ହିନ୍ଦୋଳ କଲ୍ଯାଣ ସଂଗଠନ ଭୁବନେଶ୍ବର ପକ୍ଷରୁ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ : Ommtv Round The Clock

ହିନ୍ଦୋଳ କଲ୍ଯାଣ ସଂଗଠନ ଭୁବନେଶ୍ବର ପକ୍ଷରୁ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ : Ommtv Round The Clock

ହିନ୍ଦୋଳ କଲ୍ଯାଣ ସଂଗଠନ ଭୁବନେଶ୍ବର ପକ୍ଷରୁ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ : Ommtv Round The Clock

ହିନ୍ଦୋଳ କଲ୍ଯାଣ ସଂଗଠନ ଭୁବନେଶ୍ବର ପକ୍ଷରୁ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ : Ommtv Round The Clock

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ହିନ୍ଦୋଳ କଲ୍ଯାଣ ସଂଗଠନ ଭୁବନେଶ୍ବର ପକ୍ଷରୁ ହିନ୍ଦୋଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ଯୁକ୍ତ ଦୁଇ ଯୁକ୍ତ ତିନି ପରୀକ୍ଷାରେ ସର୍ବୋଚ ନମ୍ବର ରଖି ଟପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ସମ୍ଵର୍ଦ୍ଧନା ଉତ୍ସବ ରେ ସଂଗଠନ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ଉମା ଚରଣ ମିଶ୍ର ଙ୍କ ଅଧ୍ୟକ୍ଷତା କରିଥିଲେ ଓ ସାଧାରଣ ସମ୍ପାଦକ ଇଁ ପ୍ରବୋଧ କୁମାର ପାଲ ସଂଯୋଜନା ସହ ଅତିଥି ମାନଙ୍କ୍ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଫକିର ମୋହନ ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ଡଃ କୁବେରବର ଦାସ ମୁଖ୍ୟବକ୍ତାଭାବେ ଅନଗୁଳ ସ୍ଵୟଂଚାଳିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର,ସମ୍ମାନିତ ଅତିଥି ଭାବେ ପ୍ରଫେସର ଶଶଧର ବିଶ୍ଵାଳ ଯୋଗ ଦେଇ ମେଧା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା ଓ ସମାଜ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରଫେସର ଶାନ୍ତନୁ କୁମାର ସର ଙ୍କ ରଚିତ ନୂତନ ପୁସ୍ତକ ଅତିନ୍ଦ୍ର ଆକାଶ କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ। ଚଳିତ ବର୍ଷ ହିନ୍ଦୋଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନ ମଙ୍ଗଳ ରାସୋଳ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଓ ସଭାନେତ୍ରୀ ନିରୁପମା ମିଶ୍ର ଙ୍କୁ ଅନୁଷ୍ଠାନ ର ଉଲେଖନୀୟ କାର୍ଯ୍ୟାବଳୀ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ମେଧା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ସହ ଆର୍ଥିକ ରାଶି ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଡଃ ଚୈତନ ସାହୁ ଉପସ୍ଥିତ ରହି ସଂଗଠନ ଏପରି କାର୍ଯ୍ୟକ୍ରମ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ସଂଗଠନ ର କର୍ମକର୍ତ୍ତା ବିଜୟ କୁମାର ସାହୁ, ଦିଲୀପ କୁମାର ଦାସ, ସଙ୍କର୍ଷଣ ପାଲ ଅକ୍ଷୟ କୁମାର ପାଲ ପ୍ରମୂଖ ଉତ୍ସବ ରେ ସହଯୋଗ କରିଥିଲେ। କଲ୍ଯାଣ ସଂଗଠନ ଉପ ସଭାପତି ରତିକାନ୍ତ ଗଡନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।