ମୂଷାବଣି ସରକାରୀ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ: Ommtv 

ମୂଷାବଣି ସରକାରୀ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ: Ommtv 

ମୂଷାବଣି ସରକାରୀ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ: Ommtv 

ମୂଷାବଣି ସରକାରୀ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ: Ommtv 

ରାଇରଙ୍ଗପୁର:ରାଇରଙ୍ଗପୁର ସନ୍ନିକଟ ଭାଲୁବସା ପଞ୍ଚାୟତ ର ମୂଷାବଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ମଣି ସାହୁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବି.ଆର୍.ସି.ସି. ତଥା ଏ.ବି.ଇ.ଓ. କାର୍ତ୍ତିକ ଚନ୍ଦ୍ର କାରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ସାମାଜିକ ଓ ସାଂସ୍କୃତିକ ପରମ୍ପରା ଓ ପୃଷ୍ଠଭୂମି କୁ ଆଧାର କରି ବିଦ୍ୟା ଲାଭ କରିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ସ୍ତମ୍ଭକାର ତଥା ବାଗ୍ମୀ ଲଳିତ ମହାନ୍ତ ଛାତ୍ର ଛାତ୍ରୀ ମାନେ ସମୟାନୁବର୍ତ୍ତିତା ଓ ଅଧ୍ୟବସାୟୀ ହେଲେ ବିଦ୍ୟା ଲାଭର ମାର୍ଗ ସୁଗମ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ଅନ୍ୟତମ ଏ.ବି.ଇ.ଓ. ହେମ ମାଝୀ, ସି.ଆର୍.ସି.ସି. ଅଜିତ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷା ବର୍ଷା କୁମ୍ଭକାର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷକ ଅରବିନ୍ଦ କୁମ୍ଭକାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ନନ୍ଦ ପରିଚାଳନା ରେ ସହଯୋଗ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷ ରେ ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ଧନ୍ୟବାଦ ଦେଇଥିଲେ l ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଲ

ମୟୁରଭଞ୍ଜ ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ