ବିଶ୍ୱ ମସ୍ତିଷ୍କାଘାତ ଦିବସ : OmmTv

Brain stroke patient must reach the hospital within three hours, says KIMS neurologist

ବିଶ୍ୱ ମସ୍ତିଷ୍କାଘାତ ଦିବସ : OmmTv

ବିଶ୍ୱ ମସ୍ତିଷ୍କାଘାତ ଦିବସ : OmmTv

ମସ୍ତିଷ୍କାଘାତ ହେବାର ୩ ଘଣ୍ଟା ମଧ୍ୟରେ ଡାକ୍ତରଖାନା ପହଞ୍ଚବି । ଆବଶ୍ୟକ: କିମ୍‍ସ ବିଶେଷଜ୍ଞ
ଭୁବନେଶ୍ୱର,୨୯ା୧୦: ମସ୍ତିଷ୍କରେ ହଠାତ୍ ରକ୍ତ ପ୍ରବାହ ହ୍ରାସ ହେତୁ ଘଟୁଥିବା ସାଧାରଣ ସ୍ନାୟୁଗତ ରୋଗ ମଧ୍ୟରୁ
ଗୋଟିଏ ହେଉଛି ମସ୍ତିଷ୍କାଘାତ (ବ୍ରେନ୍‍ ଷ୍ଟ୍ରୋକ୍‌) । ବ୍ରେନ୍‍ ଷ୍ଟ୍ରୋକ୍ ଏବେ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏଥିରେ
ଅନେକ ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ଏହାର ହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ରେନ୍‍ ଷ୍ଟ୍ରୋକ୍‍ ହେଉଛି ମୃତ୍ୟୁର
ଚତୁର୍ଥ ଏବଂ ଅକ୍ଷମତାର ଏକ ସାଧାରଣ କାରଣ । ଡାକ୍ତରୀ ତଥ୍ୟ ଅନୁସାରେ ପ୍ରତ୍ୟେକ ବର୍ଷ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ
୧୦୦ରୁ୧୫୦ ଜଣ ମସ୍ତିଷ୍କାଘାତ ରୋଗର ଶିକାର ହେଉଛନ୍ତି । କେହି ବି କୌଣସି ସ୍ଥାନରେ ଏହାର ଶିକାର ହୋଇପାରନ୍ତି ।
ଉଚିତ୍ ସମୟରେ ଏହାର ଚିକିତ୍ସା କରା ନ ଗଲେ ଶାରୀରିକ ଏବଂ ମାନସିକ ବିକୃତି ହେବାର ସମ୍ଭାବନା ଥାଏ । ଷ୍ଟ୍ରୋକ୍‌
ଅବସ୍ଥାରେ ମଣିଷର ମୁହଁ ବଙ୍କା ହେବା ସହିତ, ହାତ-ଗୋଡ଼ କିମ୍ବା ଶରୀରର କୌଣସି ଅଙ୍ଗ ଅକ୍ଷମ ହୋଇଯିବା, ଜିଭ ଖନି
ମାରିବା କିମ୍ବା ଠିକ୍ ଭାବେ କଥା କହି ନ ପାରିବା ଆଦି ଲକ୍ଷଣ ଦେଖାଯାଇଥାଏ । ଜଣେ ବ୍ୟକ୍ତି ଏହି ସବୁ ଲକ୍ଷଣ ଦେଖାଦେବାର
କିଛି ସମୟ ମଧ୍ୟରେ ଷ୍ଟ୍ରୋକ୍‌ର ଶିକାର ହୋଇପାରନ୍ତି ।
ମସ୍ତିଷ୍କରେ ଥିବା ସ୍ନାୟୁ ମଧ୍ୟରେ ଠିକ୍‍ ଭାବେ ରକ୍ତ ସଞ୍ଚାଳନ ହେଲେ ବ୍ରେନ୍‍ ଷ୍ଟ୍ରୋକ୍‍ ହେବାର ସମ୍ଭାବନା ଥାଏ ବୋଲି ବିଶ୍ୱ
ମସ୍ତିଷ୍କାଘାତ ଦିବସ ଅବସରରେ କିମସ୍‌-ଭୁବନେଶ୍ୱର ସ୍ନାୟୁ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡା.
ସନ୍ତୋଷ ଦାଶ କହିଛନ୍ତି । ଷ୍ଟ୍ରୋକ୍ ହେବାର ପ୍ରାରମ୍ଭିକ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ତ୍ୱରିତ ଚିକିତ୍ସା ମସ୍ତିଷ୍କ ସ୍ନାୟୁକୁ ସ୍ଥାୟୀ
ଭାବେ କ୍ଷତି ହେବାରୁ ରକ୍ଷା କରିଥାଏ । ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା କରାଗଲେ
ଷ୍ଟ୍ରୋକ୍‌ରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ଥାଏ ନଚେତ୍ ରୋଗୀ ସ୍ଥାୟୀ ଅକ୍ଷମ ହୋଇପାରେ । ବ୍ରେନ୍‍ ଷ୍ଟ୍ରୋକ୍‍ ହେବାର ୩ ଘଣ୍ଟା
ମଧ୍ୟରେ ରୋଗୀ ଡାକ୍ତରଖାନାରେ ପହଞ୍ଚାଇ ତାଙ୍କର ଚିକିତ୍ସା କରାଗଲେ ରୋଗୀ ସୁସ୍ଥ ହେବାର ସମ୍ଭାବନା ରହିଛି ବୋଲି
ଡା.ଦାଶ କହିଛନ୍ତି ।
ଜନସାଧାରଣ ବ୍ରେନ୍‍ ଷ୍ଟ୍ରୋକ୍ ଏବଂ ଏହାର ଲକ୍ଷଣ ବିଷୟରେ ସଚେତନ ହେବା ଉଚିତ୍ । ଷ୍ଟ୍ରୋକ୍ ଲକ୍ଷଣ ଦେଖାଦେଲେ ତୁରନ୍ତ୍ର
ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା କରାଇବା ଉଚିତ୍‍ । ଏହି କ୍ଷେତ୍ରରେ ସମୟକୁ ଗୁରୁତ୍ୱ ଦେଇ ମୂଲ୍ୟବାନ ଜୀବନ ବଞ୍ଚାଇବା
ଆମର ମୂଳ ଲକ୍ଷ୍ୟ ହେବା ଉଚିତ୍ ବୋଲି ଡା. ଦାଶ କହିଛନ୍ତି । ବ୍ରେନ୍‍ ଷ୍ଟ୍ରୋକ୍‌ର କୌଣସି ଲକ୍ଷଣ ଦେଖାଗଲେ ରୋଗୀକୁ
ତୁରନ୍ତ ହସ୍ପିଟାଲ ନେଇ ଚିକିତ୍ସା ଆରମ୍ଭ କରାଯିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛି ସୁଇଜରଲ୍ୟାଣ୍ଡର ଜେନେଭାସ୍ଥିତ ୱାର୍ଲ୍ଡ
ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ରେ ବିଶ୍ୱ ମସ୍ତିଷ୍କାଘାତ
ଦିବସ ପାଳନ କରାଯାଏ । ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସହ ରୋଗର ପ୍ରାଥମିକ ଚିକିତ୍ସାର ମହତ୍ତ୍ୱ
ବିଷୟରେ ଲୋକମାନେ ହୃଦୟଙ୍ଗମ କରିପାରିବେ । ଯେ କୌଣସି ଷ୍ଟ୍ରୋକ୍ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆମେ ସମସ୍ତେ
ଆଗକୁ ଆସିବା ଉଚିତ୍ । ଯାହା ଦ୍ୱାରା ଏଥିରେ ପୀଡ଼ିତ ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ଡା. ଦାଶ ପରାମର୍ଶ ଦେଇଛନ୍ତି ।

World Stroke Day: 2022 : OmmTv

Brain stroke patient must reach the hospital within three hours, says KIMS neurologist

Bhubaneswar, October 29: A stroke or brain attack is one of the commonest neurological illnesses happening due to sudden loss of blood flow to the brain. The burden of stroke is increasing in India and it is the fourth leading cause of death and a common cause of disability.

Medical data suggests that in India, the incidence of stroke is 100-150/one lakh persons per year. The commonest symptoms by which anyone can easily identify stroke are FAST: F – Face drop, A-Arm weakness, S --Speech difficulty, T--Time. If any person develops these symptoms within minutes, then he or she may have suffered a stroke.

Associate Professor and HoD Neurology, Kalinga Institute of Medical Sciences, Bhubaneswar Dr Santosh Dash says ``human brain suffers irreversible damage if there is a loss of blood flow due to blockage of the blood vessels. In acute stroke, time is crucial, because early treatment saves valuable brain tissue from permanent damage. In acute stroke, early arrival to the hospital, preferably within three hours is vital in stroke treatment. If the patient arrives early, the chance of complete recovery is good in acute stroke, or there may be a permanent disability.’’

So, on the occasion of World Stroke Day, everyone should be aware of stroke and the acute symptoms of a stroke. ``Remember, early arrival to the hospital emergency is the key factor in stroke treatment. Each second counts. We have to save precious time and saving life should be our ultimate goal,’’ adds Dr Dash.

The World Stroke Organization, headquartered in Geneva, Switzerland, has suggested the theme of raising awareness of the signs of stroke and the need for timely hospital access to quality stroke treatment.

World Stroke Day on October 29th is observed each year to create public awareness so that more and more people can come to know about it and also realize the importance of early medical consultation if anyone encounters a person with FAST symptoms.

``We all should come forward to help any stroke victim so that anyone suffering from it could be benefitted,’’ suggests the leading neurologist from KIMS.