କିଟ୍ ପୁରାତନ ଛାତ୍ର ତଥା ଆଇଏଏସ ଅଧିକାରୀ ସୁମନ ସୈାରଭ ମହାନ୍ତିଙ୍କ ଲିଖିତ ପୁସ୍ତକ ଆକ୍ ସିଭିଲ ସର୍ଭିସେସ

କିଟ୍ ପୁରାତନ ଛାତ୍ର ତଥା ଆଇଏଏସ ଅଧିକାରୀ ସୁମନ ସୈାରଭ ମହାନ୍ତିଙ୍କ ଲିଖିତ ପୁସ୍ତକ ଆକ୍ ସିଭିଲ ସର୍ଭିସେସ

କିଟ୍ ପୁରାତନ ଛାତ୍ର ତଥା ଆଇଏଏସ ଅଧିକାରୀ ସୁମନ ସୈାରଭ ମହାନ୍ତିଙ୍କ ଲିଖିତ ପୁସ୍ତକ ଆକ୍ ସିଭିଲ ସର୍ଭିସେସ

ଭୁବନେଶ୍ୱର (ଓମ ): କିଟ୍ ପୁରାତନ ଛାତ୍ର ତଥା ଆଇଏଏସ ଅଧିକାରୀ ସୁମନ ସୈାରଭ ମହାନ୍ତିଙ୍କ ଲିଖିତ ପୁସ୍ତକ ଆକ୍ ସିଭିଲ ସର୍ଭିସେସ examinations with public administration through model question answers  କୁ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉନ୍ମୋଚନ କରିଛନ୍ତି। ପୁସ୍ତକକୁ ଉନ୍ମୋଚନ କରି ଶ୍ରୀ ସାମନ୍ତ କହିଲେ ଏହା କିଟ୍ ପାଇଁ ଏକ ଗୈାରବର ବିଷୟ। କାରଣ କିଟର ଛାତ୍ର ନିଜ ଅଧ୍ୟବସାୟ ବଳରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।  ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ ମଧ୍ୟ ବହୁ ବ୍ୟସ୍ତତା ଭିତରେ ଅନ୍ୟ ଆଇଏଏସ ଆକାଙକ୍ଷୀ ପିଲାଙ୍କ ପାଇଁ ବହି ଲେଖିବା କଷ୍ଟକର କାମ। ତଥାପି ସୁମନ ଏହା କରି ଦେଖାଇ ପାରିଛନ୍ତି। ସେଥିପାଇଁ ଶ୍ରୀ ସାମନ୍ତ ସୁମନଙ୍କୁ ଧନ୍ୟବାଦ ଜଣାଇଥିଲେ। ସୁମନ ସୈାରଭ ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେବା ସହ ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି କହିଥିଲେ। ପୁସ୍ତକରେ upsc, opsc, ଅନ୍ୟାନ୍ୟ ସିଭିଲ ସର୍ଭିସେସ ପରୀକ୍ଷା ପାଇଁ ସରଳ ସମାଧାନ ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ସୁମନ ସୈାରଭଙ୍କ ପତ୍ନୀ ତଥା ଆଇଏଏସ ନମାମୀ, ଶିକ୍ଷାବିତ ପ୍ରଫେସର ଶଶାଙ୍କ ଚୁଡ଼ାମଣି, ସୁମନ୍ତଙ୍କ ପିତା ମାତା ଓ କିଟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।