further said that the intense love of the two patriots for their motherland and their radical ideologies   shall continue to rule the over the hearts of thousands and millions of people all over the world till eternity. A wide range of activities were organised to mark the occasion. The students recounted the glory and sacrifice of the all time great leaders through their beautiful chorus. An instrumental fusion on the evergreen patriotic songs touched the hearts of the audience present. Similarly, the patriotic dance performed by the students mesmerized the gathering. The principal encouraged the meritorious students of different intra-mural competitions organised to mark the occasion by distributing the prizes. Going in line with the tradition of reaching out to the community on this special occasion, the teachers visited  ‘People for Seva’ old age home at Baishno Vihar, Sundarpada and distributed dry food and other necessary provisions among the inmates and shared some unforgettable moments with them. The entire programme was arranged successfully by the school’s English Department with the whole-hearted support of all the staff members.