ଭୋଟ ଦିଅନ୍ତୁ ନିଜର ଅଧିକାର ସାବ୍ୟସ୍ଥ କରନ୍ତୁ: ମଧୁର ବାଣୀ : Ommtv Round The Clock

ଭୋଟ ଦିଅନ୍ତୁ ନିଜର ଅଧିକାର ସାବ୍ୟସ୍ଥ କରନ୍ତୁ: ମଧୁର ବାଣୀ : Ommtv Round The Clock

ଭୋଟ ଦିଅନ୍ତୁ ନିଜର ଅଧିକାର ସାବ୍ୟସ୍ଥ କରନ୍ତୁ: ମଧୁର ବାଣୀ : Ommtv Round The Clock

ଭୋଟ ଦିଅନ୍ତୁ ନିଜର ଅଧିକାର ସାବ୍ୟସ୍ଥ କରନ୍ତୁ: ମଧୁର ବାଣୀ : Ommtv Round The Clock

ଓମଟିଭି ଟିମ୍ ଗବେଷଣାରୁ ଏକ ତଥ୍ୟ ଭିତିକ ସୂଚନା ଆସିଛି ଯାହାକୁ ନେଇ ଆଜିର ମଧୁର ବାଣୀ। ତାହା ହେଉଛି ଯେ ସହରୀ ମତଦାତା ଭୋଟ୍‌ ଦେବାକୁ ଦିନକୁ ଦିନ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଗତ ଅଧିକାଂଶ ନିର୍ବାଚନଗୁଡ଼ିକରେ ଭୁବନେଶ୍ବର ଓ ଉପକଣ୍ଠ ଅଞ୍ଚଳର ମତଦାନ ହାରକୁ ବିଚାରକୁ ନେଲେ ଏଭଳି ତଥ୍ୟ ସାମ୍ନାକୁ ଆସୁଛି ବୋଲି ଏକ ପ୍ରକାର ଧରିହେବ। ପ୍ରାର୍ଥୀ ପସନ୍ଦ ନ ହେଲେ ‘ନୋଟା’ରେ ଭୋଟ୍‌ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ତାହା ବି ଏକ ପ୍ରକାର ବିଫଳ ହେଉଛି। ଏହା ବଢ଼ିବା ପରିବର୍ତ୍ତେ କମି କମି ଯାଉଛି। ସେଥିରେ ବି ମତଦାନ ଆଜି ସୁଦ୍ଧା ୨ ପ୍ରତିଶତ ଛୁଇଁନି। ସହରୀ ଭୋଟରଙ୍କର ଏଭଳି ମାନସିକତାକୁ ନେଇ ନେତା ଚିନ୍ତାରେ ପଡ଼ିଥିବା ବେଳେ ବିଏମ୍‌ସି ମଧ୍ୟ ଭୋଟରଙ୍କୁ ସଚେତନ କରିବାକୁ ଯୋଜନା କରିଛି। ଯାହାନେଇ ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ଓଡ଼ିଶାରେ ନିଜସ୍ବ ତରଫରୁ ସାଧାରଣ ଜନତାଙ୍କୁ ସଚେତନ କରିବା ଆରମ୍ଭ କରିଛି। ମତଦାନ ହାର ସହରରେ ହିଁ କମ୍‌ ହେଉଥିବାରୁ ଏଥିପାଇଁ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ହାର କିଭଳି ବଢ଼ିବ ସେ ନେଇ ରିତି ମତ ମାନସମନ୍ଥନ ହୋଇଛି। ମତଦାନ ଏକ ଅଧିକାର ହୋଇଥିବାରୁ ଏହାକୁ ସାବ୍ୟସ୍ତ କରିବା ପାଇଁ ଭୋଟରମାନଙ୍କୁ କିଭଳି ସଚେତନ କରାଯିବ ଏବଂ ‌ମତଦାନ କେନ୍ଦ୍ରକୁ ଆକୃଷ୍ଟ କରାଯିବ ସେ ନେଇ ବ୍ୟବସ୍ଥା ମଧ୍ୟ ହେଉଛି। ସ୍ବତନ୍ତ୍ର ଲିଫ୍‌ଲେଟ୍‌ ବଣ୍ଟାଯିବା ସହ ଡାକବାଜି ଯନ୍ତ୍ର ଜରିଆରେ ପ୍ରତ୍ୟେକ ଗଳିକନ୍ଦିରେ ବୁଲି ସଚେତନ କରାଯିବ। ସୋସିଆଲ୍‌ ମିଡିଆର ଆଜିକାଲି କ୍ରେଜ୍‌ ରହିଥିବାରୁ ଏହାକୁ ବ୍ୟବହାର କରିବାକୁ ଯୋଜନା ହୋଇଛି। ବିଶେଷକରି ଇନ୍‌ଷ୍ଟା ରିଲ୍‌ସ୍‌ ଓ ୟୁଟ୍ୟୁବ୍‌ ସର୍ଟସ୍‌ ଜରିଆରେ ମତଦାନ ପାଇଁ ଉତ୍ସାହିତ କରାଯିବ। ଯେଉଁମାନଙ୍କର ଫଲୋଅର ଅଧିକ ଅଛନ୍ତି ସେହି ସବୁ ବ୍ଲଗର୍‌ଙ୍କ ଜରିଆରେ ଏହି ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡ଼ିଛି। ଖୁବ୍‌ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭୁବନେଶ୍ବର ଓ ଏହାର ଉପକଣ୍ଠର ମତଦାନ ହାରକୁ ବିଚାରକୁ ନେଲେ ସବୁଠାରୁ କମ୍‌ ମତଦାନ ହାର ମଧ୍ୟ ନିର୍ବାଚନମଣ୍ଡଳୀରେ ରହିଛି। ୨୦୦୯ରେ ୩୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୪ରେ ୪୧.୩୩ ଓ ୨୦୧୯ରେ ୪୩.୫୬ ପ୍ରତିଶତ ହୋଇଛି। ଅର୍ଥାତ୍‌ ଅଧାରୁ ଅଧିକ ମତଦାତା ଭୋଟ୍‌ ଦେବାକୁ ଯାଉନାହାନ୍ତି। ସେହିଭଳି ୨୦୦୯ରେ ଉତ୍ତର ନିର୍ବାଚନମଣ୍ଡଳୀରେ ୩୫.୦୮, ୨୦୧୪ରେ ୪୧.୩୩ ଓ ୨୦୧୯ରେ ୪୩.୫୬ ପ୍ରତିଶତ ମତଦାନ ହୋଇଛି। ଏଠାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଛି। ପ୍ରତ୍ୟେକ ନିର୍ବାଚନରେ ମତଦାନ ହାର ବଢ଼ୁଥିଲେ ମଧ୍ୟ ହାର ୫୦ ପ୍ରତିଶତ ଛୁଉଁନି। ଏକାମ୍ର ନିର୍ବାଚନମଣ୍ଡଳୀ ଅବସ୍ଥା ମଧ୍ୟ ତଦ୍ରୂପ। ୨୦୦୯ରେ ଏହି ହାର ୩୭.୧୯ ରହିଥିବା ବେଳେ, ୨୦୧୪ରେ ୪୫.୯୭ ଓ ୨୦୧୯ରେ ୪୬.୭୭ ପ୍ରତିଶତ ରହିଛି। ଅର୍ଥାତ୍‌ ସମୁଦାୟ ସହରର ଅଧା ଭୋଟର ଭୋଟ୍‌ ଦେଉ ନାହାନ୍ତି। ସେହି ତୁଳନାରେ ଯଦି ଜଟଣୀ କିମ୍ବା ଜୟଦେବ ନିର୍ବାଚନମଣ୍ଡଳୀକୁ ଦେଖାଯିବ, ତେବେ ଏଠାରେ ମତଦାନ ହାର ସହର ତୁଳନାରେ ବେଶ ଉତ୍ସାହଜନକ ରହିଛି। ୨୦୦୯ରେ ଜଟଣୀରେ ୬୦.୫, ୨୦୧୪ରେ ୭୦.୩୫ ଓ ୨୦୧୯ରେ ୬୭.୪୬ ପ୍ରତିଶତ ମତଦାନ ହୋଇଛି। ସେହିଭଳି ଜୟଦେବରେ ୨୦୦୯ରେ ୬୫.୧୮, ୨୦୧୪ରେ ୭୩.୯୦ ଓ ୨୦୧୯ରେ ୭୫.୫୫ ପ୍ରତିଶତ ରହିଛି। ସେହିଭଳି ପ୍ରାର୍ଥୀ ପସନ୍ଦ ନ ହେଲେ ‘ନୋଟା’ରେ ଭୋଟ୍‌ ଦେବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ ମଧ୍ୟ ଭୋଟର ଆଗ୍ରହ ପ୍ରକାଶ କରୁନାହାନ୍ତି। ବରଂ ଏହା ବଢ଼ିବା ପରିବର୍ତ୍ତେ କମିବାରେ ଲାଗିଛି। ୨୦୧୪ରେ ମଧ୍ୟରେ ୧.୦୮ ଥିଲା ବେ‌ଳେ ଓ ୨୦୧୯ରେ ଏହା ୦.୭୩ ପ୍ରତିଶତ ହୋଇଥିଲା। ଏକାମ୍ରରେ ଏହି ଦୁଇ ନିର୍ବାଚନରେ ଯଥାକ୍ରମେ ୧.୫ ଓ ୦.୭୭ ପ୍ରତିଶତ ଓ ଉତ୍ତରରେ ଯଥାକ୍ରମେ ୧.୦୩ ଓ ୧.୧୩ ରହିଛି। ସହର ଭଳି ଉପକଣ୍ଠରେ ମଧ୍ୟ ଅନୁରୂପ ସ୍ଥିତି ରହିଛି। ଜଟଣୀରେ ୨୦୧୪ରେ ୧.୮୧ ଓ ୨୦୧୯ରେ ୦.୮ ପ୍ରତିଶତ ଥିବା ବେଳେ ଜୟଦେବରେ ଏହି ଦୁଇ ନିର୍ବାଚନରେ ଯଥାକ୍ରମେ ୦.୯୩ ଓ ୦.୬୮ ପ୍ରତିଶତ ନୋଟାକୁ ଯାଇଛି। ତେବେ ଆମତରଫରୁ ଏକ ନିବେଦନ କରାଯାଉଛି ଆସନ୍ତୁ ନିର୍ବାଚନର ଏହି ମହାକୂମ୍ଭ ମେଳାରେ ଭାଗ ନେବା ଓ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିବା। (ମଧୁରବାଣୀ : ବିଦ୍ୟାଧର ବାରିକ)

An internal information has come from the research of the OmTV team about today's sweet voice। That is, urban voters are not showing interest in voting day by day। Considering the polling rate in Bhubaneswar and suburban areas in most of the past elections, it can be assumed that such information is coming to light। Voting arrangements have also been made in ‘notes if the candidate is not liked। That too is kind of failing। Instead of increasing it, it is decreasing। Even so, polling has not reached 2 percent till date। While the leaders are worried about such mentality of urban voters, BMC has also planned to sensitize the voters। Due to which New Bhubaneswar Press Club has started warning the general public on its own behalf in Odisha। Concern has been expressed as the polling rate is decreasing in the city itself। Riti has brainstormed on how this rate will increase। As voting is a right, arrangements are also being made on how to sensitize the voters and attract the polling stations to ensure it। Special leaflets will be distributed and awareness will be given by going around every street through paging machine। Social media is a craze these days and it is planned to be used। Voting will be encouraged especially through Instagram and YouTube shorts। It is said that this awareness will be created through all the bloggers who have more followers। It is said that a decision will be taken in this regard soon। It is worth noting that the constituency also has the lowest polling rate considering the polling rate in Bhubaneswar and its suburbs। In 2009, 33.76 percent were polled, in 2014, 41.33 and in 2019, 43.56 percent। That means more than half of the voters are not going to vote। Similarly, in 2009, 35.08 percent polling was done in North constituency, 41.33 in 2014 and 43.56 percent in 2019। A similar situation is observed here। Even though the polling rate is increasing in every election, the rate has not touched 50 percent। The condition of Ekam's constituency is also similar। In 2009, the rate was 37.19, while in 2014, it was 45.97 and in 2019, it was 46.77 percent। That means half of the voters in the entire city are not voting। Compared to that, if you look at Jatni or Jayadeva constituencies, then the polling rate here is more encouraging than that of the cities। 60.5 percent polling in Jatni in 2009, 70.35 in 2014 and 67.46 percent in 2019। Similarly, Jaydev has 65.18 percent in 2009, 73.90 in 2014 and 75.55 percent in 2019। Similarly, if the candidate is not liked, the voters are not interested in the arrangements made to vote in ‘notes। Rather, it is decreasing instead of increasing। It was 1.08 in 2014 and 0.73 percent in 2019। These two elections in Ekmar have 1.5 and 0.77 percent respectively and 1.03 and 1.13 in the north respectively। The suburbs like the cities also have a similar situation। Jatni was 1.81 in 2014 and 0.8 percent in 2019, while Jaydev went to 0.93 and 0.68 percent notes respectively in these two elections। So a request is being made from us to participate in this Mahakumbh fair of elections and assert our rights by voting। (Madhurbani: Vidyadhar Barik)